NCERT ଉପରେ ବର୍ଷିଲେ ସୁପ୍ରିମକୋର୍ଟ : 'ପିଲାଙ୍କୁ କଣ ଶିଖାଇବାକୁ ଚାହୁଁଛ' ବୋଲି ପ୍ରଶ୍ନ କଲେ ପ୍ରଧାନ ବିଚାରପତି

NEWS7
will-there-be-another-air-strike-on-pakistan-search-begins-for-new-address-of-masood-azhar-hafiz-saeed-and-salahuddin--

ନୂଆଦିଲ୍ଲୀ, ୨୬/୦୨: ଏନସିଇଆରଟି ଉପରେ ସୁପ୍ରିମକୋର୍ଟ ଖପ୍ପା । ବିବାଦୀୟ ଚାପ୍ଟର ହଟାଇଥିଲେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସଂସ୍ଥାର କ୍ଷମାକୁ ଗ୍ରହଣ କରାଯିବ ନାହିଁ ଏହି ଘଟମା ପଛରେ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।

ରିପୋର୍ଚ ଅନୁସାରେ, ବୁଧବାର ସୁପ୍ରିମକୋର୍ଟ ଏନସିଇଆରଟି ଉପରେ ବର୍ଷିଥିଲେ । କାରଣ ଅଷ୍ଟମ ଶ୍ରେଣୀର ଏକ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବାବଦୀୟ ଏକ ଅଧ୍ୟାୟ ଥିଲା । ଯାହା କୋର୍ଟଙ୍କ ସମ୍ମାନହାନୀ କରୁଥିବା ପ୍ରଧାନ ବିଚାରପତି କହିଥିଲେ । ଏହାପରେ ସଂସ୍ଥା ବିବାଦୀୟ ଚାପ୍ଟରକୁ ହଟାଇଦେଇଛି । ତଥାପି ଏପରି ତ୍ରୁଟି ପାଇଁ ଅସନ୍ତୁଷ୍ଟ ଅଛନ୍ତି କୋର୍ଟ ।

ଗୁରୁବାର ପ୍ରଧାନ ବିଚାରପତି କହିଛନ୍ତି ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ନ୍ୟାୟପାଳିକାକୁ ରକ୍ତାକ୍ତ କରାଯାଇଛି । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି । ଏନସିଆଇରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

ମାମଲାରେ ପ୍ରଥମେ ତୁଷାର ମହେତା କହିଥିଲେ ଯେ, ଏବେ ସେହି ବିବାଦୀୟ ଚାପ୍ଟରକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ ଏପରି ତ୍ରୁଟି ହେବ ନାହିଁ । ଏଥିରେ ପ୍ରଧାନ ବିଚାରପତି ଖୁସି ହୋଇନଥିଲେ । ସେ କହିଛନ୍ତି ଯେ, ଏନସିଆଇରଟି ନ୍ୟାୟପାଳିକାକୁ ରକ୍ତାକ୍ତ କରିଛି । ଏହା ଏକ ଭୟଙ୍କର ଷଡଯନ୍ତ୍ର ।

ଏସବୁ ପରେ ତୁଷାର ମେହେତା କହିଥିଲେ ଯେ, ବଜାରରେ ୩୨ଟି ବହିକୁ ବିକ୍ରି ପାଇଁ ପଠାଯାଇଥିଲା । ଏହାକୁ ଫେରାଇ ଅଣାଯାଇଛି । ଅଧ୍ୟାୟକୁ ସମ୍ପୂର୍ଣ୍ଣ ଭାବେ ପୁଣି ପ୍ରକାଶ କରାଯିବ । ଅନ୍ୟଦିଗରେ ଏନସିଇଆରଟି ନିଜର ଭୁଲ ପାଇଁ କ୍ଷମା ମାଗିଛି । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନାହାଁନ୍ତି । ଏବେବି ବଜାରରେ ପୁସ୍ତକର କିଛି କପି ରହିଥିବା କୋର୍ଟ ପ୍ରକାଶ କରିଛନ୍ତି ।