ଭାରତରୁ କାହିଁକି ଆଇଫୋନ୍ ଫ୍ୟାକ୍ଟ୍ରି ଛଡ଼େଇ ନେଇ ପାରିବେ ନାହିଁ ଟ୍ରମ୍ପ , ଆମେରିକାର ଦୁର୍ବଳତାକୁ କହି ଦେଲା NYT

Published By : Prameya-News7 Bureau | June 30, 2025 IST

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଗତ ଦିନରେ ଚୀନ, ଭାରତ ସମେତ ଅନେକ ଦେଶରେ ଖୁବ୍‌ ଟ୍ରେଡ୍‌ ଟାରିଫ (ଶୁଳ୍କ) ଲଗାଇ ଥିଲେ। ଏହାସହ ସେ ଆପଲ୍‌ କମ୍ପାନୀକୁ କହିଥିଲେ ଯେ, ସେ ଭାରତରେ ଆଇଫୋନ୍‌ ଫ୍ୟାକ୍ଟ୍ରି ନିର୍ମାଣ କରିବା ପରିବର୍ତ୍ତେ ଆମେରିକାରେ ହିଁ ତିଆରି କରିବେ। ତାଙ୍କର କହିବାର ଥିଲା ଯେ, ଲୋକଙ୍କର ଯଦି ଏହି ରୋଜଗାର ନମିଳେ ତ ପୁଣି କଣ ଲାଭ ମିଳିବ। ତାଙ୍କର କହିବାର ଥିଲା ଯେ ,ଆପଲକୁ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ପାଇଁ କାମ କରିବା ଉଚିତ୍‌। କିନ୍ତୁ ଗୋଟେ ସତ ଏହା ଯେ, ଆମେରିକାରେ ଫ୍ୟାକ୍ଟ୍ରି ଲଗାଇବା ଅର୍ଥାତ୍‌ ଆଇଫୋନ୍‌କୁ ତିଆରି କରିବା ଆପଲ ପାଇଁ ସେତେ ସହଜ ନୁହେଁ , ଯେତେ ଭାରତରେ ଅଛି। ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ନ୍ୟୁୟର୍କ ଟାଇମ୍ସ(NYT )ରେ ପ୍ରକାଶିତ ହୋଇଛି। 

ରିପୋର୍ଟେ କୁହାଯାଇଛି ଯେ, ଫକ୍ସକାନ୍‌ କମ୍ପାନୀର ପ୍ରୋଜେକ୍ଟ ବେଙ୍ଗାଲୁରୁର ଉପକଣ୍ଠରେ ଦେବନାହଲ୍ଲୀରେ ସ୍ଥାପନ ହେବା ପରେ ସହରର ଦ୍ରୁତ ଗତିରେ ବିକାଶ ଘଟିଛି। ଏହା ବ୍ୟତୀତ ୩୦୦ କୋଟି ଟଙ୍କାରେ ନିର୍ମିତ ଏହି ସ୍ଥାନ ଯୋଗୁଁ ଆହୁରି ଅନେକ କମ୍ପାନୀ ମଧ୍ୟ ଏଠାକୁ ଆସିଛନ୍ତି। କେବଳ ଫକ୍ସକନ୍‌ ହିଁ ଅଢେଇ ବିଲିୟନ କୋଟି ଡଲାର ଏଠାରେ ନିବେଶ କରିଛି। ରିପୋର୍ଟରେ ଏକ ଆକର୍ଷଣୀୟ କଥା ଉଲ୍ଲେଖ କରାଯାଇଛି ଯେ , ଭାରତରେ ଦ୍ରୁତ ଗତିରେ ବଢୁଥିବା ଜନସଂଖ୍ୟା ଯୋଗୁଁ ପ୍ରତିବର୍ଷ କୋଟିଏ ନୂଆ ଚାକିରି ସୃଷ୍ଟି କରିବାର ଆବଶ୍ୟକ ରହିଛି। ଭାରତରେ କମ୍ ଦରମା ଓ ଭତ୍ତାରେ  ଲୋକେ ମିଳୁଛନ୍ତି। ଆମେରିକାରେ ଏମିତି ସ୍ଥିତି ନାହିଁ। ଏହି କାରଣରୁ ଆମେରିକାର ପରିବର୍ତ୍ତେ କମ୍ପାନୀ ଭାରତରେ ହିଁ ଆଇଫୋନ୍‌ ପ୍ରସ୍ତୁତ କରିବାକୁ ଚାହିଁବ।

