ଦାରିଦ୍ର୍ୟର ଶୈଶବରୁ ସଫଳ କ୍ୟାରିୟର, ଗୋଟିଏ ହସ ବଦଳାଇଦେଲା ଜୀବନ।

NEWS7
wife-is-no-more-for-her-husband-in-nilagiri

ନୂଆଦିଲ୍ଲୀ: ଦାରିଦ୍ର୍ୟର ଶୈଶବରୁ ସଫଳ କ୍ୟାରିୟର। ଗୋଟିଏ ହସ ବଦଳାଇଦେଲା ଜୀବନ। ଗୋଟିଏ ଭିଡିଓ ବନାଇଦେଲା ସେଲିବ୍ରିଟି। ଏ ହସ ସେଇ ଗରିବର ପିଲାଟିର। ଯିଏ ଚା କପ୍ ଟିଏ ଧରିଛି, ମନ ଖୋଲି ହସୁଛି । କିନ୍ତୁ କିଏ ଜାଣିଥିଲା ସେଇ ହସ ଆଜି ବିଶ୍ୱବ୍ୟାପୀ ପାଲଟିବ ଟ୍ରେଣ୍ଡ ଏବଂ ମିମ୍ସ। ତେଲେଙ୍ଗାନାର ନିପଟ ମଫସଲ ଗାଁ ନାଲାପୁଚଟବାଲ୍ଲୀର ଇଣ୍ଟରନେଟ୍ ସେନସେସନ୍ ଅରୁଣ କୁମାର। "ଭାଇରାଲ୍ ସ୍ମାଇଲ ବଏ" ଭାବେ ଜଣାଶୁଣା।

ଅତି ଗରିବ ପରିବାରରେ ଅରୁଣଙ୍କ ଜନ୍ମ। ଆର୍ଥିକ ଅଭାବରୁ ତାଙ୍କୁ ଚତୁର୍ଥ ଶ୍ରେଣୀରେ ସ୍କୁଲ ଛାଡିବାକୁ ପଡିଥିଲା। ତାଙ୍କୁ ସମ୍ଭାଳିବାକୁ ପଡ଼ିଥିଲା ପରିବାରର ବୋଝ। ପାଠପଢ଼ା ବୟସରେ ସଫେଇ କର୍ମଚାରୀକୁ ସେ ଆଦରେଇ ନେଇଥିଲେ। କାର୍ଯ୍ୟ କରୁଥିବା ସମୟରେ, ସେ ନେହେରୁ ନାମକ ଜଣେ ଡ୍ରାଇଭରଙ୍କୁ ଭେଟିଥିଲେ। ତାଙ୍କ ନାଁ ନେହେରୁ। ଯିଏ ଅରୁଣଙ୍କ ସଂଘର୍ଷ ବାହାରେ ତାଙ୍କର ସମ୍ଭାବନାକୁ ଚିହ୍ନିପାରିଥିଲେ। ଅରୁଣ ଥରେ ଚା ପିଉଥିଲେ। ଆଉ ଏହାର ଭିଡିଓ ସୁଟି କରୁଥିଲେ ନେହେରୁ।

ଭିଡିଓ ରେକର୍ଡିଂ ସମୟରେ ମଜାଦାର ଶୈଳୀରେ ହସି ଦେଇଥିଲେ ଅରୁଣ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ନେହେରୁ। କିନ୍ତୁ କେହି ଜାଣିନଥିଲେ, ଅରୁଣଙ୍କ ଏହି ହସଟି ଭାଇରାଲ ମିମ୍ ହୋଇଯିବ। ସେ ପୁଣି ସେଲିବ୍ରିଟି ହୋଇଯିବ। ଏମିତିକି ଏହି ଭିଡିଓକୁ ମାତ୍ର କିଛି ଦିନ ଭିତରେ ୫୦ ମିଲିୟନ ଲୋକ ଦେଖିଥିଲେ।

ଅରୁଣଙ୍କୁ ତାଙ୍କ ପାଠପଢ଼ାକୁ ଫେରିବା ପାଇଁ ଆବଶ୍ୟକ ପ୍ରୋତ୍ସାହନ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ନେହେରୁ । ଅରୁଣ ସଫଳତାର ସହିତ ତାଙ୍କର ପାଠପଢ଼ା ପୁଣି ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ସଫଳତା ପରେ ପୁଣି ଚର୍ଚ୍ଚାରେ ଅରୁଣ।

ଅରୁଣଙ୍କ ନିଆରା ହସ ବିଶ୍ୱବ୍ୟାପୀ ଅଗଣିତ ଭିଡିଓରେ ବ୍ୟବହାର କରାଯିବା ସହ ଏକ ଭାଇରାଲ ମିମ୍ ପାଲଟିଛି। ସେ ବର୍ତ୍ତମାନ ଜଣେ ପ୍ରଫେସନାଲ କଣ୍ଟେଣ୍ଚ୍ କ୍ରିଏଟର। ଯାହାଙ୍କ ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବରେ ହଜାର ହଜାର ଫଲୋଅର୍ସ। ସେ ପ୍ରାୟତଃ ରିଆଲିଟି ଶୋ'ରେ ଗେଷ୍ଟ ଭାବରେ ଦେଖାଯାଆନ୍ତି। ଦାରିଦ୍ର୍ୟର ଶୈଶବରୁ ଏକ ସଫଳ କ୍ୟାରିୟରରେ ତାଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ନେହେରୁଙ୍କୁ ଶ୍ରେୟ ଦେଇଛନ୍ତି ଅରୁଣ।