ନୂଆଦିଲ୍ଲୀ ୨୭/୧୧: ଟ୍ରମ୍ପଙ୍କ କ୍ୟାବିନେଟ୍ରେ ଆଉ ଜଣେ ଭାରତୀୟଙ୍କ ଏଣ୍ଟ୍ରି । କରୋନା ବେଳେ ଲକ୍ଡାଉନ ଓ ମାସ୍କକୁ ବିରୋଧ କରୁଥିବା ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ବଡ ଦାୟିତ୍ବ । ନାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ (NIH)ର ନିର୍ଦ୍ଦେଶକ ଭାବେ ମନୋନୀତ କରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । NIH ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ଅନୁସନ୍ଧାନ ଓ ପାଣ୍ଠି ମଧ୍ୟରୁ ଅନ୍ୟତମ ।
ଜୟ ପ୍ରଥମ ଭାରତୀୟ ଯିଏ କି ଟ୍ରମ୍ପଙ୍କ ୨.୦ କ୍ୟାବିନେଟ୍ରେ ସର୍ବୋଚ୍ଚ ପ୍ରଶାସନିକ ପଦ ପାଇଛନ୍ତି । ଟ୍ରମ୍ପ ଘୋଷଣା କରିଛନ୍ତି ଜୟଙ୍କୁ NIHର ନିର୍ଦ୍ଦେଶକ ଭାବରେ ମନୋନୀତ କରି ମୁଁ ବହୁତ ଖୁସି । ସେ ରବର୍ଟ ଏଫ୍.କେନେଡି ଜୁନିଅରଙ୍କ ସହ ମିଶି ଦେଶର ମେଡିକାଲ ରିସର୍ଚ୍ଚ ଦିଗରେ କାମ କରିବେ । ଯାହା ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସହ ଲୋକଙ୍କ ଜୀବନ ରକ୍ଷା କରିବ ।
ପୂର୍ବରୁ ଟ୍ରମ୍ପ ଟେସ୍ଲା ମାଲିକ ଏଲୋନ ମସ୍କଙ୍କ ସହ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଭାବରେ ବିବେକ ରାମସ୍ବାମୀଙ୍କୁ ଦାୟିତ୍ବ ଦେଇଥିଲେ । ଏହା ଏକ ସ୍ବେଚ୍ଛାକୃତ ପଦବୀ ହୋଇଥିବାବେଳେ ଏଥିରେ ଆମେରିକା ସିନେଟ୍ର ମଞ୍ଜୁରୀ ଦରକାର ନାହିଁ ।