ନୂଆଦିଲ୍ଲୀ ୦୬।୦୬: ଭାରତୀୟ ରେଳବାଇ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି । ଅନେକ ପ୍ରାୟ ନଜର କରିଥିବେ ଟ୍ରେନ୍ ଚକ ପାଖରେ ଥିବା ଏକ ଲୁହା ବାକ୍ସରେ ବାଲି ଢାଳି ହୋଇଥାଏ । ଏହି ବାଲି କେତେବେଳେ ନିଜେ ବାହାରକୁ ବାହାରିଯାଏ, ଆଉ କେତେବେଳେ ବାଲି ମଧ୍ୟ ଢାଳି ଦିଆଯାଏ । କିନ୍ତୁ ଟ୍ରେନ୍ ଚକରେ କାହିଁକି ଢଳାଯାଏ ବାଲି ? ଆସନ୍ତୁ ଜାଣିବା...
ବାସ୍ତବରେ ଘର୍ଷଣ ସୃଷ୍ଟି କରିବା ପାଇଁ ଟ୍ରେନ୍ ଚକରେ ବାଲି ପକାଯାଏ। ଚକ ଓ ରେଳ ଟ୍ରାକ୍ ମସୃଣ ହୋଇଥିବାରୁ ଘର୍ଷଣ ଶକ୍ତି କମ୍ ଥାଏ । ଯେତେବେଳେ ଟ୍ରେନ୍ ଉପର କିମ୍ବା ତଳ ଟ୍ରାକ୍ ଅତିକ୍ରମ କରେ କିମ୍ବା ବର୍ଷା ପରେ ରେଳ ଟ୍ରାକ୍ ଓଦା ହୋଇଯାଏ, ସେତେବେଳେ ଘର୍ଷଣ ଶକ୍ତି ବୃଦ୍ଧି କରିବା ଯୋଗୁଁ ଏପରି କରାଯାଏ ।
ଯଦି ସମୟ ମଧ୍ୟରେ ଓ ଆବଶ୍ୟକତା ଅନୁସାରେ ବାଲି ଢଳା ନ ଯାଏ, ତେବେ ଟ୍ରେନର ଚକଗୁଡ଼ିକ ଗୋଟିଏ ସ୍ଥାନରେ ଫସି ଯାଇପାରେ । ଏପରି ହେଲେ ଭୟଙ୍କର ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ସେଥିପାଇଁ ବାଲି ବ୍ୟବହାର କରାଯାଏ। ଡ୍ରାଇଭରଙ୍କ ପାଦ ପାଖରେ ଥିବା ଲିଭର ସାହାଯ୍ୟରେ ଆବଶ୍ୟକ ଅନୁସାରେ ବାକ୍ସରୁ ହ୍ୱିଲ ଉପରେ ବାଲି ପକାଯାଏ ।
ବାଲି କେବଳ ଟ୍ରେନ୍ ଚଳାଚଳକୁ ସହଜ କରିବା ପାଇଁ ନୁହେଁ, ବରଂ କେତେକ ସମୟରେ ଟ୍ରେନ୍ ଅଟକାଇବା ପାଇଁ ମଧ୍ୟ ବ୍ୟବହୃତ ହୁଏ। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ, ଯେତେବେଳେ ହଠାତ୍ ଟ୍ରେନ୍ ଅଟକାଇବାର ଆବଶ୍ୟକତା ପଡ଼ିଥାଏ, ଡ୍ରାଇଭରଙ୍କୁ ଏହି ଅତିରିକ୍ତ ବାଲି ବ୍ୟବହାର କରିବାକୁ ପଡ଼ିଥାଏ।