ଜଘନ୍ୟ ହତ୍ୟାକାଣ୍ଡ : ମା’କୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ !

Published By : Prameya-News7 Bureau | June 11, 2024 IST

ଦେବଗଡ ୧୧।୬: ନିଜ ଜନ୍ମକଲା ମା’କୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ । ଦେବଗଡ ଜିଲ୍ଲା ରିଆମାଳ ଥାନା କତ୍ରାପାଲି ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ପାରିବାରିକ କଳହରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ପୁଅ । ମୃତ ମହିଳା ହେଲେ ସେହି ଗ୍ରାମର କୁନ୍ତଳା କିଶାନ । 

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ସୋମବାର ରାତିରେ ମା’ କୁନ୍ତଳା ନିଜ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ପୁଅ ସୁରେଶ କିଶାନ କୌଣସି କାରଣରୁ ମା’ଙ୍କ ସହ ଝଗଡା କରିଥିଲା । ପରେ ସେ ଟାଙ୍ଗିଆରେ ମା’କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସକାଳୁ ଗ୍ରାମବାସୀମାନେ ଏକଥା ଜାଣିବା ପରେ ଅଭିଯୁକ୍ତକୁ ଅଟକ ରଖିବା ସହ ରିଆମାଳ ଥାନାକୁ ଜଣାଇଥିଲେ । ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ସୁରେଶକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛନ୍ତି । ରିଆମାଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read :

ବିବାହ ବନ୍ଧନରେ ବାନ୍ଧିହେଲେ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ଗୌରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.