ଏକ ସଙ୍ଗରେ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | April 11, 2025 IST

ଭୋପାଲ ୧୧।୪: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର କାଟଜୁ ହସ୍ପିଟାଲରେ ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜନୈକା ମହିଳା ଏକ ସଙ୍ଗରେ ୪ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ଅନୁସାରେ ସଦ୍ୟଜାତ ଶିଶୁଙ୍କ ମଧ୍ୟରୁ ୨ଟି ସୁସ୍ଥ ଥିବା ବେଳେ ଆଉ ଦୁଇଟି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ହସ୍ପିଟାଲ ଇତିହାସରେ ଜଣେ ମହିଳା ଏକକାଳୀନ ୪ଟି ଶିଶୁଙ୍କୁ ଜନ୍ମ ଦେବା ପ୍ରଥମ ଘଟଣା। ଡାକ୍ତରଙ୍କ ଅନୁସାରେ ମହିଳା ଗର୍ଭାବସ୍ଥାର ସପ୍ତମ ମାସରେ ଲେବର ପେନ ଆରମ୍ଭ ହେବାରୁ ହସ୍ପିଟାଲ ଆସିଥିଲେ। 

ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଡାକ୍ତର ସି-ସେକ୍ସନ (ସିଜରିୟାନ) ଅପରେସନ ଦ୍ୱାରା ମହିଳାଙ୍କ ଡେଲିଭରୀ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମହିଳାଙ୍କ ସିଜରିୟାନ ହୋଇଥିବା ବେଳେ ସେ ଏକକାଳୀନ ୪ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମ ସମୟରେ ୪ଟି ଶିଶୁଙ୍କ ଓଜନ ସ୍ୱଭାବିକଠାରୁ କମ୍ ଥିଲା ଏଣୁ ୨ଟି ଶିଶୁଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଥିବା ୨ଟି ଶିଶୁଙ୍କୁ ୱାର୍ମରରେ ରଖାଯାଇଛି।  

ଡାକ୍ତରମାନେ କହିଛନ୍ତି ଯେ ଆଗାମୀ କିଛି ଘଣ୍ଟା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରି। ତେବେ ସମସ୍ତ ୪ଟି ଜାକ ନବଜାତ ସୁସ୍ଥ ରହନ୍ତୁ ସେଥି ପାଇଁ ଡାକ୍ତରମାନେ ଚେଷ୍ଟା କରୁଛନ୍ତି। ଏକ ସଙ୍ଗରେ ୪ଟି ଶିଶୁ ଜନ୍ମ ହେବା ନା କେବଳ କାଟଜୁ ହସ୍ପିଟାଲ ପାଇଁ ବରଂ ଭୋପାଲ ମେଡିକାଲ ଇତିହାସରେ ବିରଳ ମାମଲା ବୋଲି ବିଚାର କରାଯାଉଛି। ପରିବାର ଓ ହସ୍ପିଟାଲ କର୍ମଚାରୀ ଏବେ ଶିଶୁମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ କାମନା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.