ମେୟରଙ୍କୁ ଫସାଇବାକୁ ମହିଳାଙ୍କ ସାଂଘାତିକ୍ ଷଡ଼ଯନ୍ତ୍ର; ଗଣଦୁଷ୍କର୍ମ ପ୍ଲାନ୍ ସହ ପଇସା ଦେଇ ଛାତିରେ ଫୁଟାଇଥିଲେ ଗୁଳି

Published By : Prameya-News7 Bureau | April 10, 2025 IST

ଲକ୍ଷ୍ନୌ: ପୂର୍ବ ଶତ୍ରୁତା ମଣିଷକୁ କେତେ ନିମ୍ନ ସ୍ତରକୁ ନେଇ ଯାଇପାରେ, ଏହାର ଏକ ବଡ଼ ଉଦାହରଣ ଉତ୍ତର ପ୍ରଦେଶର ବରେଲିରୁ ସାମ୍ନା ଆସିଛି । ବରେଲି ମେୟର ଡା ଉମେଶ ଗୌତମଙ୍କୁ ଫସାଇବା ପାଇଁ ମହିଳା ରଚିଥିବା ଷଡ଼ଯନ୍ତ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି କାହାଣୀ ଶୁଣିଲେ ଆପଣଙ୍କୁ ଏକ ଫିଲ୍ମ କାହାଣୀ ଭଳି ଲାଗିବ, ହେଲେ ଏହା ସତ । ବରେଲିର ଜଣେ ୪୦ବର୍ଷୀୟା ମହିଳା ଅଭିଯୋଗ ଆଣିଛନ୍ତି ଯେ, ଗତ ମାର୍ଚ୍ଚ ୨୯ ତାରିଖରେ କିଛି ଲୋକ ତାଙ୍କୁ ଅପହରଣ କରି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରିଥିଲେ । ପରେ ତାଙ୍କ ଛାତିରେ ଗୁଳି ମାଡ଼ କରି ରାସ୍ତାରେ ଛାଡ଼ି ଚାଲିଯାଇଥିଲେ । ପୀଡ଼ିତା ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ସେଠାରୁ ଫୋନ୍ ଯୋଗେ ପୋଲିସ ସମସ୍ତ ଘଟଣା କହିଥିଲେ । ସ୍ଥାନୀୟ ପୋଲିସ ପୂରା ଟିମ୍ ସହିତ ଯାଞ୍ଚ ପାଇଁ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲା । ସେଠାରେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ସମସ୍ତେ ।    

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ବରେଲି ମେୟର ଡା. ଉମେଶ ଗୌତମଙ୍କ ଘରେ କାମ କରୁଥିଲେ । ୨୦୨୧ରେ ମେୟରଙ୍କ ପତ୍ନୀ ମହିଳାଙ୍କୁ କାର୍ଯ୍ୟରୁ ହଟାଇ ଦେଇଥିଲେ । ଏହାପରେ ସେ ମେୟରଙ୍କ ବିରୋଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚିବାରେ ଲାଗିପଡ଼ିଥିଲେ । ୨୦୨୨ରେ ଉମେଶ ଗୌତମଙ୍କୁ ଫସାଇବା ପାଇଁ ତାଙ୍କ ବିରୋଧ ଅନେକ ମିଛ ଅଭିଯୋଗ ଆଣିଥିଲେ । ମାତ୍ର ଯାଞ୍ଚ ବେଳେ ସବୁ ସତ ସାମ୍ନାକୁ ଆସିଥିଲା । ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡ଼ିଥିଲା ।  ମାତ୍ର ଏଥର ପୂରା ପ୍ରସ୍ତୁତି ସହିତ ମେୟରଙ୍କୁ ଘେରିବା ପାଇଁ ମହିଳା ଜଣଙ୍କ ସାଂଘାତିକ୍ ଷଡ଼ଯନ୍ତ୍ର ରଚିଥିଲା । ସେ ପୋଲିସ କହିଛି, ତାଙ୍କ ଉପରେ ଘଟିଥିବା ଘଟଣାରେ ମେୟର ଡା ଉମେଶ ଗୌତମ ଓ ତାଙ୍କ ପୁଅ ପାର୍ଥଙ୍କ ସଂପୃକ୍ତି ରହିଛି । ମହିଳା ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ଜୀବନ ମାରିଦେବାକୁ ଅପହରଣକାରୀଙ୍କୁ ପାର୍ଥ ଫୋନରେ କହିଥିଲେ । କାରଣ ସେ ତାଙ୍କ ବାପାକୁ ଟାର୍ଗେଟ୍ କରି ଗୋଟିଏ ପରେ ଗୋଟିଏ ସମସ୍ୟା ଛିଡ଼ା କରୁଛନ୍ତି ।  

ମହିଳାଙ୍କ ଅଭିଯୋଗକୁ ଆଧାର କରି ବରେଲି ପୋଲିସ ସିସିଟିଭି ଯାଞ୍ଚ କରିଥିଲେ । ଏହା ପରେ ଷଡ଼ଯନ୍ତ୍ର ଉପରୁ ପରଦା ହଟିଥିଲା । ସିସିଟିଭି ଫୁଟେଜ୍ ଓ ମହିଳା ସାକ୍ଷକୁ ଦେଖିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ମେୟର ଉମେଶ ଗୌତମ ଓ ତାଙ୍କ ପୁଅଙ୍କୁ ଫସାଇବା ପାଇଁ ଏକ କ୍ବାକ୍ ସାହାଯ୍ୟରେ ନିଜ ଛାତିରେ ଗୁଳି ଫିଟ୍ କରିଥିଲା ଅଭିଯୋଗକାରୀ ମହିଳା, ଯେପରି ସମସ୍ତଙ୍କୁ ବିଶ୍ବାସ ହେବ ଯେ ସେ କରିଥିବା ସମସ୍ତ ଅଭିଯୋଗ ସତ । ହେଲେ ପୋଲିସ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ପରେ ମହିଳା ଜଣଙ୍କ ସବୁ ସତ ଉଗାରି ଦେଇଥିଲା । ମେୟର ଓ ତାଙ୍କ ପୁଅକୁ ଫସାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.