ଇନଷ୍ଟାଗ୍ରାମରେ ଲାଇଭ୍ ଆସି ଆତ୍ମହତ୍ୟା କଲା ସ୍ୱାମୀ, ୪୪ ମିନିଟ୍ ଯାଏ ଦେଖି ମଜା ନେଉଥିଲା ସ୍ତ୍ରୀ

Published By : Prameya-News7 Bureau | March 21, 2025 IST

ନୂଆଦିଲ୍ଲୀ: ସାତ ଜନ୍ମ ପାଇଁ ଶପଥ ନେଇଥିବା ସ୍ତ୍ରୀ ଏତେ ନିଷ୍ଠୁର ହୋଇଗଲା ଯେ ୪୪ ମିନିଟ୍ ଯାଏ ନିଜ ସ୍ୱାମୀର ମୃତ୍ୟୁର ମଜା ନେଉଥିଲା । ଇନଷ୍ଟାଗ୍ରାମରେ ଲାଇଭ୍ ଆସି ସ୍ୱାମୀ ଆତ୍ମହତ୍ୟା କରୁଥିବା ବେଳେ ସ୍ତ୍ରୀର ମୁହଁରୁ ଗୋଟିଏ ଶବ୍ଦ ବାହାରି ନଥିଲା । ଯୁବକ ଜଣକ ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା କହିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ଜେଲ୍ ପଠାଇଛି ।

ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ବହୁ ଚର୍ଚ୍ଚିତ ଅତୁଷ ସୁଭାଷ ପରି ଆଉ ଏକ ଘଟଣା ରିଭାରେ ଘଟିଛି । ଜଣେ ଯୁବକ ଇନଷ୍ଟାଗ୍ରମରେ ହାଇଭ୍ ଆସି ଆତ୍ମହତ୍ୟା କରିଥିଲେ । ସେହି ସମୟରେ ଯୁବକଙ୍କ ପତ୍ନୀ ଲାଇଭ୍ ଆସି ୪୪ ମିନିଟ୍ ଆତ୍ମହତ୍ୟାକୁ ଦେଖିଥିଲେ । କିନ୍ତୁ ଏହାକୁ ରୋକିବା ପାଇଁ କୌଣସି ଉଦ୍ୟମ କରିନଥିଲେ । ଯୁବକ ଜଣକ ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରୁଥିବା କହିଥିଲେ । ପୋଲିସ ତଦନ୍ତରେ ପତ୍ନୀ ଓ ତାଙ୍କ ମାଆକୁ ଦୋଷୀ ପାଇଥିଲା । ଏହାପରେ ଉଭୟଙ୍କୁ ଗିରଫ କରି ଜେଲ୍ ପଠାଯାଇଛି ।

ମୃତ ଶିବ ପ୍ରକାଶ ତ୍ରିପାଠୀ ଦୁଇ ବର୍ଷ ପୂର୍ବେ ବୈକୁଣ୍ଠପୁରର ରିମାରୀ ଗାଁର ପ୍ରିୟା ଶର୍ମାଙ୍କୁ ବିବାହ କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ କିଛି ମାସ ପରେ ପ୍ରିୟା ଲୁଚି-ଛପି ଅନ୍ୟ କାହା ସହ କଥାବର୍ତ୍ତା କରିବା ଆରମ୍ଭ କରିଥିଲେ । ଏକଥା ପ୍ରକାଶ ଜାଣିବାକୁ ପାଇଥିଲେ, କିନ୍ତୁ ଘରର ଅନ୍ୟ କୌଣସି ସଦସ୍ୟଙ୍କୁ ଜଣାଇନଥିଲେ । ଶିବ ପ୍ରକାଶ ନିଜ ଦାମ୍ପତ୍ୟ ଜୀବନକୁ ବଞ୍ଚାଇବା ପାଇଁ ସବୁ ସମ୍ଭବ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ଶିବ ପ୍ରକାଶ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ସ୍ୱାମୀଙ୍କୁ ଖଟରେ ଛାଡ଼ି ପ୍ରିୟା ନବଜାତ ଶିଶୁକୁ ଧରି ନିଜ ବାପା ଘରକୁ ଚାଲି ଆସିଥିଲେ । ଏହି ସମୟରେ ବି ଶିବ ପ୍ରସାଦ ଶାଶୁ ଘରକୁ ଯାଇ ସ୍ତ୍ରୀଙ୍କୁ ରାଜି କରାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପ୍ରିୟା ଶାଶୁ ଘରକୁ ଫେରି ନଥିଲେ । ପରିବାର ଲୋକଙ୍କ ଅଭିଯୋଗ ଯେ ପ୍ରିୟା ଅନ୍ୟ କାହା ପ୍ରେମରେ ଅନ୍ଧ ହୋଇସାରିଥିଲା ଓ ନିଜ ପ୍ରେମୀ ସହ ମିଶି ଶିବ ପ୍ରକାଶକୁ ମାରପିଟ୍ କରିଥିଲା ।

ଆତ୍ମହତ୍ୟା କରିବାର ୧୫ ମିନିଟ୍ ପୂର୍ବରୁ ଶିବ ପ୍ରକାଶ ଶାଶୁ ଘରରୁ ନିଜ ଘରକୁ ଫେରିଥିଲେ । କାହା ସହ କିଛି କଥା ନହୋଇ ନିଜ ରୁମକୁ ଚାଲି ଯାଇଥିଲେ । ଏହାପରେ ଇନଷ୍ଟାଗ୍ରାମରେ ଲାଇଭ୍ ଆସି ନିଜକୁ ଫାଶୀ ଲଗାଇଥିଲେ । ଏହି ସମୟରେ ପ୍ରିୟା ଲାଇଭ୍ ଆସି ଆତ୍ମହତ୍ୟାର ଦେଇ ମଜା ନେଇଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୌଣସି ଉଦ୍ୟମ କଲେ ନାହିଁ । ପରିବାରର ଅନ୍ୟ ସଦସ୍ୟ କିମ୍ୱା ପୋଲିସକୁ ଏବାବଦରେ ଜଣାଇଥିଲେ ହୁଏତ ଶିବ ପ୍ରକାଶଙ୍କ ଜୀବନ ବଞ୍ଚିଯାଅନ୍ତା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.