Live Live
LIVE

ରାଜ୍ୟସଭାରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

NEWS7
wife-arrest-after-hatya-to-husband

ଭୁବନେଶ୍ୱର ୧୧।୦୩ : ବିରୋଧୀ ଟେନସନ୍। ଇଏ ଦେବ ତ ? କ୍ରସ ଭୋଟିଂ କରିବେ କି ? ଯଦି ଭୋଟ୍ ଦେବାକୁ ନ ଆସିଲା....। ନାକଚ ହେବନି ତ ? ରାଜ୍ୟସଭା ଭୋଟକୁ ନେଇ ଏମିତି ଡର ଏବେ ସବୁ ଶିବିରରେ। ନିଜ ବିଧାୟକଙ୍କୁ ଏକାଠି ରଖିବା ନେଇ ବିରୋଧୀ ଦଳ ଏବେ ଝାଳନାଳ। ନିର୍ମାଲ୍ୟ ଛୁଆଁରୁ ଡିନର ପାର୍ଟି ଯାଏଁ ସବୁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି। ଖାଲି ସେତିକି ନୁହେଁ, ଏଥର ରାଜ୍ୟସଭା ପାଇଁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକଙ୍କୁ ରିସୋର୍ଟ, ହୋଟେଲରେ ରଖିବାକୁ ଯୋଜନା ଚଳାଇଛନ୍ତି।

ଏ ଖବର ବି ପଢନ୍ତୁ:- Rajyasabha Election: ରାଜ୍ୟସଭା ଚତୁର୍ଥ ଆସନ ପାଖରେ ଅଟକିଛି ଅଙ୍କ, ଦତ୍ତେଶ୍ଵର ନା ଦିଲୀପ; ମନରେ ପଶିଲା ଛନକା

ମିଳିଥିବା ସୂତ୍ର ଅନୁସାରେ ଆସନ୍ତା ଶନିବାର ଓ ରବିବାର ବିଧାନସଭା ନାହିଁ। ତେଣୁ ଶୁକ୍ରବାର ରାତି କିମ୍ବା ଶନିବାର ସକାଳୁ ଉଭୟ ଦଳର ବିଧାୟକଙ୍କୁ ପୃଥକ ପୃଥକ ଭାବେ କୌଣସି ଗୁପ୍ତ ସ୍ଥାନକୁ ନିଆଯିବ। କଂଗ୍ରେସ ଶାସିତ ରାଜ୍ୟକୁ ଯିବା ସମ୍ଭାବନା ରହିଛି। ଏଆଇସିସି ସହ ଏନେଇ ପିସିସିର ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି। ସୋମବାର ରାଜ୍ୟସଭା ଭୋଟ ପଡ଼ିବ। ସେଦିନ ସିଧା ବିଧାୟକଙ୍କୁ ନେଇ ଦଳର ବରିଷ୍ଠ ନେତାମାନେ ବିଧାନସଭାକୁ ଆସିବେ ବୋଲି ସୂତ୍ରରୁ ସୂଚନା ମିଳିଛି। ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ସିଧା ଚାଲେଞ୍ଜ କରି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବିଦା ହେବା ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । କେତେକ ବିଧାୟକଙ୍କୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ବଢ଼ିଛି। ପ୍ରାୟ ୫ଜଣ ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ଦଳ ଭିତରେ ଆଲୋଚନା ହେଉଛି। ଏସବୁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି ।

