ପାଟଣା: ୩୫ ଫୁଟ କୂଅ ଭିତରେ ଖସିପଡ଼ିଲେ ମିହିଲା। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଶୀପୁର ଗାଁରେ। ମହିଳାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ପ୍ରଥମେ ପାଟଣା ଓ ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଗୁରୁତର ମହିଳା ହେଲେ କାଶୀପୁର ଗ୍ରାମର କ୍ଷୀରଦିନୀ ମହାନ୍ତ ।
ସୂଚନା ଅନୁଯାୟୀ, ମହିଳା ଜଣକ ବାଡ଼ି ପଟେ ଥିବା କୂଅ ରାସ୍ତା ଦେଇ ଯାଉଥିବା ସମୟରେ ହଠାତ ତାଙ୍କର ମୁଣ୍ଡ ବୁଲାଇ ଦେଇଥିଲା। ଫଳରେ ସେ କୂଅରେ ପଡ଼ିଯାଇଥିଲେ। ତେବେ ଆମା କୂଅରେ ପଡ଼ିଥିବା ଜାଣି ବଞ୍ଚାଇ ପାଇଁ ମହିଳାଙ୍କ ପୁଅ କୂଅକୁ ଓହ୍ଲାଇ ତାଙ୍କ ହାତ ଧରି କୂଅ ଭିତରେ ଅଧ ଘଣ୍ଟା ଧରି ରହିଥିଲେ।
ସେପଟେ ଗ୍ରାମବାସୀ ଘଟଣା ବିଷୟରେ ଜାଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ମହିଳାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ମହିଳାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।