ୱାସିଂଟନ ଡିସି ୫।୬: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଏବେ ଆମେରିକାରେ ଅଛନ୍ତି। ୱାସିଂଟନ ଡିସିରେ ଏକ କାର୍ଯ୍ୟକ୍ରମ କାଳରେ ଶଶି ଥରୁରଙ୍କୁ ଭାରତ ସରକାର ଆତଙ୍କବାଦୀଙ୍କ ବିରୋଧରେ ଚଳାଇଥିବା ଅଭିଯାନର ନାମ କାହିଁକି ଅପେରସନ ସିନ୍ଦୁର ରଖାଯାଇଛି ବୋଲି ପ୍ରଶ୍ନ କରାଯାଇଛି। ଏଥିରେ ଥରୁର ଯେଉଁ ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଚୁପ୍ କରିଦେଇଛି। ଏଥିରେ ଥରୁର ଅପରେସନ ସିନ୍ଦୂର ନାମକରଣର କାରଣ ସମ୍ପର୍କରେ କହିଛନ୍ତି।
ସେ କହିଛନ୍ତି ଯେ ଆତଙ୍କବାଦୀମାନେ ହିନ୍ଦୁ ମହିଳାଙ୍କ ମଥାରୁ ‘ସିନ୍ଦୂର’ ପୋଛିଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ଏକ ଭାବନା ଏହା ମଧ୍ୟ ଥିଲା ଯେ ସିନ୍ଦୂରର ପ୍ରତିଶୋଧ ନିଶ୍ଚିତ ନିଆଯିବ। କାରଣ ସିନ୍ଦୂରର ରଙ୍ଗ ବି ଲାଲ ଓ ରକ୍ତର ରଙ୍ଗ ମଧ୍ୟ ଲାଲ। ଏଣୁ କିଛି ଲୋକେ କହିଥିଲେ ଯେ ରକ୍ତର ପ୍ରତିଶୋଧ ରକ୍ତରେ ନିଆଯିବ। ଥରୁର କହିଛନ୍ତି ଯେ ସିନ୍ଦୂର ସମ୍ପର୍କରେ ଆମେରିକୀୟ ଜାଣନ୍ତି ନାହିଁ। ଭାରତରେ ବିବାହୀତା ମହିଳା ମଥାରେ ସ୍ୱାମୀଙ୍କ ପାଇଁ ସିନ୍ଦୂର ପିନ୍ଧନ୍ତି। ଦେଶରେ ଏହା ବ୍ୟାପକ ରୂପେ ପ୍ରଚଳିତ କିଛି ଅଣ ହିନ୍ଦୁ ମଧ୍ୟ ଏହି ପରମ୍ପରା ପାଳନ କରନ୍ତି।
#WATCH | Washington DC | "...It's no accident that the colour of the Sindoor is that bright vermilion red, which is not far from the colour of blood. There is a Hindi expression that 'khoon ka badla khoon'; here it was 'Sindoor ka badla khoon'," says Congress MP Shashi Tharoor in… pic.twitter.com/HjJVyBGt8x
— ANI (@ANI) June 4, 2025
ସିନ୍ଦୂର ମହିଳା ବିବାହ ସମୟରେ ମଥାରେ ଲଗାନ୍ତି ଏହା ପରେ ସିନ୍ଦୂର ସେମାନଙ୍କ ଦିନଚର୍ଯ୍ୟାରେ ପରିଣତ ହୋଇଥାଏ। ଆମେ ସେହି କ୍ରୁର ଆତଙ୍କବାଦୀଙ୍କ ସମ୍ପର୍କରେ ପୂରା ସଚେତ ଥିଲୁ। ଯେଉଁମାନେ ସ୍ୱାମୀମାନଙ୍କୁ ସେମାନଙ୍କ ପିଲା ଓ ପତ୍ନୀଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ। ଏଥିରେ ଆତଙ୍କବାଦୀମାନେ ମହିଳା ଓ ପିଲାଙ୍କୁ ଛାଡି ଦେଇଥିଲେ। ଏଥିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବାରୁ ମୋତେ ବି ମାରି ଦିଅ ବୋଲି କହିଥିଲେ। ହେଲେ ସେମାନେ ଏହା କରିନଥିଲେ ଓ କହିଥିଲେ ଯାଇ ତୁମ ପ୍ରଧାନମନ୍ତ୍ରୀଙ୍କୁ କୁହ। ଏଣୁ ମହିଳାମାନେ ଏହି ବିଭତ୍ସ କାଣ୍ଡରୁ ବର୍ତ୍ତି ଯାଇଥିଲେ।
ୱାସିଂଟନ ଡିସି ନ୍ୟାସନାଲ ପ୍ରେସ୍ କ୍ଲବରେ ଥରୁର କହିଛନ୍ତି ହିନ୍ଦୁ ପରମ୍ପରାରେ ବିବାହ ପରେ ସଧବା ପ୍ରତୀକ ରୂପେ ମଥାରେ ସିନ୍ଦୂର ଲଗାନ୍ତି। ଏହା ବିବାହର ପବିତ୍ରତା ପ୍ରତୀକ ଓ ଏହାର ଏକ ଭାବନାତ୍ମକ ସମ୍ପର୍କ ରହିଛି। କ୍ରୁର ଆତଙ୍କବାଦୀମାନେ ୨୬ ଜଣ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଛନ୍ତି। ଏଥି ପାଇଁ ପ୍ରତିଶୋଧ ନେବା ଲାଗି ବିଚାର କରାଯାଇଥିଲା। ଭାରତ ସିନ୍ଦୂରର ପ୍ରତିଶୋଧ ରକ୍ତରେ ନେଇଛି। ଉଲ୍ଲେଖଯୋଗ୍ୟ ଯେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ବ୍ରାଜିଲ ଗସ୍ତ ପରେ ଆମେରିକା ପହଞ୍ଚିଛନ୍ତି।