ଦଳରେ ବହୁ ବରିଷ୍ଠ ନେତା ଅଛନ୍ତି, ସେମାନଙ୍କୁ ସୁଯୋଗ ଦେଲେ ପାର୍ଟିର ମାନ ବଢିବ- ଭୂପିନ୍ଦର ସିଂହ

NEWS7
woman-dies-in-udayagiri-hills-dies-of-heart-attack-while-coming-for-fair

ଭୁବନେଶ୍ୱର ୨୬।୦୨ : ରାଜ୍ୟରେ ଜୋର ଧରିଲାଣି ରାଜ୍ୟସଭା ନିର୍ବାଚନ ଚର୍ଚ୍ଚା । ସବୁ ଦଳରେ ପ୍ରାର୍ଥୀ ଘୋଷଣା ନେଇ ଚାଲିଛି ଚର୍ଚ୍ଚା ଏବଂ ଆଲୋଚନା । ଏହିକ୍ରମରେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂହଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି ।

ସେ କହିଛନ୍ତି ଯେ, ରାଜ୍ୟସଭା କାହାକୁ ଦିଆଯାଏ ?  ଯେଉଁମାନଙ୍କୁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ କରାଯାଇଥାଏ । ସେମାନଙ୍କୁ ରାଜ୍ୟସଭାକୁ ପଠାଯାଏ। ମତେ ବି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଆପଣଙ୍କୁ ଆମେ ରାଜ୍ୟସଭା ପାଇଁ ବିଚାର କରିବୁ। ଦଳରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇ ଟିକେଟ୍ ଦିଆଯାଇନାହିଁ। ସେମାନଙ୍କୁ ଦିଆଗଲେ ଦଳର ଓ ସଭାପତିଙ୍କ ସମ୍ମାନ ରହିବ। ବହୁ ବରିଷ୍ଠ ବି କହୁଛନ୍ତି ଏକଥା। ଏହା କେବଳ ନେତାଙ୍କ ମତ ନୂହେଁ ସବୁ କର୍ମୀ ବି ଚାହୁଁଛନ୍ତି।