ଶେଷରେ ମୁଣ୍ଡ ନୁଆଁଇଲା ଇରାନ ! ଆମେରିକା ସହ ବୁଝମଣା କରୁଛି ଖାମେନି ସରକାର, ଦାବି କଲେ ଟ୍ରମ୍ପ୍

NEWS7
will-solar-eclipse-2025-be-visible-in-india

ନୂଆଦିଲ୍ଲୀ, ୦୧|:ଆମେରିକା ଆଗରେ ଇରାନ ଧିରେ ଧିରେ ମୁଣ୍ଡ ନୁଆଁଉଛି । କଥାବାର୍ତ୍ତା କରିବାକୁ ରାଜି ହେଉଛି । ଆମେରିକାର ସର୍ତ୍ତ ଉପରେ କାମ କରୁଥିବା ଦାବି କରିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ତେହେରାନ ସରକାର ୟୁଏସର ସାମରିକ ଅଭିଯାନକୁ ନେଇ ଚେତାବନୀ ଦେଇଥିଲେ ମଧ୍ୟ ଖାମେନି ସରକାର ଆତ୍ମସମର୍ପଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଟ୍ରମ୍ପ୍ କହିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ତାଙ୍କ ସହ ଲଗାତାର ଭାବେ ଆଲୋଚନା କରୁଛି । ସେ ଆଗକୁ ଦେଖିବେ କଣ କରାଯାଇପାରିବ । ଆମେରିକାର ଏକ ବଡ ପ୍ଲାନ୍ ଇରାନ ଆଡେ ମୁହାଁଇଛି । ତେବେ ଏହି ପ୍ଲାନ୍ କୌଣସି ଯୁଦ୍ଧ ଜାହାଜ ନା ଆଉ କିଛି ତାହା ଟ୍ରମ୍ପ୍ ସ୍ପଷ୍ଟ କରିନାହାଁନ୍ତି ।

ୟୁଏସ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ବୁଝମଣା କରିବାକୁ ଇରାନ ରାଜି ଅଛି । ଏନେଇ ଧିରେଧିରେ ବାଟ ଖୋଲୁଛି । ଇରାନ ଆଖପାଖରେ ଥିବା ଆମେରିକାର ସହଯୋଗୀଙ୍କୁ ସିକ୍ରେଟ୍ ପ୍ଲାନ୍ ବାବଦରେ କିଛି କୁହାଯାଇ ନାହିଁ । ଏହା ସାମରିକ ଆକ୍ରମଣ ହୋଇପାରେ । ୟୁଏସ ଏୟାର ଷ୍ଟ୍ରାଇକ୍ କରିପାରେ । ସେମାନଙ୍କୁ ଆମେରିକାର କିଛି ଯୋଜନା କହିବା ଏବେକାର ସମୟରେ ଠିକ୍ ନୁହେଁ । ସେମାନଙ୍କୁ କହିବା ଯାହା ଗଣମାଧ୍ୟମକୁ ପ୍ଲାନ୍ ବାବଦରେ କହିବା ସମାନ ।

ସୂଚନାଯୋଗ୍ୟ, ଆମେରିକା ଇରାନ ନିକଟବର୍ତ୍ତୀ ସମୁଦ୍ରରେ ଏକ ନୌସେନା ଟିମ୍ ପ୍ରସ୍ତୁତ ରଖିଛି । ଯେଉଁମାନେ କେତେବେଳେ ବି ଇରାନ ଉପରେ ଆକ୍ରମଣ କରିପାରିବେ । ଟ୍ରମ୍ପ୍ ଅନୁମତି ଦେଲେ ହିଁ ଇରାନ ଉପରେ ୟୁଏସ ଫୋର୍ସ ଆକ୍ରମଣ କରିପାରିବ ।