ଯେଉଁ ପାକିସ୍ତାନକୁ ଟ୍ରମ୍ପ ଆତଙ୍କୀଙ୍କ ଆଶ୍ରୟ ସ୍ଥଳ କହୁ ଥିଲେ, ହଠାତ୍‌ ତା ଉପରେ କାହିଁକି ଏତେ ନରମ ଭାବ ?

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ସମସ୍ୟାକୁ ଦର୍ଶାଇ ନୂଆ ଯାତ୍ରା ପ୍ରତିବନ୍ଧକ ଲଗାଇଛନ୍ତି, ଯାହା ୧୯ ଟି ଦେଶ ଉପରେ ଲାଗୁ ହୋଇଛି। ଯେଉଁ ଦେଶ ଗୁଡ଼ିକ ଉପରେ ଏହି ବ୍ୟାନ୍‌ ଲାଗିଛି, ଏଥିରେ ମୁଖ୍ୟ ରୂପେ ଆଫ୍ରିକା ଓ ପଶ୍ଚିମ ଏସିଆର ଦେଶ ଗୁଡ଼ିକ ସାମିଲ ଅଛନ୍ତି। ଏଥିରେ ୧୨ଟି ଦେଶ ଏମିତି ଅଛି , ଯାହାର ନାଗରିକଙ୍କ ଆମେରିକାରେ ପ୍ରବେଶ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଇ ଦିଆ ଯାଇଛି। ଏଥିରେ ଆଫଗାନିସ୍ତାନ ,ମିଆଁମାର , ଚାଡ୍‌, କାଙ୍ଗୋ  ଗଣରାଜ୍ୟ, ଇକ୍ୱେଟୋରିଆଲ ଗିନି , ଇରିଟ୍ରିଆ , ହୈତି , ଇରାନ , ଲିବିୟା , ସୋମାଲିଆ , ସୁଦାନ ଓ ୟେମେନ ସାମିଲ ଅଛି। ଏହା ବ୍ୟତୀତ ଅନ୍ୟ ସାତୋଟି ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ମଧ୍ୟ ଆଂଶିକ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ବୁରୁଣ୍ଡି , କ୍ୟୁବା , ଲାଓସ, ସିଏରା ଲିୟୋନ , ଟୋଗୋ , ତୁର୍କମେନିସ୍ତାନ ଓ ଭେନେଜୁଏଲା ସାମିଲ ଅଛି।

ଏହି ଅପଡେଟ୍‌ ତାଲିକାରେ ଦେଶ ଗୁଡ଼ିକୁ ସାମିଲ କରି ଯୁକ୍ତି ଦିଆଯାଇଛି ଯେ, ଏଥିରୁ ଆମେରିକାର ସୁରକ୍ଷା ପ୍ରତି ବିପଦ ଅଛି, କିନ୍ତୁ ପାକିସ୍ତାନ ଉପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଗତ ଅଢେଇ ମାସରେ ୟୁଟର୍ଣ୍ଣ ନେଇ ଅଲଗା ଆଭିମୁଖ୍ୟ ଦେଖାଇଛନ୍ତି। ମାର୍ଚ୍ଚ ଯାଏ ପାକିସ୍ତାନକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବାର ଚର୍ଚ୍ଚା ଚାଲି ଥିଲା , କିନ୍ତୁ ଏବେ ଯେତେବେଳେ ତାଲିକା ସାମ୍ନାକୁ ଆସିଛି ତ ଏଥିରେ ପାକିସ୍ତାନର ନାଁ ଗାଏବ ଅଛି। ଜାଣିବା କଥା ଏହା ଯେ, ପାକିସ୍ତାନ ପ୍ରତି ଆମେରିକା ଆଭିମୁଖ୍ୟରେ ଏହି ନରମ ଭାବ ସେତେବେଳେ ଆସିଛି , ଯେତେବେଳେ ଭାରତ ଓ ପାକିସ୍ତାନର ସଂପର୍କ ସବୁଠୁ ଖରାପ ଓ ଉତ୍ତେଜନାପୂର୍ଣ୍ଣ ଦେଇ ଗତି କରୁଛି।

