ଟି20 ବିଶ୍ୱକପ୍ ସେମି : ଇଂଲଣ୍ଡ ବିରୋଧରେ ଭାରତ ଫେଭରେଟ୍, ରେକର୍ଡରେ ସୂର୍ଯ୍ୟସେନାର ପଲ୍ଲା ଭାରି

NEWS7
who-is-devajit-saikia-new-bcci-secretary-who-takes-charge-after-jay-shahs-tenure

ନୂଆଦିଲ୍ଲୀ, ୦୩ /୦୩: ୱେଷ୍ଟ ଇଣ୍ଡିଜକୁ ୫ ୱିକେଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ବଳ । ଗୁରୁବାର ଇଂଲଣ୍ଡକୁ ଭେଟିବ ଟିମ୍। ଏଥିସହ ଉଭୟ ଦଳ ସେମି ଫାଇନାଲରେ କ୍ରମାଗତ ତୃତୀୟ ଥର ପାଇଁ ସାମ୍ନା ସାମ୍ନି ହେବେ । ୨୦୨୨ ଓ ୨୦୨୪ ବିଶ୍ଵକପ ସେମି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଲେଟି ସାରିଛନ୍ତି।

୨୦୨୨ ବିଶ୍ଵକପ୍ ସେମି ଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ସେହିପରି ୨୦୨୪ ଟି୨୦ ବିଶ୍ଵକପ୍ ସେମି ଫାଇନାଲରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚମ୍ପିଅନ ହୋଇଥିଲା। ଟି-ଟ୍ରେଣ୍ଟି ବିଶ୍ୱକପ ଉଭୟ ଦଳ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ୨ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୦୭ ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାକୁ କ୍ରିକେଟ୍ ପ୍ରେମୀ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ଓଲରରେ ଯୁବରାଜ ସିଂହ ୬ଟି ଛକା ମାରି ରେକର୍ଡ କରିଥିଲେ। ଉକ୍ତ ମ୍ୟାଚରେ ସେ ୧୨ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଯୁବରାଜଙ୍କ ଉଭୟ ଟି-ଟ୍ରେଷ୍ଟି ବିଶ୍ୱକପ ରେକର୍ଡ ଏବେ ବି ଅତୁଟ ରହିଛି। ଭାରତ ଭକ୍ତ ମ୍ୟାଚକୁ ୧୮ ରନରେ ଜିତିଥିଲା । ପ୍ରଥମେ ବ୍ୟାଟି କରି ଭାରତ ୪/୨୧୮ ରନ କରିଥିଲା। ଜବାବରେ ଇଂଲଣ୍ଡ ୬ ୱିକେଟ୍ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। 

ସେହିପରି ୨୦୦୯ ବିଶ୍ଵକପରେ ଉଭୟ ଦଳ ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ। ଭାରତକୁ ୩ ରନ୍ରେ ହରାଇ ଇଂଲଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭/୧୫୩ ରନ କରିଥିଲା। ଜବାବରେ ଭାରତ ୫/୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୧୨ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ବଳ ପୁନର୍ବାର ସାମ୍ନା ସାମ୍ନି ହୋଇଥିଲେ। ଭାରତ ୯୦ ରନରେ ଉକ୍ତ ମ୍ୟାଚ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪/୧୭୦ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗୌତମ ଗମ୍ଭୀର ୪୫, ବିରାଟ କୋହଲି ୪୦ ଓ ରୋହିତ ଶର୍ମା ଅପରାଜିତ ୫୫ ରନ କରିଥିଲେ। ଜବାବରେ ଇଂଲଣ୍ଡ ୧୪.୪ ଓଭରରେ ମାତ୍ର ୮୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଭାରତ ପକ୍ଷରୁ ହରଭଜନ ସିଂହ ୪ଟି ୱିକେଟ୍ ନେଇଥିଲେ।

ଟି-୨୦ ବିଶ୍ଵକପରେ ଭାରତ ଷଷ୍ଠ ଥର ପାଇଁ ସେମି ଫାଇନାଲ ଖେଳିବାକୁ ଯାଉଛି । ୨୦୨୨ ଓ ୨୦୨୪ ବିଶ୍ୱକପ୍ ପୂର୍ବରୁ ଭାରତ ଆଉ ୩ଟି ସେମି ଫାଇନାଲ୍ ଖେଳି ସାରିଛି। ୨୦୦୭ ବିଶ୍ବକପ୍ ସେମି ଫାଇନାଲ୍ରେ ଭାରତ ୧୫ ରନରେ ଅଷ୍ଟ୍ରେଲିଆକୁ ପରସ୍ତ କରିଥିଲା। ଭକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫/୧୮୮ ରନ ସଂଗୃହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା । ଯୁବରାଜ ସିଂହ ଭକ୍ତ ମ୍ୟାଚରେ ୭୦ରନର ମ୍ୟାନ ବିଜୟୀ ଇନିଂସ ଖେଳିଥିଲେ।

୨୦୧୪ରେ ବାଂଲାଦେଶରେ ଆୟୋଜିତ ବିଶ୍ୱକପରେ ଭାରତ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଥିଲା । ଉକ୍ତ ମ୍ୟାଚରେ ବିରାଟ କୋହଲି ୪୪ଟି ବଲରୁ ଅପରାଜିତ ୭୨ ରନରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ମ୍ୟାଚରେ ପ୍ରଥମେ ବ୍ୟାଟି କରି ଦକ୍ଷିଣ ଆଫ୍ରିକା ୪/୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୯.୧ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥୁଲା I ୨୦୧୬ରେ ଭାରତ ବିଶ୍ୱକପ୍ ଆୟୋଜନ କରିଥିଲା ଓ ସେମି ଫାଇନାଲ୍ରେ ୱେଷ୍ଟ ଇଣ୍ଡିଳ ଠାରୁ ପରାଜିତ ହୋଇଥିଲା। ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ଉଚ୍ଚ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୨ ରନ ସଂଗ୍ରହ କରିଥିଲା। ଜବାବରେ ୱେଷ୍ଟ ଇଣ୍ଡିଜ ୧୯.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।