ଭାରତରେ ଆପଲ୍‌ ପାଇଁ ଆଇଫୋନ୍‌ର ଆସେମ୍ୱିଲଂର କାମ ଫକ୍ସକନ୍‌ କରୁଛି ଏବଂ ମୋଟାମୋଟି ଭାବେ ପୂରା ଦୁନିଆରେ ତା ପାଖରେ ଏହି ଦାୟିତ୍ୱ ରହିଛି। ଉଲ୍ଲେଖନୀୟ ଯେ, କରୋନା ପୂର୍ବରୁ ସାଧାରଣତଃ ଆଇଫୋନର ମ୍ୟାନୁଫ୍ୟାକ୍ଚରିଂ ଚୀନ୍‌ରେ ହିଁ ନିର୍ମିତ ହେଉଥିଲା। ପରେ କରୋନା ଆସିଲା ତ ସପ୍ଲାଇ ଚେନ୍‌ ପ୍ରଭାବିତ ହେଲା ଏବଂ କୌଣସି ଗୋଟିଏ ଦେଶ ନିର୍ଭରତା ବଜାୟ ରଖିବାର ନଜରରେ ଆପଲ୍‌ ଭାରତ ଆଡ଼କୁ ଢଳି ଥିଲା। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁସାରେ , ଚଳିତ ବର୍ଷର ଆରମ୍ଭରେ ସାରା ଦୁନିଆରେ ବିକ୍ରି ହେଉଥିବା ଆଇଫୋନ୍‌ ମଧ୍ୟରୁ ୧୮ ପ୍ରତିଶତ ଭାରତରେ ହିଁ ପ୍ରସ୍ତୁତ ହେଉଥିଲା।

କେବଳ ଏମିତି ନୁହେଁ ଚଳିତ ବର୍ଷର ଶେଷ ସୁଦ୍ଧା ପାଖାପାଖି ୩୦ ପ୍ରତିଶତ ଆଇଫୋନ୍‌ ଏମିତି ହେବ ,ଯାହାକି ଭାରତରେ ତିଆରି ହେବ। ସେପର୍ଯ୍ୟନ୍ତ ଦେବନହଲ୍ଲୀ ସ୍ଥିତି ଫକ୍ସକନ୍‌ର ପ୍ଲାଣ୍ଟ ସଂପୂର୍ଣ୍ଣ ରୂପେ ଚାଲୁ ହୋଇଯିବ,ଯାହାର ଗୋଟିଏ ଭାଗରେ ହିଁ ବର୍ତ୍ତମାନ କାମ ଚାଲୁ ରହିଛି। ବର୍ତ୍ତମାନ ଏଠାରେ ୮ହଜାର ଲୋକ କାମ କରନ୍ତ ଏବଂ କମ୍ପାନୀ ଯେବେ ପୂରା ପ୍ରସ୍ତୁତ ହେବ ତ ସଂଖ୍ୟା ୪୦ ହଜାରର ହୋଇଯିବ। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ କୁହେ କି,ଭାରତରେ ପ୍ଲାଣ୍ଟ ପାଇଁ ଜମି ନେବା ବି ଏବେ ସହଜ ଏବଂ ଚାକିରି ଗୁଡ଼ିକ ପାଇଁ ଲୋକେ ବି ସହଜରେ ମିଳିବେ ଉପଲବ୍ଧ ହେବେ। କେବଳ ଏତିକି ନୁହେଁ ଫକ୍ସକନ୍‌ର ପାଖରେ ଏମିତି ଅନେକ ତାଇୱାନୀ , ଆମେରିକୀୟ ଓ ଦକ୍ଷିଣ କୋରିଆ ଆଦି କମ୍ପାନୀମାନେ ମଧ୍ୟ ପ୍ଲାଣ୍ଟ ସ୍ଥାପନ କରିଛନ୍ତି , ଯିଏ ଏଗୁଡ଼ିକୁ ପାର୍ଟସ ବିକ୍ରି କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.