ମୁମ୍ଵାଇ ୧୪।୦୪; ଜାହ୍ନବୀ କପୁର ତାଙ୍କ ଷ୍ଟାଇଲ ପାଇଁ ବେଶ୍ ଲୋକପ୍ରିୟ। ତାଙ୍କ ଫ୍ୟାଶନ ଯେମିତି ତାଙ୍କ କଲେକ୍ସନ ମଧ୍ୟ ସେମିତି । ସବୁବେଳେ ସ୍ମାର୍ଟ ଓ ପର୍ଫେକ୍ଟ ଲୁକରେ ନଜର ଆସନ୍ତି । ହେଲେ ତାଙ୍କର ଦାମୀ ଡ୍ରେସ୍ ଠାରୁ ଦାମୀର କାର କଲେକସନ୍ ଖୁବ୍ ଅଧିକ । ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାରକୁ ଚର୍ଚ୍ଚା ହେଉଛି । ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଦାମୀ କାର ଉପହାର ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଭାଓଲେଟ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର କାର୍ ଉପହାର ଦେଇଛନ୍ତି। ଏହି କାର ବ୍ୟତୀତ ଆଉ ଏକ ବଡ଼ ଉପହାରର ବାକ୍ସ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା । ଉପହାରରେ ମିଳିଥିବା କାରର ମୂଲ୍ୟ ୪.୯୯ କୋଟି ଟଙ୍କା ବୋଲି ରିପୋର୍ଟରୁ ଖବର ମିଳିଛି । ଏହି କାର ସମ୍ପର୍କରେ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋର ଧରିଛି ।
ସୂଚନାଯୋଗ୍ୟ, ଜାହ୍ନବୀ କପୁରଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ଏଥିରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ GLE 250D (୬୭.୧୫ ଲକ୍ଷ ଟଙ୍କା), BMW X5 (୯୫.୯୦ ଲକ୍ଷ ଟଙ୍କା), ମର୍ସିଡିଜ୍ ବେଞ୍ଜ S-କ୍ଲାସ୍ (୧.୬୨ କୋଟି ଟଙ୍କା) ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ତାଙ୍କ କ୍ୟାରିୟରରେ ସଫଳତା ସହିତ ଆଗକୁ ବଢିଚାଲିଛନ୍ତି ।