କାହିଁକି କିଛି ଲୋକଙ୍କୁ ଦେଖିଲେ ବିରକ୍ତି ଲାଗେ ? ସେମାନଙ୍କ ନକରାତ୍ମକ ସ୍ଵଭାବରୁ ରୁହନ୍ତୁ ଦୂରେଇ

Published By : Prameya-News7 Bureau | April 10, 2025 IST

ମୁମ୍ଵାଇ ୧୦।୦୪; କିଛି ଲୋକ ଏମିତି ହୋଇଥାନ୍ତି, ଯାହାକୁ କେହି   ପସନ୍ଦ କରି ନଥାନ୍ତି । ତେଣୁ ସେମାନଙ୍କ ସହ କେହି ଅଧିକ ସମୟ ରହିବାକୁ ଚାହିଁ ନଥାନ୍ତି । କାରଣ ସେମାନଙ୍କ ବ୍ୟବହାର ଅନ୍ୟମାନଙ୍କୁ  ସମସ୍ୟାରେ ପକାଇଥାଏ । ଏହି ଲୋକମାନେ ଖୁବ୍‌  ନକାରାତ୍ମକ ସ୍ୱଭାବର ହୋଇଥାନ୍ତି । ଚାଲନ୍ତୁ ଜାଣିବା  ଏମିତି ଲୋକମାନଙ୍କ ବିଷୟରେ...  ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱ ଓ ବ୍ୟବହାର ଦ୍ୱାରା  ଅନ୍ୟମାନଙ୍କ ପାଖରେ ପରିଚିତ ହୋଇଥାନ୍ତି । କିନ୍ତୁ  କିଛି ଲୋକଙ୍କର ଅଭ୍ୟାସ ଏମିତି ହୋଇଥାଏ, ଯାହା  ଅନ୍ୟମାନଙ୍କୁ ନାପସନ୍ଦ ହୋଇଥାଏ । ଏଭଳି ଲୋକଙ୍କ  ସହ ମିଳାମିଶା କରିବା ଆଦୌ ସହଜ ହୋଇ ନଥାଏ ।  କାରଣ ଏମାନେ ନକାରାତ୍ମକ ପ୍ରଭାବକୁ ସଂପ୍ରସାରିତ  କରିବା ସହ ଅନ୍ୟମାନଙ୍କୁ ଅସହଜ ମନେ କରିବାକୁ  ବାଧ୍ୟ କରିଥାନ୍ତି । ଏମାନେ ହେଉଛନ୍ତି।

ଆକ୍ରମଣାତ୍ମକ ସ୍ୱଭାବର-କିଛି ଲୋକଙ୍କ ବ୍ୟବହାର ଖୁବ୍‌ ଆକ୍ରମଣାତ୍ମକ ବା  ଧମକ ଦେଇ କଥାବାର୍ତ୍ତା କରିଥାନ୍ତି, ଯାହା  ଲୋକଙ୍କୁ ସହଜ ଅନୁଭବ ହୋଇ ନଥାଏ ।  ଏମାନେ ରାଗରେ କଥାବାର୍ତ୍ତା କରିବା ସହ  ପ୍ରତି କଥାରେ ଡରାଇବାକୁ ପ୍ରୟାସ  କରିଥାନ୍ତି । ତେଣୁ ଏମାନଙ୍କ ସହ  ସାଙ୍ଗ ହେବାକୁ ପ୍ରାୟ ଲୋକ ପସନ୍ଦ କରି ନଥାନ୍ତି । ତେଣୁ  ଏମାନଙ୍କର ସାଙ୍ଗ କମ୍‌ ରହିଥାନ୍ତି । 

