କେମିତି ହୁଏ ମୌସୁମୀର ପ୍ରବେଶ, ଚଳିତବର୍ଷ କାହିଁକି ଶୀଘ୍ର ଆସିଲା ମୌସୁମୀ? ଜାଣନ୍ତୁ ପୂରା ବିଜ୍ଞାନ

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ୨୮ ମେ ବୁଧବାର ଓଡ଼ିଶାକୁ ପ୍ରବେଶ କରିଛି। ଏଥର ମୌସୁମୀ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଭାରତୀୟ ମୁଖ୍ୟ ଭୂ-ଭାଗକୁ ପହଞ୍ଚିଥିଲା। ଏଣୁ ଜୁଲାଇ ସୁଦ୍ଧା ମୌସୁମୀ ପୂରା ଦେଶକୁ  ବ୍ୟାପିଯିବ ବୋଲି ଆକଳନ କରାଯାଉଛି। ଶେଷ ଥର ୨୦୦୯ ମସିହାରେ ମୌସୁମୀ ସଅଳ ଆସିଥିଲା। ଯଦି ଉତ୍ତର ଭାରତର କଥା କୁହାଯାଏ ମୌସୁମୀ ୨୦ରୁ ୨୫ ଜୁନ ମଧ୍ୟରେ ପହଞ୍ଚିବ। 

ମୌସୁମୀ ଶବ୍ଦର ଉତ୍ପତି ଆରବ ଭାଷା ‘ମୌସିମ’ରୁ ହୋଇଛି। ଏହାର ଅର୍ଥ ଋତୁ ବା ପାଗ। ମୌସୁମୀକୁ ‘ରିଭର୍ସାଲ ଅଫ ୱିଣ୍ଡ’ ମଧ୍ୟ କୁହାଯାଇପାରେ। ମୌସୁମୀ ଏକ ଖାସ ପ୍ରକାରର ଜଳବାୟୁ ଘଟଣା। ମୌସୁମୀର ଚମତ୍କାର ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଦକ୍ଷିଣ-ପଶ୍ଚିମ ବାୟୁ, ଯାହାକୁ ମୌସୁମୀ ବାୟୁ ବୋଲି ମଧ୍ୟ କୁହାଯାଏ, ହୀନ୍ଦ ମହାସାଗରରୁ ଭାରତ ଆଡକୁ ଅଗ୍ରସର ହୁଏ। ଏହି ବାୟୁରେ ଆର୍ଦ୍ଦତା ଭରା ବାଦଲ ଆସିଥାଏ, ଯାହା ପାହାଡ ଓ ସମତଳରେ ବର୍ଷି ଥାଏ। 

ଏହି ବାୟୁ ଏତେ ଶକ୍ତିଶାଳୀ ଯେ ପୂରା ଉପମହାଦ୍ୱୀପରେ ବର୍ଷାର ରୂପରେଖ ନିର୍ଦ୍ଧାରଣ କରିଥାଏ। ଏହାର ଚାଲ ଓ ଶକ୍ତି କେତେ ତାହା ସମୁଦ୍ର ପୃଷ୍ଠର ଉଷ୍ମତା ଓ ବାୟୁର ଦିଗରୁ ଜଣାପଡିଥାଏ। ତୀବ୍ର ପବନ ଓ ବର୍ଷା ଯେତେବେଳେ ବଙ୍ଗୋପସାଗର ଓ ଆରବ ସାଗରକୁ ପହଞ୍ଚେ ସେତେବେଳେ ଏହା ଦୁଇ ଭାଗରେ ବାଣ୍ଟି ହୋଇଯାଇଥାଏ। ଏହାର ଗୋଟିଏ ଭାଗ ଆରବ ସାଗର ଦିଗକୁ ଅର୍ଥାତ ଗୁଜରାଟ, ମୁମ୍ବାଇ ଓ ରାଜସ୍ଥାନ ଦେଇ ଆଗକୁ ଅଗ୍ରସର ହେବା ବେଳେ ଅନ୍ୟ ଭାଗଟି ବଙ୍ଗୋପସାଗରରୁ ପଶ୍ଚିମବଙ୍ଗ ଓ ବିହାର ହୋଇ ହିମାଳୟରେ ଧକ୍କା ଲାଗି  ଗଙ୍ଗାର  ନିମ୍ନ ଦେଶ ପର୍ଯ୍ୟନ୍ତ ଯାଇଥାଏ। ଏହିପରି ମୌସୁମୀ ଭାରତକୁ ପ୍ରବେଶ କରେ। 

ମୌସୁମୀର ଆଗମନ ପୂର୍ବରୁ ପାଣିପାଗ ବିଭାଗ କିଛି ମାନଦଣ୍ଡ ଯାଞ୍ଚ କରିଥାନ୍ତି ଓ ଦେଶକୁ ମୌସୁମୀର ପ୍ରବେଶ ଘୋଷଣା କରନ୍ତି। ପ୍ରଥମତଃ ପାଣିପାଗ ବିଭାଗ କେରଳ ଓ ଏହା ଆଖପାଖର ୧୪ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ୬୦ ପ୍ରତିଶତରେ ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ୨.୫ ମିଲମିଟର ବର୍ଷା ରେକର୍ଡରୁ ହୋଇଥାଏ। ଏହା ସହିତ ପଶ୍ଚିମା ବାୟୁ ୧୫ରୁ ୨୦ ନଟ ବେଗରେ ବହିବା ଆବଶ୍ୟକ। ଏହା ଛଡା ଏକ ଖାସ ଅଞ୍ଚଳରେ ଆଉଟ ଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ (ଓଏଲଆର) 200 W/m² ହୋଇଥିବା ଆବଶ୍ୟକ। 

