ଡିଏମକେ ମନ୍ତ୍ରୀଙ୍କ ବିରୋଧରେ ଇଡିର FIR, ରେଡ୍ ପୂର୍ବରୁ ନିର୍ମଳାଙ୍କୁ ଭେଟିଲେ ପୁଅ

NEWS7
with-27-airports-shut-diverted-flights-set-to-get-even-longer

ଚେନ୍ନାଇ, ୧୧/୧୨:କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ମନ୍ତ୍ରୀଙ୍କ ପୁଅ । ତାମିଲନାଡୁ ମନ୍ତ୍ରୀ କେଏନ ନେହରୁଙ୍କ ପୁଅ ତଥା ଡିଏମକେ ସାଂସଦ ଅରୁଣ ନେହରୁ ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେଏନ ନେହରୁଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ଅରୁଣ ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ତେବେ ଇଡି୧୦୨୦କୋଟି ଟଙ୍କାର ଦୁର୍ନୀତି ମାମଲାରେ ଏଫଆଇଆର ରୁଜୁ କରିଥିଲା ।

କୁହାଯାଉଛି ଯେ, କେଏନ ନେହରୁ ପୌର ପ୍ରଶାସନ ଏବଂ ପାନୀୟ ଜଳ ଯୋଗାଯୋଗ ବିଭାଗର ଅନେକ ଟେଣ୍ଡର୍ ଫିକ୍ସିଂ ପାଇଁ ଲାଞ୍ଚ୍ ନେଇଛନ୍ତି । ଏହି ଲାଞ୍ଚ ରାଶିର ପରିମାଣ ୧୦୨୦କୋଟି ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଇଡି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଅରୁଣ-ନିର୍ମଳାଙ୍କ ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ବୈଠକକୁ ନେଇ କୁହାଯାଉଛି ଯେ, ଗ୍ରାହକଙ୍କୁ ସୁରକ୍ଷା ପାଇଁ ସେ କିଛି ଦାବି କରି ଅର୍ଥମନ୍ତ୍ରୀଙ୍କୁପ୍ରସ୍ତାବ ଦେଇଛନ୍ତି । ଏହାସହ ଗ୍ରାହକଙ୍କ ସୁରକ୍ଷା ପାଇଁ ଥିବା ଆଇନରେ କିଛି ସଂଶୋଧନ ପାଇଁ ଅରୁଣ ନିର୍ମଳାଙ୍କୁ କହିଛନ୍ତି । ଯାହା ଦେଶରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସାହାଯ୍ୟ କରିବ । ସେହିପରି ଅନ୍ୟ ଏକ ଦାବିରେ ସେ ପିଏସିଏଲ ଲିମିଟେଡ୍ ଦୁର୍ନୀତିର କ୍ଷତିଗ୍ରସ୍ତଙ୍କୁ ସରକାର ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ।

ତେବେ କେଏନ୍ ନେହରୁଙ୍କ ବିରୋଧରେ୧୦୨୦କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ । ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହା ତାଙ୍କ ଛବିକୁ ମଳୀନ କରିବାକୁ ପ୍ରୟାସ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଇଡି ଏଫଆଇଆରରେ ଦର୍ଶାଇଥିଲା ଯେ ବିଭିନ୍ନ ଟେଣ୍ଡରର.ପ୍ରତିଶତ ଅର୍ଥ ଡିଏମକେ ଦଳୀୟ ପାଣ୍ଠି ବାବଦରେ ସଂଗ୍ରହ କରାଯାଇଥିଲା । ଯାହାକୁ ସଂଗ୍ରହ କରିବାରେ କେଏନ ନେହରୁଙ୍କ ହାତ ରହିଥିଲା । ଯାହାକୁ ନେଇ ନେହରୁ କହିଥିଲେ ଯେ, ସେ ଆଇନ ଅନୁଯାୟୀ ମାମଲାକୁ ସାମ୍ନା କରିବେ । ଏପରିକି ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର ବୋଲି ସେ ପ୍ରକାଶ କରିଥିଲେ ।