ଆତ୍ମହତ୍ୟା ପାଇଁ ବଦନାମ IIT, ୫ ବର୍ଷରେ ଜୀବନ ହାରିଛନ୍ତି ୬୫ ଛାତ୍ରଛାତ୍ରୀ

NEWS7
woman-allegation-against-her-husband-for-unnatural-relationship

କାନପୁର,୨୨|୧:ଆଇଆଇଟିରେ ବଢୁଛି ଆତ୍ମହତ୍ୟା ମାମଲା । ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟିରେ ବଢୁଥିବା ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଚିନ୍ତାରେ କର୍ତ୍ତୃପକ୍ଷ । ଏପରିକି ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଏପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଧାରିବା ସହ ଅବସାଦରୁ ମୁକୁଳାଇବା ପାଇଁ ଆଲୁମନି ଆଗକୁ ଆସିଛି ।

ରିପୋର୍ଟ ଅନୁସାରେ, ଜାନୁଆରୀ୨୦୨୧ରୁ ଡିସେମ୍ବର୨୦୨୫ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହିବର୍ଷ ଅତି କମରେ୬୫ଛାତ୍ର ଜୀବନ ହାରିଛନ୍ତି । କେବଳ ଗତ ଦୁଇ ବର୍ଷରେ ତିରିଶଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଅଣ୍ଡରଗ୍ରାଜୁଏଟ୍ ସହ ପିଜି ଏବଂ ପିଏଚଡି ପାଠ୍ୟକ୍ରମର ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଜୀବନ ହାରିଛନ୍ତି । ଏହା ପଛରେ ଉଭୟ ବ୍ୟକ୍ତିଗତ ଏବଂ ଶୈକ୍ଷିକ କାରଣ ରହିଛି ।

ଆଇଆଇଟିର ପୂର୍ବତନ ଛାତ୍ରମାନଙ୍କ କହିବାନୁସାରେ, ଏଠାରେ କଡା ପ୍ରତିଯୋଗିତା ହୁଏ । କିଛି କ୍ଷେତ୍ରରେ ଛାଚ୍ରଛାତ୍ରୀଙ୍କୁ ସେମାନଙ୍କ ରଙ୍ଗ, ଜାତି ଏବଂ ଭାଷା ନେଇ ରାଗିଂ କରାଯାଏ । ଆହୁରି ଅନେକ ଭେଦଭାବର ସେମାନେ ଶିକାର ହୋଇଥାନ୍ତି । ଯାହା କିଛି ଜଣଙ୍କୁ ମାନସିକ ଭାବେ ଦୁର୍ବଳ କରିଦିଏ ।

ଏନସିଆରବିର ରିପୋର୍ଟ ଅନୁସାରେ,୨୦୨୩ରେ ଦେଶରେ୧୩ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ ଦୈନିକ୩୬ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି । ସୁପ୍ରିମକୋର୍ଟ ମଧ୍ୟ ବିଦ୍ୟାର୍ଥୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଜରରେ ରଖିବାକୁ ଟାସ୍କ ଫୋର୍ସ ଗଠନ ଦିଗରେ ଗୁରୁତ୍ୱ ଦେଇଥିଲେ । ଯାହା ଦିଗରେ ଆଇଆଇଟି କାନପୁରର୨୦୦୪ବ୍ୟାଚର ପୂର୍ବତନ ଛାତ୍ର ଧିରଜ ସିଂ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଧିରଜ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଇଆଇଟି କାନପୁରରେ ଗତ ଦୁଇ ବର୍ଷ ମଧ୍ୟରେ 9ଟି ସୁଇସାଇଡ୍ ମାମଲା ଆସିଛି । ଶିକ୍ଷା ମନ୍ତ୍ରାଳୟ ମଧ୍ୟ ଏନେଇ ପଦକ୍ଷେପ ନେବାକୁ କହିସାରିଛି । ଏଠାରେ ଦେଶର ଅନ୍ୟ ଆଇଆଇଟି ଅପେକ୍ଷା ଅଧିକ ଆତ୍ମହତ୍ୟା ହେଉଛି । କର୍ତ୍ତୃପକ୍ଷ ଏଥିପାଇଁ ଉତ୍ତରଦାୟିତ୍ୱ ନିଅନ୍ତୁ । କିପରି ଏହାକୁ ରୋକା ଯାଇପାରିବ ସେନେଇ ବ୍ୟବସ୍ଥା ଗ୍ରହଣ କରିବାର ସମୟ ଆସିଛି ବୋଲି ସେ ପ୍ରକାଶ କରିଛନ୍ତି ।