LIVE TV
LIVE TV

RCB ସହ ବିକ୍ରି ହୋଇଯିବ ଆଇପିଏଲର ଏହି ବଡ଼ ଟିମ୍ ! ନିଲାମ ପୂର୍ବରୁ ଶିଳ୍ପପତିଙ୍କ ବଡ଼ ଦାବି

NEWS7
will-there-be-a-boundary-of-70-meters-in-the-world-cup-2023-know-what-the-rules

ନୂଆଦିଲ୍ଲୀ: ଆଇପିଏଲର ନୂଆ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ କର୍ପୋରେଟ୍ ଦୁନିଆରେ ଏବେଠାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଲିଗ୍‌ର ପରବର୍ତ୍ତୀ ସିଜିନ ପାଇଁ ମିନି ଅକ୍ସନ ଆଗାମୀ କିଛି ଦିନରେ ହେବ । କିନ୍ତୁ ସବୁଠୁ ବଡ଼ ଚର୍ଚ୍ଚା ଆଇପିଏଲର ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ବିକ୍ରିକୁ ନେଇ ହେଉଛି । ଆରସିବିର ସହ ଆଉ ଏକ ଟିମ୍ ମଧ୍ୟ ବିକ୍ରି ହେଉଥିବା ଦାବି କରାଯାଉଛି । ସୂଚନା ଅନୁସାରେ ରାଜସ୍ଥାନ ରୟାଲ୍ସ ମଧ୍ୟ ବିକ୍ରି ହୋଇପାରେ ।

ଖବର ଅନୁସାରେ ୨୦୨୫ର ଆଇପିଏଲ୍ ଚାମ୍ପିଅନ ଆରସିବିକୁ ୨୦୨୬ ସିଜିନ ପୂର୍ବରୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମାଲିକ ସଞ୍ଜୀବ ଗୋୟଙ୍କାର ବଡ଼ ଭାଇ ହର୍ଷ ଗୋୟଙ୍କା ଦାବି କରିଛନ୍ତି ଯେ ୨୦୦୮ର ବିଜେତା ରାଜସ୍ଥାନ ରୟାଲ୍ସ ମଧ୍ୟ ନୂଆ ନିବେଶକ କିମ୍ୱା ମାଲିକ ଖୋଜୁଛି । ହର୍ଷ ଗୋୟଙ୍କା ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ମୋର ସୂଚନା ଅନୁସାରେ, ଏକ ନୁହେଁ ବରଂ ଦୁଇଟି ଆଇପିଏଲ୍ ଟିମ୍-ଆରସିବି ଓ ଆରଆର ବିକ୍ରି ହେବେ । ମାଲିକମାନେ ବର୍ତ୍ତମାନର ଉଚ୍ଚ ଭାଲ୍ୟୁଏସନର ଲାଭ ଉଠାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ ଦୁଇ ଟିମ ବଜାରରେ ଅଛନ୍ତି ଓ ପ୍ରାୟ ୪ରୁ ୫ ଜଣ କ୍ରେତା ଇଚ୍ଛା ପ୍ରକାଶ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ନୂଆ ମାଲିକ କିଏ ହେବ- ପୁଣେ, ଅହମ୍ମଦାବାଦ, ମୁମ୍ୱାଇ, ବେଙ୍ଗାଲୁରୁ କିମ୍ୱା ଆମେରିକାରୁ କୌଣସି ନିବେଶକ ?"

୨୦୨୪ରେ ଖବର ସାମନାକୁ ଆସିଥିଲା ଯେ ଜୟପୁର ଆଧାରିତ ଏହି ଫ୍ରାଞ୍ଚାଇଜର ମାଲିକାନା ରୟାଲ୍ସ ସ୍ପୋର୍ଟ୍ସ ଗ୍ରୁପ (ଏମର୍ଜିଂ ମିଡିଆ ସ୍ପୋର୍ଟିଂ ହୋଲ୍ଡିଂସ ଲିମିଟେଡ୍) ପାଖରେ ରହିଛି । ଏହା ପାଖରେ ପ୍ରାୟ ୬୫ ପ୍ରତିଶତ ଅଂଶଧନ ରହିଛି । ଅନ୍ୟ ଅଂଶଧନ ମୁଖ୍ୟ ମାଇନ୍‌ରଟି ପାର୍ଟନର୍ସରେ ଲ୍ୟାକଲନ୍ ମର୍ଡିକ ଓ ରେଡବର୍ଡ କ୍ୟାପିଟାଲ୍ ପାର୍ଟନର୍ସ ସାମିଲ ଅଛି । ନଭେମ୍ୱର ୫ରେ ଡିୟାଜିଓ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଥିଲା ଯେ ସେ ଆରସିବିକୁ ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହା ପୂର୍ବରୁ ଅକ୍ଟୋବର ୧ରେ ଆଦାର ପୁନାୱାଲା ଏକ୍ସରେ ପୋଷ୍ଟ କରି ପ୍ରଥମ ସଂକେତ ଦେଇ ଆରସିବି ବିକ୍ରି ହେଉଥିବା ଜଣାଇଥିଲେ ।