ବ୍ୟଙ୍ଗ କରୁଥିବା ଲୋକ- କିଛି ଲୋକ କଥା କଥାରେ ଅନ୍ୟକୁ ବ୍ୟଙ୍ଗ କରିବା ସହ ମଜାକ୍‌  ଉଡାଇଥାନ୍ତି । ଅନ୍ୟର ଭାବନାକୁ ଅଣଦେଖା କରି ମଜାକ୍‌ର  ପାତ୍ର ହୋଇଥାନ୍ତି । ଏହି ଲୋକମାନେ ନିଜକୁ ହସାଇବା  ପାଇଁ ଅନ୍ୟକୁ ଅପମାନ କରିବା ସହ ମଜାକ୍‌ ଉଡାଇଥାନ୍ତି । ଫଳରେ ଲୋକମାନେ ଆପେ ଆପେ ଦୂରେଇ ଯାଇଥାନ୍ତି ।  

ଅନ୍ୟର ମଜାକ୍‌ ଉଡାଇଥାନ୍ତି- କିଛି ଲୋକ ଅନ୍ୟର ଦୁର୍ବଳତା ବାହାର କରି ମଜାକ୍‌ ଉଡାଇବାକୁ  ଭଲ ପାଇଥାନ୍ତି । ତେଣିକି ଏହି ଦୁର୍ବଳତା ଶାରୀରିକ ଗଠନ,  ଭୁଲ୍‌ କିମ୍ବା କଥାବାର୍ତ୍ତାକୁ ନେଇ ହୋଇପାରେ । ଅପମାନ  କରିବା ପରେ ମଜାକ୍‌ କରୁଥିଲି ବୋଲି କହିଥାନ୍ତି । ଏହି ବ୍ୟବହାର ଯୋଗୁ ଏମାନଙ୍କର ବେଶୀ ସାଙ୍ଗ ରହି ନଥାନ୍ତି ।  

ଗର୍ବୀ ବ୍ୟବହାର- ଗର୍ବୀ ବ୍ୟବହାର କରୁଥିବା ଲୋକକୁ ପ୍ରାୟ ଲୋକ ପସନ୍ଦ  କରି ନଥାନ୍ତି । କାରଣ ଏମାନେ ସବୁବେଳେ ନିଜକୁ ଅନ୍ୟମାନଙ୍କଠାରୁ ଭଲ ବୋଲି ବିବେଚନା କରିଥାନ୍ତି ।  ଅନ୍ୟମାନଙ୍କଠାରୁ ନିଜକୁ ବଡ଼ ବୋଲି ଧରି ନେଇଥାନ୍ତି ।  ଅନ୍ୟର ଭାବନାକୁ ଏମାନେ ସମ୍ମାନ ଦେଇ ନଥାନ୍ତି । ତେଣୁ  ଏମାନଙ୍କ ସହ ବେଶୀ ଦିନ ସାଙ୍ଗ ହେବା ସହଜ ହୁଏନା । 

ଅନ୍ୟକୁ ନ୍ୟୂନ ଦେଖାଇ ହେବା- କିଛି ଲୋକ ଅନ୍ୟକୁ ଅପମାନିତ କରିବା ବା ନ୍ୟୂନ ଦେଖାଇ  ହେବାକୁ ପସନ୍ଦ କରିଥାନ୍ତି । ଅନ୍ୟର ସଫଳତାରେ ଜଳିବା  କିମ୍ବା ଅନ୍ୟକୁ କମ୍‌ ଭାବିବାକୁ ସବୁବେଳେ ପ୍ରୟାସ ଜାରି  ରଖିଥାନ୍ତି । ତେଣିକି ତାହା ପଢା ହେଉ ଅବା ଚାକିରି  କିମ୍ବା ବ୍ୟକ୍ତିଗତ ଜୀବନର ଉପଲବ୍ଧି । ସେମାନଙ୍କର ଲକ୍ଷ୍ୟ   ହେଲା ଅନ୍ୟକୁ ନ୍ୟୂନ ଦେଖାଇ ହୋଇ ସେ ଲୋକର   ଆତ୍ମନିଶ୍ୱାସକୁ କମ୍‌ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.