ଅଧିନାୟକ ହେବେ ଅଭିଷେକ ! ପାଟ୍‌ କମିନ୍ସଙ୍କ ସ୍ଥାନରେ SRHର ମଙ୍ଗ ସମ୍ଭାଳିବେ

NEWS7
who-is-delhi-next-chief-minister-5-bjp-leaders-ahead-race-cm-post

ନୂଆଦିଲ୍ଲୀ: IPL 2026 ସିଜିନରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପରିବର୍ତ୍ତନ ହୋଇପାରେ। ରିପୋର୍ଟ ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିପାରେ । ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ନେଇ ଆଲୋଚନା ହେଉଛି। ପାଟ୍ କମିନ୍ସ ଦଳରେ ଯୋଗ ଦେବା ପର୍ଯ୍ୟନ୍ତ ଶର୍ମା ଦଳର ନେତୃତ୍ବ ନେବେ। କମିନ୍ସ ଫେରିବା ପରେ ସେ ପୁଣି ଦଳର ଅଧିନାୟକ ହେବେ। ଉଲ୍ଲେଖନୀୟ ଯେ, ପାଟ୍ କମିନ୍ସ ଆହତ ହୋଇଛନ୍ତି ଏବଂ ସେ ଟି-୨୦ ବିଶ୍ବକପ ଖେଳିପାରି ନଥିଲେ । 

Also Read: ପାକିସ୍ତାନୀ ଖେଳାଳି କିଣିବା ଭାରତୀୟଙ୍କ ହତ୍ୟାରେ ସାମିଲ୍ ହେବା ସହ ସମାନ: ସୁନୀଲ ଗାଭାସ୍କର

ପାଟ୍ କମିନ୍ସଙ୍କ ପିଠିରେ ଆଘାତ ଲାଗିଛି
ପାଟ୍ କମିନ୍ସଙ୍କ ପିଠି​‌ରେ ଆଘାତ ଲାଗିଥିବାରୁ ତାଙ୍କୁ ଦୀର୍ଘ ଦିନ ଧରି କୌଣସି ମ୍ୟାଚ୍‌ରେ ଦେଖିବାକୁ ମିଳିନାହିଁ ।  ଆଶେସ୍ ସିରିଜ୍ ସମୟରେ ତାଙ୍କର ପିଠି ଯନ୍ତ୍ରଣା ବଢ଼ି ଯାଇଥିଲା । ସେ ଟି-୨୦ ବିଶ୍ବକପ୍‌ରୁ ମଧ୍ୟ ବାଦ ପଡ଼ିଥିଲେ । ତେବେ କମିନ୍ସ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ ଖେଳିବେ ନାହିଁ । ଫଳରେ ତାଙ୍କ ସ୍ଥାନରେ ଅଭିଷେକ ଶର୍ମା ଦଳର ନେତୃତ୍ବ ନେଇପାରନ୍ତି । 

ଅଧିନାୟକ ହେବେ ଅଭିଷେକ ଶର୍ମା ! 
ଭାରତୀୟ କ୍ରିକେଟରେ ଅଭିଷେକଙ୍କ ଲୋକପ୍ରିୟତା ଦେଖି ଏସଆରଏଚ୍‌ ତାଙ୍କୁ ଅଧିନାୟକ ନିଯୁକ୍ତ କରିବାକୁ ଚିନ୍ତା କରିପାରେ । ଏହା ବ୍ୟତୀତ ତାଙ୍କ ପାଖରେ ଆଇପିଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‌ର ଯଥେଷ୍ଟ ଅଭିଜ୍ଞତା ରହିଛି । ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ୭୭ IPL ମ୍ୟାଚରେ ୨୭.୧୦ ହାରରେ ୧୮୧୬ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୦ ରୁ ଅଧିକ। ସେ ଗୋଟିଏ ଶତକ ଏବଂ ନଅଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି।

Also Read: କାବ୍ୟା ମାରନଙ୍କୁ ବଡ଼ ଝଟକା, ଅଢେଇ କୋଟିରେ କିଣିଥିବା ପାକିସ୍ତାନୀ ସ୍ପିନର ଖେଳିବେନି 'ଦି ହଣ୍ଡ୍ରେଡ୍' ଟୁର୍ଣ୍ଣାମେଣ୍ଟ!

ନମ୍ବର ଓ୍ବାନ୍‌ ବ୍ୟାଟର
ଅଭିଷେକ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନମ୍ବର ୱାନ୍ ଟି-୨୦ ବ୍ୟାଟର। ସେ ୪୫ ଇନିଂସରେ ୩୩.୪୪ ହାରରେ ୧୪୩୮ ରନ୍ କରିଛନ୍ତି । ଯେଉଁଥିରେ ଦୁଇଟି ଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ତାଙ୍କୁ ବହୁତ ଖାସ କରିଥାଏ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୦ ରୁ ଅଧିକ। ଏଥର ଆଇପିଏଲରେ ଅଭିଷେକ କିପରି ପ୍ରଦର୍ଶନ କରିବେ ତାହା ଉପରେ ଖେଳପ୍ରେମୀଙ୍କ ନଜର ରହିବ।