କିନ୍ତୁ, କିଛି ନିଜ ଆଡ଼ୁ ଦଳଠାରୁ ଦୂରତା ରକ୍ଷା କରୁଥିବା କୁହାଯାଉଛି। ଏପରିକି ଗଣମାଧ୍ୟମରେ ଏଭଳି ବୟାନ ଦେଇଛନ୍ତି, ଯାହା ଦଳକୁ ଦ୍ୱନ୍ଦ୍ୱରେ ପକାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଧାୟକମାନଙ୍କୁ ଏକାଠି ରଖିବାକୁ କସରତ ଚଳାଇଛନ୍ତି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି। ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା। ନବୀନଙ୍କ ସହ ଆଲୋଚନା ସରିଲା ପରେ ଦଳର ଜଣେ ବରିଷ୍ଠ ବିଧାୟକ ଜଣ ଜଣ କରି ବିଧାୟକଙ୍କୁ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦ ଛୁଆଁଇ ଶପଥ କରାଉଥିବା ଖବର ମିଳିଛି।

ଏ ଖବର ବି ପଢନ୍ତୁ :- ରାଜ୍ୟସଭା ମଇଦାନରେ ରହିଲେ ୫ ପ୍ରାର୍ଥୀ, ନାମାଙ୍କନ ପ୍ରତ୍ୟାହାରର ସମୟସୀମା ଶେଷ

ସେହିପରି କଂଗ୍ରେସ ଦଳ ବିଧାୟକଙ୍କୁ ନେଇ ହୋଟେଲରେ ବୈଠକ ଓ ଡିନର ପାର୍ଟି କରୁଥିବା ସୂଚନା ମିଳିଛି। ପିସିସି ସଭାପତି ଭକ୍ତ ଦାସ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମସ୍ତଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି। ତଥାପି ଦଳ ଭିତରେ କିଛି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏମିତିକି ଗତକାଲି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା ୨ଜଣ ବିଧାୟକ ପରେ ଆୟୋଜିତ ତାରକା ହୋଟେଲର ଡିନର ପାର୍ଟିକୁ ଯାଇନଥିଲେ। ଦଳର ୩ଜଣ ବିଧାୟକଙ୍କୁ ନେଇ ନାନାଦି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ପୂର୍ବରୁ ବିଧାୟକ ଦଳ ବୈଠକ ଓ ନାମାଙ୍କନ ଦାଖଲ ଦିନ ଅନୁପସ୍ଥିତ ଥିବା କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଗଣମାଧ୍ୟମକୁ କହିଥିଲେ, ରାଜ୍ୟସଭା ନିର୍ବାଚନ ନେଇ ଦଳର ନିଷ୍ପତ୍ତି ସହ ମୁଁ ରହିଛି। ଜଣେ ବରିଷ୍ଠ ବିଧାୟକଙ୍କ କହିବାନୁସାରେ ଭୋଟ୍ ପୂର୍ବଭଳି ଗୁପ୍ତ ରହିବନି। ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବାକୁ ପଡ଼ିବ। ତେବେ ଯିଏ ଦଳରୁ ଦୂରେଇ ଯିବାକୁ ମନସ୍ଥ କରିଥିବେ, ସେମାନେ ହିଁ କ୍ରସ୍ ଭୋଟିଂ କରିବେ। ଦଳୀୟ ଏଜେଣ୍ଟ ସହ ବୁଥରେ ଉପସ୍ଥିତ ସଭିଙ୍କୁ ଭୋଟ୍ ଦେଖାଇଲେ, ତାହା ନାକଚ ହେବ। ଏହାର ଡର ବି ରହିଛି। ଭୋଟ୍ ଦିନ ଅନୁପସ୍ଥିତ ରହି ନିଜ ଦଳର ନିଶ୍ଚିତ ଭୋଟ୍ ସଂଖ୍ୟା ଖସାଇବା ଷଡ଼ଯନ୍ତ୍ରକୁ ବି ଜଗିବାକୁ ପଡ଼ିବ।

ଏ ଖବର ବି ପଢନ୍ତୁ:- ଟି-୨୦ ବିଶ୍ଵକପ୍ ଜିତିବା ପରେ ବିବାହ କରିବେ କୁଲଦୀପ୍ ଯାଦବ, ଏହି ଦିନ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡଙ୍କ ସହ ନେବେ ସାତଫେରା