ବିଲକୁ ସ୍ବାମୀ-ସ୍ତ୍ରୀ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ, ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | August 09, 2025 IST

ଘଟଗାଁ ୯।୮: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବଣଚକୁଳିଆ ଗ୍ରାମର ଚାମି ମୁଣ୍ଡା । ଶନିବାର ସକାଳୁ ଜଙ୍ଗଲ ନିକଟସ୍ଥ ବିଲକୁ ଉଭୟ ସ୍ଵାମୀ-ସ୍ତ୍ରୀ ଯାଇଥିବା ସମୟରେ  ତିନୋଟି ଭାଲୁ ସ୍ଵାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଭାଲୁ ଚାମୀଙ୍କ ସ୍ଵାମୀଙ୍କୁ ଗୋଡାଇବାରୁ ସେ ନିକଟରେ ଥିବା ଏକ ପଥର ଚତିରି ଉପରକୁ ଚାଲିଯାଇଥିଲେ । କିନ୍ତୁ ମହିଳାଙ୍କ ମୁଣ୍ଡ ଓ ଅଣ୍ଟାକୁ ଆକ୍ରମଣ କରିଥିଲେ ଭାଲୁ । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଆସିବାରୁ ଭାଲୁ ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଗ୍ରାମବାସୀ ଓ ଘର ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଗାଁ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ନଗଦ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

You Can Read:

ଘରେ ଖେଳୁଥିବା ବେଳେ ଅଘଟଣ, ଗରମ ଡ଼ାଲି ପାଣି ପଡ଼ି ଶିଶୁ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.