ଚନ୍ଦ୍ରରେ କାହିଁକି ହୁଏ ଭୂମିକମ୍ପ, କେତେ ହୋଇଥାଏ ଭୟଙ୍କର ? ; ନାସାର ରିପୋର୍ଟରେ ଖୁଲାସା

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ – ପୃଥିବୀ ଠାରୁ ଅଲଗା ହୋଇଥାଏ ମୁନକ୍ୱେକ୍ସ..ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଭାଗରେ ଭୂକମ୍ପର ଖବର ଆସୁଛି, ହେଲେ କେବେ ଆପଣ ଭାବିଛନ୍ତି ଯେ,  ଚନ୍ଦ୍ରରେ କଣ ଭୂକମ୍ପ ହୋଇଥାଏ। ଉତ୍ତର ଆସିବ ହଁ  ଚନ୍ଦ୍ରରେ ଭୂକମ୍ପ ହୋଇଥାଏ। ଏହାକୁ ମୁନକ୍ୱେକ୍ସ କହନ୍ତି। ଚନ୍ଦ୍ରରେ ହେଉଥିବା ଭୂକମ୍ପ ପୃଥିବୀ ତୁଳନାରେ ଭିନ୍ନ ହୋଇଥାଏ। ଏହା ଘଟିବାର କାରଣ ମଧ୍ୟ କିଛି ମାତ୍ରାରେ ଅଲଗା ହୋଇଥାଏ। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଚନ୍ଦ୍ରରେ ଆସୁଥିବା ଭୂକମ୍ପକୁ ପ୍ରଥମ ଥର ୧୯୬୯ରୁ ୧୯୭୭ ମଧ୍ୟରେ ଅପୋଲୋ ମିଶନ ବେଳେ ରେକର୍ଡ କରିଥିଲା।

କାହିଁକି ଚନ୍ଦ୍ରରେ ଭୂକମ୍ପ ହୁଏ …

ଚନ୍ଦ୍ରରେ ଭୂକମ୍ପରେ ହେବାର ଚାରୋଟି କାରଣ କୁହାଯାଇଛି। ପ୍ରଥମ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି। ଏହାକୁ ଡିପ୍‌ ମୁନକ୍ୱେକ୍ସ କହନ୍ତି। ଦ୍ୱିତୀୟ , ଚନ୍ଦ୍ରର ପୃଷ୍ଠରେ ହେବାକୁ ଥିବା ଫାଟ। ଏହିପରି ଭୂକମ୍ପକୁ ଶାଲୋ ମୁନକ୍ୱେକ୍ସ( Shallow Moonquakes ) କହନ୍ତି। 

ଏହା ବି କାରଣ ଯେ, ଚନ୍ଦ୍ରରେ ଦିନ ଓ ରାତିର ତାପମାତ୍ରାରେ ଖୁବ୍‌ ପରିବର୍ତ୍ତନ ମଧ୍ୟ ଭୂକମ୍ପର କାରଣ ହୋଇଥାଏ। ଏହିପରି ଭୂକମ୍ପକୁ ଥର୍ମାଲ ମୁନକ୍ୱେକ୍ସ କହନ୍ତି। ସେଠାରେ ଉଲକା ପିଣ୍ଡ ଗୁଡ଼ିକର ଧକ୍କା ହେବା ଯୋଗୁଁ ହେଉଥିବା ଭୂକମ୍ପକୁ ଉଲକାପିଣ୍ଡ ପ୍ରଭାବ କହିନ୍ତି। 

ଭୂକମ୍ପ କେତେ ଧ୍ୱଂସ ଲୀଳା ସୃଷ୍ଟି କରେ – 

ଚନ୍ଦ୍ରରେ ହେବାକୁ ଥିବା ଭୂକମ୍ପ କେତେ ସମୟ ଯାଏ ରହେ, ଏହି ବିଷୟରେ କିଛି କୁହାଯାଇ ପାରିବ ନାହିଁ। ଅନେକ ଥର ଏହା କିଛି ସେକେଣ୍ଡ ବା ମିନିଟ୍‌ରେ ଶେଷ ହୋଇଥାଏ। ଆଉ କେତେ ବେଳେ ଏହା ୧୦ ମିନିଟ୍‌ ଯାଏ ରହିଥାଏ। ବିଶେଷ କଥା ଏହା ଯେ, ଏଠାରେ କମ୍ପନ୍ନ କମ୍‌ ହୋଇ ଥାଏଷ କିନ୍ତୁ ପ୍ରଭାବ ଅଧିକ ହୋଇଥାଏ। ଏହାର ତୀବ୍ରତା ଯଦିଓ କମ୍‌ ଥାଏ, କିନ୍ତୁ ଏହାର ଏନର୍ଜୀ ଦୀର୍ଘ ସମୟ ଯାଏ ରହେ। ଭୂକମ୍ପ ଆସିଲେ ଚନ୍ଦ୍ର ପୃଷ୍ଠରେ ଫାଟ ହୋଇଥାଏ। ପୃଷ୍ଠର କିଛି ଅଂଶ ନିଜ ସ୍ଥାନକୁ ସ୍ଥାନାନ୍ତର ହୋଇଥାଏ। 

ବିଶେଷଜ୍ଞଙ୍କ ଅନୁସାରେ , ଚନ୍ଦ୍ରରେ ଭୂକମ୍ପ ଆସିବା ଦ୍ୱାରା ଭବିଷ୍ୟତରେ ମହାକାଶ ଷ୍ଟେସନକୁ ମଝ୍ୟ ବିପଦ ହୋଇପାରେ। ନାସା ପୂର୍ବରୁ ବି ଚିନ୍ତା ବ୍ୟକ୍ତ କରିସାରିଛି ଯେ ଯଦି ଚନ୍ଦ୍ରରେ ବସ୍ତି ବା ଘର ତିଆରି ହେଲେ , ଭୂକମ୍ପ ହେଲେ ଘର ବା ମଣିଷଙ୍କର କ୍ଷତି ହେବାର ବିପଦ ରହିବ। ଅର୍ଥାତ୍‌ ଗୋଟିଏ କଥା ସ୍ପଷ୍ଟ ଯେ, ଚନ୍ଦ୍ରରେ ରହିଲେ ଭୂକମ୍ପ ବିପଦରୁ ନିଜକୁ ବଞ୍ଚାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.