ତେବେ ଭାରତରେ ମୌସୁମୀ ବର୍ଷା ଲାଗି ଦୁଇଟି ପରିସ୍ଥିତି (ପ୍ୟାଟର୍ଣ୍ଣ) ଦାୟୀ ହୋଇଥାଏ। ଏଥିରୁ ଗୋଟିଏ ଏଲ ନିନୋ ହୋଇଥିବା ବେଳେ ଅନ୍ୟ ଟି ଲା ନିନା। ଏଲ ନିନୋରେ ସମୁଦ୍ର ପୃଷ୍ଠର ତାପମାତ୍ରା ୩ରୁ ୪ ଡିଗ୍ରି ବଢିଯାଇଥାଏ। ସାଧରଣତଃ ଏପରି ସ୍ଥିତି ୧୦ ବର୍ଷରେ ଦୁଇଥର ଦେଖା ଦେଇଥାଏ। ଏହାର ପ୍ରଭାବରେ ଅଧିକ ବର୍ଷା ହେଉଥିବା ସ୍ଥାନରେ କମ ବର୍ଷା ଓ କମ ବର୍ଷା ହେଉଥିବା ସ୍ଥାନରେ ଅଧିକ ବର୍ଷା କରାଇଥାଏ।  ଅନ୍ୟପଟେ ଲା ନିନାରେ ସମୁଦ୍ର ପାଣି ଶିତଳ ହେବା ସହ ବିଶ୍ୱର ପାଣି ପାଗ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ବାଦଲ ଛାଇବା ସହିତ ଭଲ ବର୍ଷା ହୋଇଥାଏ। 

ଶୀଘ୍ର ମୌସୁମୀ ଆସିବାର କାରଣ 
ଚଳିତବର୍ଷ ବାୟୁମଣ୍ଡଳୀୟ ଓ ସାମୁଦ୍ରିକ କାରଣ ସାଙ୍ଗକୁ ସ୍ଥାନୀୟ କାରକ ଯୋଗୁ ମୌସୁମୀ ସଅଳ ଆସିଛି। ଏ ବର୍ଷ ମୌସୁମୀ ମେ ୧୩ ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳକୁ ପହଞ୍ଚି ସାରିଥିଲା। ତେବେ ଏହା ମେ ୨୧ ବେଳକୁ ପହଞ୍ଚିବା କଥା। ପାଣିପାଗ ବିଭାଗ ମୌସୁମୀ ଶୀଘ୍ର ଆସିବାର ଯେଉଁ କାରକ ବୋଲି ଅନୁମାନ କରିଛି ଏଥିରେ ଏହି ସବୁ କାରଣ ରହିଛି। 

ମାନସୁନ ଟ୍ରଫ
ଏହା ଏକ ଦୀର୍ଘ ଲଘୁଚାପ ଷ୍ଟ୍ରିପ, ଯାହା ଗରମକୁ ଲଘୁଚାପ କ୍ଷେତ୍ରରୁ ନେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପ୍ତ ଥାଏ। ଏହି ଟ୍ରଫ ଉତ୍ତର-ଦକ୍ଷିଣକୁ ହଲିବା ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୁଖ୍ୟ ମୌସୁମୀ ସମୟରେ ବର୍ଷାର କାରଣ ହୋଇଥାଏ। 

ହିଟ-ଲୋ 
ଗ୍ରୀଷ୍ମରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧ ଆଡକୁ ଅଗ୍ରସର ହେବା ଯୋଗୁ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ। ପାକିସ୍ତାନ ଓ ଆଖପାଖ ଅଞ୍ଚଳରେ ଏକ ମଜଭୁତ ହିଟ୍-ଲୋ ଚାପ କ୍ଷେତ୍ର ବିକଶିତ ହୋଇଥାଏ, ଯାହା ମୌସୁମୀ ଟ୍ରଫ ସହିତ ଆର୍ଦ୍ଦ ବାୟୁକୁ ଟାଣିବାର କାମ କରିଥାଏ। ଏହା ଦ୍ୱାରା ଭଲ ବର୍ଷା ହୋଇଥାଏ। 

ମୈଡନ-ଜୁଲିଅନ ଓସିଲେସନ (ଏମଜେଓ)
ଏହା ଏକ ଜଟିଳ ସାମୁଦ୍ରିକ ବାୟୁମଣ୍ଡଳୀୟ ଘଟଣା, ଯାହା ଭାରତୀୟ ମୌସୁମୀକୁ ପ୍ରଭାବିତ କରିଥାଏ ଓ ଏହାର ଉଦଗମ ହୀନ୍ଦ ମହାସାଗରରେ ହୋଇଥାଏ। ଏଥିରେ ବାଦଲ, ବାୟୁ ଓ ଚାପ ଏକ ଡିଷ୍ଟର୍ବାନ୍ସ ରୂପେ ୪-୮ ମିଟର ପ୍ରତି ସେକେଣ୍ଡ ବେଗରେ ପୂର୍ବ ଦିଗକୁ ଅଗ୍ରସର ହୋଇଥାଏ। ଏମଜେଓ ବାୟୁ ୩୦ରୁ ୬୦ ଦିନରେ ସାରା ବିଶ୍ୱକୁ ଚକ୍କର ଲାଇପାରେ ଓ ନିଜ ରାସ୍ତାରେ ପାଣିପାଗ ପରିବର୍ତ୍ତନ କରିପାରେ। ଅନୁକୂଳ ପର୍ଯ୍ୟାୟରେ ଏହା ମୌସୁମୀ କାଳରେ ଭାରତରେ ତୀବ୍ର ବୃଷ୍ଟିପାତ କରାଇଥାଏ।  ଏହା ଛଡା ବି ଆହୁରି ଅନେକ କାରକ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.