ବଡ କଥା ହେଲା ଏହାଯେ, ଆମେରିକୀୟ ଅଧିକାରୀଙ୍କ ଦ୍ୱାରା ଦୀର୍ଘ ଦିନରୁ ପାକିସ୍ତାନ ଉପରେ ଆତଙ୍କବାଦୀ ନେଟୱର୍କକୁ ଆଶ୍ରୟ ଦେବାର ଅଭିଯୋଗ ଲଗାଯାଉଛି , ଏହାସତ୍ତ୍ୱେ ଏହି ଯାତ୍ରା ପ୍ରତିବନ୍ଧକ ଲାଗିଥିବା ଦେଶ ଗୁଡ଼ିକର ତାଲିକାରୁ ପାକିସ୍ତାନର ନାଁ ଗାଏବ ଅଛି। ପାକିସ୍ତାନକୁ ଏହି ତାଲିକାରୁ ବାହାରେ ରଖିବାର ଏହି ସଦ୍ୟ ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଗତ ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ( ୨୦୧୭ରୁ ୨୦୨୧ ଯାଏ) ସମୟରେ ତାଙ୍କର କାର୍ଯ୍ୟ ଓ ବୟାନର ପୂରା ବିପରୀତ , ଯେବେ ସେ ଇସଲାମାବାଦ ଦ୍ୱାରା ଆତଙ୍କବାଦର କଥିତ ସମର୍ଥନରେ ଖୁବ୍ ଦୃଢ ଆଭିମୁଖ୍ୟ ଆପଣାଇ ଥିଲେ।

ଟ୍ରମ୍ପଙ୍କ ଆଭିମୁଖ୍ୟରେ ହଠାତ୍‌ ପରିବର୍ତ୍ତନ କାହିଁକି ?

ରୟଟର୍ସର ଏକ ରିପୋର୍ଟ ମୁତାବିକ , ମାର୍ଚ୍ଚରେ ଟ୍ରମ୍ପ ପ୍ରଶାସନର ଏକ ଆଭ୍ୟନ୍ତରୀଣ ମେମୋରେ ସ୍ପଷ୍ଟ କରିଥିଲେ ଯେ , ସୁରକ୍ଷା ବିପଦ ଭାବେ ପାକିସ୍ତାନକୁ ମଧ୍ୟ ଯାତ୍ରା ପ୍ରତିବନ୍ଧକର ସଂଶୋଧନ ତାଲିକାରେ ସାମିଲ କରିବା ଉପରେ ବିଚାର କରାଯାଇଥିଲା , କିନ୍ତୁ ଏବେ ଯେତେବେଳେ ଅନ୍ତିମ ତାଲିକା ଜାରି କରାଯାଇଛି, ତ ଏଥିରେ ପାକିସ୍ତାନର ନାଁ ହଟେଇ ଦିଆ ଯାଇଛି। ମିଡ଼ିଆ ରିପୋର୍ଟସରେ କୁହାଯାଇଛି ଯେ,ହଠାତ୍‌ ଏହି ପରିବର୍ତ୍ତନ ସେତେବେଳେ କରାଗଲା , ଯେତେବେଳେ ପାକିସ୍ତାନ ଓ ଟ୍ରମ୍ପ ପରିବାର ସହ ଜଡ଼ିତ ବ୍ୟାଣିଜ୍ୟିକ ସଂସ୍ଥା ଗୁଡ଼ିକ ମଧ୍ୟରେ ବ୍ୟାବସାୟିକ ଓ ରାଜନୀତିକ ସମ୍ୱନ୍ଧ ଗଭୀର ହେଉଛି।

