Live Live
LIVE

କାବୁଲ ହସ୍ପିଟାଲରେ ଆକ୍ରମଣ ଘଟଣା, ନିନ୍ଦା କଲା ଭାରତ : କହିଲା -'ବର୍ବର ଏବଂ ଅମାନବୀୟ'

NEWS7
who-is-the-mystery-girl-with-sohail-khan

ନୂଆଦିଲ୍ଲୀ, ୧୭ /୦୩: ଆଫଗାନିସ୍ତାନରେ ପାକିସ୍ତାନର ନରସଂହାରକୁ ନିନ୍ଦା କରିଛି ଭାରତ । ପାକିସ୍ତାନ ଯେପରି ରାତିରେ କାବୁଲର ହସ୍ପିଟାଲରେ ଅକ୍ରମଣ କରିଛି ତାକୁ ଭାରତ ସରକାର ବିରୋଧ କରିଛନ୍ତି। ଏପରି ଘଟଣାକୁ ସରକାର ବର୍ବର, ଭୀରୁତାଏବଂ ଅମାନବୀୟ ବୋଲି କହିଛନ୍ତି ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଆକ୍ରମଣରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ପାକିସ୍ତାନଆଫଗାନିସ୍ତାନରହସ୍ପିଟାଲରେ ଆକ୍ରମଣ କରିଛି । ଏହା ଏକ ନାଗରିକ ସୁବିଧା କେନ୍ଦ୍ର ଥିଲା । ଏହାକୁ କୌଣସି ପ୍ରକାରେ ସାମରିକ ଟାର୍ଗେଟ୍ ଭାବେ ବିବେଚନା କରାଯାଇପାରିବ ନାହିଁ । ଏଠାରେ ସୈନ୍ୟ ବାହିନୀ ମୁତୟନ ନଥିଲେ । କିନ୍ତୁ ପାକିସ୍ତାନ ଅମାନବୀୟ ଭାବେ ଆକ୍ରମଣ କରିଛି ।

ମନ୍ତ୍ରାଳୟ ଆହୁରି କହିଛି ଯେ, ପାକିସ୍ତାନ ନରସଂହାରକୁ ସାମରିକ ଅପରେସନ କହୁଛି । ଯାହା ଆଦୌ ନ୍ୟାୟସଙ୍ଗତ ନୁହେଁ । ଏହା ଅନ୍ତରାଷ୍ଟ୍ରୀୟ ନିୟମର ଖୁଲମଖୁଲା ଉଲ୍ଲଙ୍ଘନ ।ଘଟଣାରେ ଅନ୍ତର୍ଜାତୀୟ ସମୁଦାୟ ଆଗକୁ ଆସିବା ଦରକାର । ସମସ୍ତେ ଘଟଣାକୁ ନିନ୍ଦା କରିବା ଉଚିତ । କୌଣସି ଧର୍ମ ହସ୍ପିଟାଲ ଉପରେ ଆକ୍ରମଣ କରିବାକୁ ଅନୁମତି ଦିଏ ନାହିଁବୋଲି ଭାରତ କହିଛି

ରାତିରେ ଆକ୍ରମଣ

ସୋମବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ପାକ୍ ସେନା କାବୁଲରେ ଥିବା ଏକ ହସ୍ପିଟାଲରେ ବୋମାବର୍ଷା କରିଛି । ଏଥିରେ ୪୦୦ଜଣ ପ୍ରାଣ ହରାଇଥିବା ବେଳେ୨୫୦ରୁ ଅଧିକ ଆହତ ଅଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ଏହା ହସ୍ପିଟାଲ ନୁହେଁ ବରଂ ସୈନ୍ୟ ଟାର୍ଗେଟ୍ ବୋଲି ପାକ୍ ସଫେଇ ଦେଇଛି ।

ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଶରାଫତ୍ ଜମାନ କହିଛନ୍ତି ଯେ, କାବୁଲର ଏକ ନିଶା ମୁକ୍ତି କେନ୍ଦ୍ର ରହିଛି । ଏଠାରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଅନେକ ନୀରିହ ଏଥିରେ ପ୍ରାଣ ହରାଇଛନ୍ତି । ଘଟଣାକୁ ତାଲିବାନ ସରକାର ଗୁରୁତର ସହ ନେଇଛନ୍ତି । ଏବେ ଆଉ କଥାବାର୍ତ୍ତା ନାହିଁ । ସିଧାସଳଖ ପାକିସ୍ତାନର କୁତ୍ସିତ କାର୍ଯ୍ୟର ପ୍ରତିଶୋଧ ନିଆଯିବ ବୋଲି ଆଫଗାନ୍ ଗୃହ ମନ୍ତ୍ରାଳୟ କହିଛି ।