ପରିତ୍ୟକ୍ତ ଘର ସଫା ବେଳେ ବିସ୍ଫୋରଣ, ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | June 07, 2025 IST

ଖୋର୍ଦ୍ଧା ୭ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଇଚ୍ଛାପୁର ଗାଁରେ ଅଘଟଣ । ଏକ ପରିତ୍ୟକ୍ତ ଘର ସଫା ବେଳେ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଲିଲି ବେଗମ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ବୋମା କିମ୍ବା ଅନ୍ୟାନ୍ୟ ସାମଗ୍ରୀ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଇଛି । 

ମୃତ ମହିଳା ନିଜ ମାମୁ ଘରକୁ ବୁଲିବାକୁ ଆସିଥିଲେ । ଇଚ୍ଛାପୁର ଗ୍ରାମ ନିକଟରେ ନିଜ ମାମୁ ଘରର ଫାର୍ମକୁ ବୁଲିବାକୁ ଯାଇଥିଲେ । ସେଠାରେ ଥିବା ଏକ ପରିତ୍ୟକ୍ତ ଘରୁ କୌଣସି ଜିନିଷ ଖୋଜିବା ସମୟରେ ଏଭଳି ବିସ୍ଫୋରଣ ଘଟିଛି । ତେବେ ସେଠାରେ ବିସ୍ଫୋରକ ସାମଗ୍ରୀ କିମ୍ବା ବୋମା କିଏ କାହିଁକି କେଉଁ ପରିସ୍ଥିତିରେ ରଖିଥିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

You Can Read:

ପାରାଦୀପ ସମୁଦ୍ରରେ ଅଘଟଣ : ଆଖି ସାମ୍ନାରେ ଭାସି ଯାଉଥିଲେ ସାଙ୍ଗ, କିଛି କରିପାରିଲେ ନାହିଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.