ଗଣେଶ ଚତୁର୍ଥୀରେ କାହିଁକି କରାଯାଏନି ଚନ୍ଦ୍ରଙ୍କ ଦର୍ଶନ ? ଜାଣନ୍ତୁ…

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ ୨୫।୦୮: ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ପାଳନ କରାଯାଏ । ଚଳିତ ବର୍ଷ ୨୭ ଅଗଷ୍ଟରେ ପଡୁଛି ଗଣେଶ ଚତୁର୍ଥୀ । ଗଣେଶ ଚତୁର୍ଥୀକୁ ମଧ୍ୟ କଳଙ୍କ ଚତୁର୍ଥୀ କୁହାଯାଏ । ମାନ୍ୟତା ରହିଛି ଏହି ଦିନ ଚନ୍ଦ୍ରଙ୍କୁ ଦେଖିବା ଦ୍ବାରା କଳଙ୍କ କିମ୍ବା ମିଛ ଅଭିଯୋଗ ଲାଗିଥାଏ । 

ପୌରାଣିକ ତଥ୍ୟ ଅନୁସାରେ ଭଗବାନ ଗଣେଷ ମାତା ପାର୍ବତୀଙ୍କ ଆଦେଶରେ ଦ୍ବାର ସମ୍ମୁଖରେ ରହିଛି ପ୍ରହରା ଦେଉଥିଲେ । ଏହି ସମୟରେ ଅନେକ ଚେଷ୍ଟା ସତ୍ତ୍ବେ ମହାଦେବଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ ଗଣେଷ । ଏହାପରେ ମହାଦେବ କ୍ରୋଧରେ ଆସି ଗଣେଶଙ୍କର ମୁଣ୍ଡ କାଟିଥିଲେ । ଏହାପରେ ମାତା ପାର୍ବତୀଙ୍କ କହିବା ପରେ ମହାଦେବ ଗଣେଶଙ୍କର ହାତୀ ମୁଖ ଲଗାଇ ଜୀବିତ କରିଥିଲେ । 

ଏକଦା ଗଜାନନ କୌଣସି ସ୍ଥାନରୁ ଆସୁଥିଲେ । ଏହି ସମୟରେ ଚନ୍ଦ୍ରଦେବ ଗଣେଶଙ୍କ ମୁଖ ଦେଖି ହସିଥିଲେ । କାରଣ ଚନ୍ଦ୍ରମାଙ୍କୁ ନିଜ ସୁନ୍ଦରତାରେ ଅଭିମାନ ରହିଥିଲା । ନିଜ ଏହାକୁ ଦେଖି ଗଣେଶଙ୍କୁ କ୍ରୋଧ ଆସିଥିଲା ଏବଂ ଚନ୍ଦ୍ରମାଙ୍କୁ ଅଭିଶାପ ଦେଇଥିଲେ । ଆଉ କହିଥିଲେ କି ଆଜି ତୁମେ କଳା ହୋଇଯିବ । 

ଆଉ ଅଭିଶାପ କାରଣରୁ ଚନ୍ଦମା ଧିରେ ଧିରେ ତାଙ୍କ ତେଜ ହରାଇଥିଲେ । ଆଉ କଳା ହୋଇ ଯାଇଥିଲେ ।  ଏହାପରେ ଚନ୍ଦ୍ରମା ନିଜ ଭୁଲକୁ ଅନୁଭବ କରିଥିଲେ । ଆଉ ଗଜାନନଙ୍କୁ କ୍ଷମା ମାଗିଥିଲେ । ଚନ୍ଦ୍ରମାଙ୍କୁ କ୍ଷମା କରିଥିଲେ ସତ କିନ୍ତୁ ଏହି ଅଭିଶାପ ଶେଷ ହୋଇପାରିବନି କହିଥିଲେ ଗଣେଶ । 

ଗଜାନନ ଚନ୍ଦ୍ରମାଙ୍କୁ କହିଥିଲେ କି ମାସକୁ ଥରେ ଆପଣ କଳା ହୋଇଯିବେ । ମାନ୍ୟତା ରହିଛି କି ଭଗବାନ ଗଣେଶ କହିଛନ୍ତି କି ଗଣେଷ ଚତୁର୍ଥୀ ଦିନ ଯେଉଁ ବ୍ୟକ୍ତି ଚନ୍ଦ୍ରମାଙ୍କ ଦର୍ଶନ କରିବେ, ତାଙ୍କ ଉପରେ ମିଥ୍ୟା ଆରୋପ ଏବଂ କଳଙ୍କ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.