ରାସନ କାର୍ଡରୁ କଟିଥିଲା ନାଁ, ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଯୋଗାଣ ନିରୀକ୍ଷକ ସସପେଣ୍ଡ

NEWS7
woman-d-at-time-of-loot

କୋରାପୁଟ ୨୧।୧୨ : ଯୋଗାଣ ନିରୀକ୍ଷକ ସସପେଣ୍ଡ। ସସପେଣ୍ଡ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନନ୍ଦପୁର ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ଦୁଇ ଦିନିଆ କୋରାପୁଟ ଗସ୍ତରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ ପରିଦର୍ଶନ କରିଥିବା ବେଳେ ନନ୍ଦପୁର ବ୍ଲକ ଯୋଗାଣ ନିରୀକ୍ଷକ ଓ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।

ନନ୍ଦପୁର ଆଦର୍ଶ ଲ୍ୟାମ୍ପ ପରିଦର୍ଶନ ସମୟରେ ରାସନ୍ କାର୍ଡ କାଟି ୪ ଜଣିଆ ପରିବାରକୁ ଦୁଇ ବର୍ଷ ହେବ ଚାଉଳ ଦିଆ ଯାଉନଥିବା ଅଭିଯୋଗ କରିଥିଲେ ହିତାଧିକାରୀ। ଉପର କଣ୍ଡାପାଲି ଗ୍ରାମର କମଳା ଗେମେଲ ଏନେଇ ଏକ ଲିଖିତ ଅଭିଯୋଗ ମନ୍ତ୍ରୀଙ୍କୁ ଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ପରିବାରକୁ ଚାଉଳ ପ୍ରଦାନ କରିବାକୁ ଯୋଗାଣ ବିଭାଗ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ବ୍ଳକ୍ ଯୋଗାଣ ନୀରିକ୍ଷକଙ୍କୁ ସସପେଣ୍ଡ ଓ ସମ୍ପୃକ୍ତ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।