LIVE TV

ସଂସ୍ଥାଗୁଡ଼ିକ ଉପରେ ବିଷାକ୍ତ ବୟାନବାଜି କରାଯାଉଛି, ରାହୁଲ ଗାନ୍ଧୀଙ୍କୁ ଖୋଲା ଚିଠି ଅସନ୍ତୋଷ ଝାଡ଼ିଲେ ବିଶିଷ୍ଟ ବ୍ୟକ୍ତି

NEWS7
who-is-delhi-next-chief-minister-5-bjp-leaders-ahead-race-cm-post

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିଚାରପତି ଓ ପୂର୍ବତନ ପ୍ରଶାସକମାନେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଖୋଲା ଚିଠି ଲେଖିଛନ୍ତି । ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଭାରତର ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରାଯିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୋଲା ଚିଠିରେ କୁହାଯାଇଛି ଯେ ରାଜନୀତିକ ହତାସାକୁ ଲୁଚାଇବା ପାଇଁ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯାଉଛି । କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଉପରେ ବିଜେପିକୁ ସହ ମିଶି କାମ କରୁଥିବା ଅଭିଯୋଗ କରି ଆସୁଛି ।

ଚିଠିରେ କୁହାଯାଇଛି, ସମାଜରେ ଆମେ ବରିଷ୍ଠ ନାଗରିକ ଓ ଏହା ବିଷୟ ଉପରେ ଚିନ୍ତା ବ୍ୟକ୍ତ କରୁଛୁ ଯେ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଏହା ଆକ୍ରମଣ ବଳରେ ନୁହେଁ, ବରଂ ଏହାର ସଂସ୍ଥାଗୁଡ଼ିକ ଉପରେ ବିଷାକ୍ତ ବୟାନବାଜି ଜରିଆରେ କରାଯାଉଛି । କିଛି ରାଜନେତା କୌଣସି ବାସ୍ତବିକ ନୀତି ବିକଳ୍ପ ଉପସ୍ଥାପନ ନକରି ନିଜର ନାଟକୀୟ ରାଜନୀତିକ ରଣନୀତିରେ ଉତ୍ତେଜନପୂର୍ଣ୍ଣ ଓ ଭିତ୍ତିହୀନ ଅଭିଯୋଗର ସାହାରା ନେଉଛନ୍ତି ।

୨୭୨ ଜଣ ଏହି ଖୋଲା ଚିଠିରେ ଦସ୍ତଖତ କରିଛି । ଏମାନଙ୍କ ମଧ୍ୟରେ ୧୬ ଜଣ ଅବସରପ୍ରାପ୍ତ ବିଚାରପତି, ୧୨୩ ଜଣ ପୂର୍ବତନ ପ୍ରଶାସକ, ୧୩୩ ଜଣ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀ ଓ ୧୪ ଜଣ ପୂର୍ବତନ ରାଷ୍ଟ୍ରଦୂତ ଅଛନ୍ତି ।

ଚିଠିରେ ଆହୁରି କୁହାଯାଇଛି, 'ଭାରତୀୟ ସଶସ୍ତ୍ର ବଳଙ୍କ ସାହାସ ଓ ଉପଲବ୍ଧି ଉପରେ ପ୍ରଶ୍ନ ଉଠାଇ ଛବି ଖରାପ କରିବା, ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବ, ସଂସଦ ଓ ଏହାର ପଦାଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇବା ପରେ ଏବେ ପ୍ରତିଷ୍ଠା ଓ ସଚ୍ଚୋଟତା ଉପରେ ଷଡ଼ଯନ୍ତ୍ରକାରୀ ଆକ୍ରମଣ ସହିବାର ପାଳି ଏବେ ଭାରତର ନିର୍ବାଚନ ଆୟୋଗଙ୍କ ଅଛି ।'

ଏଥିରେ ରାହୁଲ ଗାନ୍ଧୀଙ୍କୁ ନେଇ କୁହାଯାଇଛି ଯେ ସେ ଲଗାତାର ନିର୍ବାଚନ ଆୟୋଗଙ୍କ ଉପରେ ଆକ୍ରମଣ କରୁଛନ୍ତି । କହୁଛନ୍ତି ଯେ ତାଙ୍କ ପାଖରେ ଆୟୋଗ ଭୋଟ ଚୋରିରେ ସାମିଲ ହେବାର ପ୍ରମାଣ ଅଛି । ବୁଦ୍ଧିଜୀବୀମାନେ ଲେଖିଛନ୍ତି, ଅଭିଯୋଗ ପରେ ବି ତାଙ୍କ ଦ୍ୱାରା କୌଣସି ଔପଚାରିକ ଅଭିଯୋଗ ଦାଖଲ କରାଯାଇ ନାହିଁ । କଂଗ୍ରେସ ଓ ଅନ୍ୟ ଦଳର ଅନେକ ବରିଷ୍ଠ ନେତା, ବାମପନ୍ଥୀ ଏନଜିଓ, ଧ୍ୟାନ ଆକର୍ଷିତ କରାଉଥିବା କିଛି ଲୋକ ଏସଆଇଆର୍ ବିରୁଦ୍ଧରେ ଏହି ବୟାନବାଜିରେ ସମର୍ଥନ ଜଣାଉଛନ୍ତି ।

ଚିଠିରେ ଲେଖାଯାଇଛି, 'ଏପରି କି ଘୋଷଣା କରାଯାଉଛି ଯେ ଆୟୋଗ ବିଜେପିର ବି ଟିମ୍ ଭାବେ କାମ କରୁଛି । ଏପରି ବୟାନବାଜି ଭାବନାତ୍ମକ ଭାବେ ଶକ୍ତିଶାଳୀ ହୋଇପାରେ, କିନ୍ତୁ ତଦନ୍ତରେ ଏହା ତିଷ୍ଠିବ ନାହିଁ, କାରଣ ନିର୍ବାଚନ ଆୟୋଗ ସାର୍ବଜନୀନ ଭାବେ ଏସଆଇଆରର ପ୍ରକ୍ରିୟା ସେୟାର କରିଛନ୍ତି, ଏହାର ନୀରିକ୍ଷଣ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରକ୍ରିୟାରେ କରାଯାଉଛି । ଅଯୋଗ୍ୟ ନାମଗୁଡ଼ିକୁ ହଟାଯାଇଛି ଓ ନୂଆ ଯୋଗ୍ୟ ମତଦାତାଙ୍କୁ ସାମିଲ କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଏହି ଅଭିଯୋଗ ସଂସ୍ଥାଗତ ସଂକଟ ଆଳରେ ରାଜନୀତିକ ହତାସାକୁ ଲୁଚାଯାଉଛି ।