ଆସ୍କା ୧୮।୦୬ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ । ମୃତ ସ୍ୱାମୀଙ୍କ ନାମ ଅମର ନାୟକ ବୋଲି ଜଣାପଡିଛି । ସ୍ୱାମୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ପ୍ରୟାସ କରିଥିଲା ସ୍ତ୍ରୀ ।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଏତେ ବଢିଯାଇଥିଲା ମାର୍ପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏପିରିକି ସ୍ତ୍ରୀ ଅଞ୍ଜନା ନାୟକ ସ୍ୱାମୀ ଅମର ନାୟକଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲା । ସେପଟେ ଘଟଣା ସଂପର୍କରେ ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆସିକା ମେଡ଼ିକାଲକୁ ପଠାଇଛି । ଏହାସହ ସ୍ତ୍ରୀକୁ ଅଟକ ରଖି ଜେରା କରୁଛି ପୋଲିସ ।