କାଲିଫର୍ଣ୍ଣିଆରେ ଦିଲ୍ଲୀ ଭଳି ସ୍ଥିତି : ବିଷାକ୍ତ ହୋଇଗଲା ବାୟୁ ମଣ୍ଡଳ, ନିଶ୍ୱାସ ନେବାକୁ କଷ୍ଟ

NEWS7
who-is-devajit-saikia-new-bcci-secretary-who-takes-charge-after-jay-shahs-tenure

ନୂଆଦିଲ୍ଲୀ, ୦୫ /୧୨: କାଲିଫର୍ଣ୍ଣିଆରେ ଦିଲ୍ଲୀ ଭଳି ଅବସ୍ଥା । ନିଶ୍ୱାସ ନେବା ପାଇଁ ହୋଇଗଲାଣି କଷ୍ଟକର ।ଅସ୍ତବ୍ୟସ୍ତ ହୋଇଗଲେଣି ଲୋକେ । ଠପ୍ ହେବାକୁ ବସିଲାଣି ଜନଜୀବନ । କାରଣ କାଲିଫର୍ଣ୍ଣିଆର ୬୪୦ ବର୍ଗ କିଲୋମିଟର ଅଞ୍ଚଳ ଏବେ ବିଷ ବଳୟରେ । ମୋଟା କୁହୁଡିର ଆସ୍ତରଣ ପାଇଁ ଦିଲ୍ଲୀ ଭଳି ସମସ୍ୟା ଭୋଗୁଛନ୍ତି କାଲିଫର୍ଣ୍ଣିଆବାସୀ ।

ରିପୋର୍ଟ ଅନୁସାରେ, ପ୍ରତିବର୍ଷ ଶୀତଦିନେ କାଲିଫର୍ଣ୍ଣିଆରେ ପ୍ରବଳ କୁହୁଡି ହୋଇଥାଏ । ଯେଉଁଥିପାଇଁ ଅନେକ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଯାହାକୁ ନଜରରେ ରଖି ଦେଢ କୋଟି ଲୋକଙ୍କ ପାଇଁ ଭ୍ରମଣ ମାର୍ଗଦର୍ଶିକା ଜାରି କରାଯାଇଛି । କମ୍ ଉଚ୍ଚତାରେ ଥିବା ଘନ କୁହୁଡି ସ୍ୱାସ୍ଥ୍ୟ ପାଇଁ ଅଧିକ ହାନିକାରଣ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।

ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାଲିଫର୍ଣ୍ଣିଆର କେନ୍ଦ୍ରୀୟ ଉପତ୍ୟାକାରେ ଥିବା ୨୦ରୁ ଅଧିକ ଅଞ୍ଚଳ କୁହୁଡି ପାଇଁ ପ୍ରଭାବିତ ହେବେ । ସନ୍ଧ୍ୟା ପରେ ତଳିଆ ଅଞ୍ଚଳ ଶୀଘ୍ର ଥଣ୍ଡା ହୋଇଯାଏ । ଏହାଦ୍ୱାରା ଭୂମିର ତାପମାତ୍ରା କମିବା ସହ ଏହା ସହ ସଂଲଗ୍ନ ବାୟୁର ତାପମାତ୍ରା ବଢିଥାଏ । ଫଳରେ କୁହୁଡି ହୋଇଥାଏ । ସକାଳେ ଏଥିରେ ସୂର୍ଯ୍ୟାଲୋକ ଏବଂ ଧୂଆଁ ମିଶିବା ଦ୍ୱାରା ସ୍ମଗରେ ପରିଣତ ହୁଏ । ସବୁଠାରୁ ବଡ କଥା ହେଲା ଯେ ଏହି କୁହୁଡି ଖୁବ୍ ବିଷାକ୍ତ । କମ୍ ଉଚ୍ଚତାରେ ସୃଷ୍ଟି ହେଉଥିବାରୁ ଏଥିରେ ଯାନବାହାନର ଧୂଆଁ, କଳକାରଖାନାର ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ମିଶିଯାଏ । ଯାହା ଏହାକୁ କ୍ଷତିକାରକ କରିଦିଏ । ଫଳରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ତେଣୁ ବାହାରକୁ ବାହାରିଲେ ସତର୍କ ରହିବାକୁ ସେଠାକାର ଜନସାଧାରଣଙ୍କୁ ସତର୍କ କରାଯାଇଛି ।

କାଲିଫର୍ଣ୍ଣିଆରେ ହେଉଥିବା ଘନ କୁହୁଡିକୁ ଟୁଲ୍ ଫଗ୍ ବୋଲି କୁହାଯାଏ । ଯାହା ନଭେମ୍ବର ଏବଂ ଡିସେମ୍ବରରୁ ଆରମ୍ଭ ହୋଇ ଫେବ୍ରୁଆରୀ ଯାଏଁ ଦେଖିବାକୁ ମିଳେ । ପ୍ରତିବର୍ଷ ଶୀତ ଶେଷ ବେଳକୁ କାଲିଫର୍ଣ୍ଣିଆ ପାଖାପାଖି ଅଞ଼୍ଚଳରେ ଏହା ଦେଖିଦେଇଥାଏ । ଏଥିରେ କାଲିଫର୍ଣ୍ଣିଆର ଉପକୂଳ ଅଞ୍ଚଳ, ସାକ୍ରାମେଣ୍ଟୋ ଉପତ୍ୟାକା, ସାନ୍ ଜାକୁଇନ୍ ଉପତ୍ୟାକା ଅଧିକ ପ୍ରଭାବିତ ହୋଇଥାଏ । ଏହାଦ୍ୱାରା୨2 କୋଟି ଲୋକ ଦୈନିକ ପ୍ରଭାବିତ ହୋଇଥାନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳେ । ଶୀତ ଦିନରେ ଦିଲ୍ଲୀର ବାୟୁମଣ୍ଡଳରେ ବିଷ ଭରିଯାଏ । ଘନ କୁହୁଡି ସହ ସ୍ମଗ୍ ପାଇଁ ଏଠାରେ ଲୋକେ ଦୈନନ୍ଦିନ ଅନେକ ସମସ୍ୟାର ସାମ୍ନା କରିଥାନ୍ତି ।