ଭଡ଼ା ଘରେ ଯୁବତୀଙ୍କ ମୃତଦେହ : ୭ରେ ହୋଇଥିଲେ କଥା, ୮ରେ ଫୋନ୍ ସ୍ବିଚ୍ ଅଫ୍

NEWS7
why-do-children-get-lung-infections

କେନ୍ଦ୍ରପଡ଼ା ୯।୧: ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସୁନାଇଲୋ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ରାଜକନିକା ଥାନା ତରାସ ଗାଁର ବୋଲି ଜଣାପଡିଛି l ସେ କେନ୍ଦ୍ରାପଡ଼ାରେ ରହି ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ l

ଘର ଲୋକଙ୍କ କହିବା ଅନୁଯାୟୀ, ଗତ ୭ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ l କିନ୍ତୁ ପରଦିନ ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରେ ତାଙ୍କ ଫୋନ୍ ସ୍ଵିଚ ଅଫ୍ ଥିଲା l କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ଘର ଭିତରେ ଚଟାଣରେ ଝିଅର ମୃତଦେହ ପଡିଥିବା ଦେଖିଥିଲେ l ଘର ସିଲିଂ ଫ୍ୟାନ୍ରେ ଏକ ଶାଢ଼ି ଝୁଲି ରହିଥିବା ବେଳେ ଫ୍ୟାନ ବ୍ଲେଡ ବଙ୍କା ହୋଇଯାଇଥିଲା l

ତେବେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଯୁବତୀଙ୍କ ବାପା କେନ୍ଦ୍ରାପଡା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଟାଉନ୍ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି l ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ପୂର୍ବରୁ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ସ୍ଵଚ୍ଛଭାରତ ଅଭିଯାନରେ କାର୍ଯ୍ୟ କରୁଥିଲେ l