ଧ୍ୟାନ ଦେବାର କଥା ଏହା ଯେ , ସେହି ଡୋନାଲ୍ଡ ଟ୍ରମ୍ପ , ଯିଏକି ୨୦୧୮ରେ କହିଥିଲେ ଯେ, ଏଲ-କାଏଦା ନେତା ଓସାମା ବିନ୍‌ ଲାଦେନ୍‌କୁ ଲୁଚାଇବାରେ ପାକିସ୍ତାନର ସଂପୃକ୍ତି ଥିଲା। ସେ ସେତେବେଳେ କହିଥିଲେ , ପାକିସ୍ତାନରେ ସେନା ଏକାଡେମୀର ଠିକ୍‌ ପାଖରେ ରହିବାର କାରଣ , ପାକିସ୍ତାନରେ ଯେକେହି ଜାଣିଥିଲା ଯେ, ଲାଦେନ ସେଠାରେ ହିଁ ଅଛି। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟ ସ୍ଥଳ ଏବଂ ଏହି କାରଣରୁ ଆମେରିକା ପାକିସ୍ତାନକୁ ଦିଆ ଯିବାକୁ ଥିବା ସାମରିକ ସହାୟତାରେ ୩୦୦ ମିଲିୟନ ଡଲାର ହ୍ରାସ କରି ଥିଲେ। ଏହାପରେ ଆମେରିକା ୨୦୧୯ରେ ଅନେକ ପାକିସ୍ତାନୀ ଅଧିକାରୀମାନେ ଓ ସରକାରଙ୍କର ପ୍ରତିନିଧିଙ୍କ ଉପରେ ଭିସା ବ୍ୟାନ୍‌ ମଧ୍ୟ ଲଗାଇ ଥିଲା।

ଟ୍ରମ୍ପ ପରିବାର ସହ କଣ ରହିଛି କନେକ୍ସନ ?

ବାସ୍ତବିକ କଥା ହେଲା , ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ନରମ ମନୋଭାବ ଏଥିପାଇଁ ସାମ୍ନାକୁ ଆସିଛି , କାରଣ ପାକିସ୍ତାନ ଓ ୱାର୍ଲ୍ଡ ଲିବର୍ଟି ଫାଇନେନ୍ସିଆଲ (ଡବ୍ଲ୍ୟୁଏଲଏଫ୍‌) ମଧ୍ୟରେ କ୍ରିପ୍ଟୋକରେନ୍ସିକୁ ନେଇ ଅପ୍ରେଲରେ ଏକ ଚୁକ୍ତି ହୋଇଥିଲା। ଡବ୍ଲ୍ୟୁଏଲଏଫ୍‌ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଥିବା ଏକ ଫିନଟେକ୍‌ ଫାର୍ମ ଅଛି ଏବଂ କଥିତ ଭାବେ ଡବ୍ଲ୍ୟୁଏଲଏଫ୍‌ ଟ୍ରମ୍ପ ପରିବାରର ସଦସ୍ୟଙ୍କ ସହ ଯୋଡ଼ି ହୋଇଛି, ଯେଉଁଥିରେ ଏରିକ୍ ଟ୍ରମ୍ପ , ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ଜେରେଡ କୁଶନର ସାମିଲ ଅଛନ୍ତି। ଏହି ଲୋକେ ସାମୂହିକ ଭାବେ ଡବ୍ଲ୍ୟୁଏଲଏଫ୍‌ର ମାଲିକାରେ ବଡ଼ ଅଂଶଧନ ରଖିଛନ୍ତି।

ଅପ୍ରେଲରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିରେ ପାକିସ୍ତାନରେ ବ୍ଲକଚେନ୍‌ ଇନଫ୍ରାଷ୍ଟ୍ରକଚର ବିକଶିତ କରିବା ଓ ରାଷ୍ଟ୍ରୀୟ ସଂପତ୍ତିକୁ ଟୋକନ କରିବା ସାମିଲ ଅଛି। ଅପ୍ରେଲରେ ଯେତେବେଳେ ଇସଲାମାବାଦରେ ଡବ୍ଲ୍ୟୁଏଲଏଫ୍‌ର ପ୍ରତିନିଧିମଣ୍ଡଳ ଏହି ଚୁକ୍ତି ସ୍ୱାକ୍ଷରିତ କରିବାକୁ ପହଞ୍ଚିବାରୁ ଏଥିରେ ଟ୍ରମ୍ପଙ୍କ ପୁରୁଣା ବନ୍ଧୁ ଓ ମଧ୍ୟ- ପୂର୍ବରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍‌ ୱିଟକାଫଙ୍କ ପୁଅ ଜେଚରୀ ୱିଟକାଫ୍ ମଧ୍ୟ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.