ଭୁବନେଶ୍ୱର ୧୨।୦୭ : ନାଚ ନା ଜାନେ ଆଙ୍ଗନ ତେଡା… । କଟାକ୍ଷ ଦେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଅପଶବ୍ଦ କହିବା ସହ ରଥଯାତ୍ରା ସଂପର୍କରେ ଦେଇଥିବା ଭୁଲ୍ ଟିପ୍ପଣୀଙ୍କୁ ନେଇ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେ କହିଛନ୍ତି ଯେ, ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକ ଥିଲା। ଏବେ ବି ୨୪ ଘଣ୍ଟା ପୁରି ନାହିଁ। ଆଶା କରିବି ତାଙ୍କ ଦଳର ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବେ ସେ ଭୁଲ ମାଗିବା ପାଇଁ। ଯେଉଁ ଦଳ ଭାରତର ରାଷ୍ଟ୍ରପତିଙ୍କୁ ଅପମାନ କରେ। ମୋ ଦଳ ତରଫରୁ ବିଗତ ଦିନରେ ଓଡିଶା ମାଟିର ଝିଅଙ୍କୁ ରାହୁଲ ଗାନ୍ଧୀ ଅପମାନ କରିବା ଘଟଣାରେ ମୁଁ କ୍ଷମା ମାଗୁଛି। ଆଜି କଂଗ୍ରେସ ଦଳର ଜନ ଆଧାର ଭାରତ ବର୍ଷରେ ନାହିଁ। ସାମନ୍ତବାଦୀ ମନୋଭାବ ବିଶେଷ କରି ସମାଜର ଗରିବ, ଦାରିଦ୍ର ଓ ଦଳିତ ଲୋକଙ୍କ ଜନାଦେଶ କଂଗ୍ରେସ ପାଇଁ ନାହିଁ। ସେହି ଆଧାରରେ ହତାଶ ହୋଇ ରାହୁଲ ଗାନ୍ଧୀ ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାହୁଲ ଗାନ୍ଧୀ ବିଷୟ ନଜାଣି ଭାଷଣ ଦେବା ମୂର୍ଖାମୀ। ଯିଏ କୁହନ୍ତୁ ଆଳୁ ଲଗାଇ ସୁନା ବାହାର କରିବା, ଯିଏ ଖଣ୍ଡୁଆ ପାଟ ଜାଣି ନାହିଁ, ଯିଏ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ମାଟି ଆସି ତାଙ୍କୁ କହିଥିବା ଅପଶବ୍ଦର କ୍ଷମା ନମାଗିବା ଏହା ବାଚଲାମୀର ପରିଚୟ। ଏ କାମ ବଡ଼ ଲୋକଙ୍କ ଛୁଆ ମାନେ କରନ୍ତି। ଯେଉଁମାନେ ଭାବନ୍ତି ଆମେ, ମୋ ପରିବାର , ମୋ ମା, ବାପା, ଅଜା, ମୋ ଜେଜେ ଏଇ ମାନେ ହିଁ ଦେଶର ମାଲିକ। ଏଭଳି ଭ୍ରମରେ ଥିବା ରାହୁଲ ଗାନ୍ଧୀଙ୍କଠାରୁ କଣ ବା ଅପେକ୍ଷା କରାଯାଇପାରେ।