ଷ୍ଟମ୍ପ୍ ଆଉଟ୍ କରିବାକୁ ମନା କଲେ ନିକୋଲାସ ପୁରନ୍, ରିଟାୟର ହର୍ଟ କରିଦେଲା ଟିମ୍

NEWS7
why-the-newest-covid-variant-jn-1-is-worrying-scientists

ନୂଆଦିଲ୍ଲୀ, ୧୦/୧୨: ଷ୍ଟମ୍ପିଂ କରିବାକୁ ମନା କଲେ ଓ୍ୱିକେଟ୍ କିପର୍। ରିଟାୟର ହର୍ଟ କରିଦେଲା ଟିମ୍ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଦୁବାଇରେ ଖେଳାଯାଉଥିବା ଇଣ୍ଟରନ୍ୟାଶନାଲ ଲିଗ୍ ଟି୨୦ର ମୁକାବିଲାରେ । ଡେଜର୍ଟ ଭାଇପର୍ ଏବଂ ଏମଆଇ ଏମିରେଟ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଘଟଣାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ କରୁଛନ୍ତି କ୍ରିକେଟପ୍ରେମୀ । 

ରିପୋର୍ଟ ଅନୁସାରେ, ଦୁବାଇର ଏବେ ଆଇଏଲ ଟି୨୦ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଜାଏଦ କ୍ରିକେଟ୍ ଷ୍ଟାଡିୟମରେ ମଙ୍ଗଳବାର ଡେଜର୍ଟ ଭାଇପର୍ ଏବଂ ଏମଆଇ ଏମିରେଟ୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରିଥିଲା ଭାଇପର୍ । ପ୍ରଥମେ ବ୍ୟାଟିଂ କରି ଦଳ ୧୫୯ରନ୍ ସ୍କୋର କରିଥିଲା । ଯାହାକୁ ଚେଜ୍ କରିବାରେ ଏମିରେଟ୍ସ ବିଫଳ ହୋଇଥିଲା । ତେବେ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଭାଇପର ପାଳିର ୧୬ତମ ଓଭରରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା ।

୧୫.ଓଭର ବେଳକୁ ଭାଇପର ୧ ଓ୍ୱିକେଟ୍ ହରାଇ୧୧୭ରନ୍ କରିଥିଲା । ସେହି ସମୟରେ ବ୍ୟାଟିଂ କରୁଥିଲେ ମ୍ୟାକ୍ସ ହୋଲଡନ୍ । ସେତେବେଳକୁ ସେ ୩୬ ବଲରୁ ୪୨ ରନ୍ କରିସାରିଥିଲେ । ସ୍ପିନର ରସିଦ ଖାନଙ୍କ ଏକ ବଲରେ ମ୍ୟାକ୍ସ ବଡ ସଟ୍ ଖେଳିବା ପାଇଁ କ୍ରିଜ୍ ବାହାରକୁ ଚାଲି ଆସିଥିଲେ । ବଲଟି ତାଙ୍କ ବ୍ୟାଟରେ ନବାଜି ସିଧା କିପିଂ କରୁଥିବା ନିକୋଲାସ ପୁରନଙ୍କ ହାତକୁ ଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପୁରନ ଷ୍ଟମ୍ପିଂ କରିନଥିଲେ । ଅନେକ ସମୟ ପାଇଥିଲେ ବି ପୁରନ ଜାଣିଶୁଣି ଏପରି କରିଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା ।

ପୁରନ କହିଥିଲେ ଯେ, ମ୍ୟାକ୍ସ ସ୍ଲୋ ବ୍ୟାଟିଂ କରୁଛନ୍ତି । ତେଣୁ ସେ କ୍ରିଜରେ ରହିଲେ ଭାଇପର୍‌ର ସ୍କୋର ଅଧିକ ହେବନାହିଁ । କିନ୍ତୁ ଏହାର ପରବର୍ତ୍ତୀ ଓଭରରେ ଭାଇପର୍ ମ୍ୟାକ୍ସଙ୍କୁ ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଆସିବାକୁ କହିଥିଲା । ତାଙ୍କ ବଦଳରେ ସାମ୍ କୁରାନ୍ ବ୍ୟାଟିଂ ପାଇଁ ଆସିଥିଲେ । ଫଳରେ ଭାଇପର୍ ଓ୍ୱିକେଚ୍ ହରାଇ୧୫୯ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଏମିରେଟ୍ସ ୧୫୮ ରନ୍ କରି ମାତ୍ର ୧ରନରେ ପରାସ୍ତ ହୋଇଥିଲା ।

ତେବେ ପୁରନଙ୍କ ଏପରି ଆଚରଣକୁ ଅନେକ ନିନ୍ଦା କରୁଛନ୍ତି । ଆଉ କେହି କେହି ଏହାକୁ ଖେଳର ନିୟମ କହୁଛନ୍ତି । ପୁରନ ଜାଣିଶୁଣି ବିପକ୍ଷ ଦଳର ରନ୍ ଗତି କମାଇବା ପାଇଁ ଏପରି କରିଥିବା କିଛି ନେଟିଜେନ୍ସ ମତ ଦେଇଛନ୍ତି । ଆଇଏଲଟି୨୦ ମଧ୍ୟ ନିଜ ଏକ୍ସ ପେଜରେ ପୁରନଙ୍କ ଭିଡିଓ ପୋଷ୍ଟ୍ କରିଛି ।