କେଉଁ ଦେଶର ବିମାନ ପାକିସ୍ତାନୀ ଏୟାରସ୍ପେସ୍‌ର କରେ ବ୍ୟବହାର ? କମ୍‌ ଖର୍ଚ୍ଚ ହୋଇଥାଏ ତେଲ

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୦୫: ଭାରତ-ପାକିସ୍ତାନ ଉତ୍ତେଜନା ପରେ ଉଭୟ ଦେଶ ପରସ୍ପର ପାଇଁ ବନ୍ଦ କରିଛନ୍ତି ବାୟୁସୀମା । ଏଥିପାଇଁ ଭାରତ-ପାକିସ୍ତାନ ଆକାଶସୀମାରେ ବିମାନ ଉଡାଣ ବନ୍ଦ ରହିଛି । ଏହା ବିଦେଶୀ ରୁଟରେ ଉଡ଼ାଣ କରୁଥିବା ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିଛି।  ଏହି କାରଣରୁ ସେମାନଙ୍କୁ ଏକ ବିକଳ୍ପ ମାର୍ଗ ନେବାକୁ ପଡୁଛି ବିମାନ। କିନ୍ତୁ ଜାଣନ୍ତି କି କେଉଁ ଦେଶରୁ ଆସୁଥିବା ଫ୍ଲାଇଟ୍‌ ଭାରତୀୟ ବାୟୁସୀମା ବ୍ୟବହାର କରେ । ଆଉ କେଉଁ ଦେଶ ପାକିସ୍ତାନୀ ବାୟୁସୀମାର କରନ୍ତି ଅଧିକ ବ୍ୟବହାର ।

ଫ୍ଲାଇଟ୍ ଟ୍ରାକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏୟାରସ୍ପେସ୍‌ରୁ ଏୟାର ଫ୍ରାନ୍ସ, ବ୍ରିଟିଶ ଏୟାରୱେଜ୍, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ, ୟୁଏଇର ଏମିରେଟ୍ସ, ଇଟାଲୀର ଆଇଟିଏ, ପୋଲାଣ୍ଡର LOT ଏବଂ ଜର୍ମାନୀର ଲୁଫ୍ଥାନସା ସାମିଲ ରହିଛି ।

ଏହି ଦେଶ ଗୁଡ଼ିକର ବିମାନଗୁଡ଼ିକ ଯିବା ଆସିବା ପାଇଁ ପାକିସ୍ତାନୀ ବାୟୁସୀମାର କରନ୍ତି  ବ୍ୟବହାର । ଏହି କାରଣରୁ ସେମାନଙ୍କୁ କମ୍ ଦୂରତା ଅତିକ୍ରମ କରିବାକୁ ପଡିଥାଏ।

ପହଲଗାମ ଆକ୍ରମଣ ପରେ ଯେତେବେଳେ ଭାରତ ପାକିସ୍ତାନ ପାଇଁ ତାର ବାୟୁସୀମା ବନ୍ଦ କରିଦେଲା, ପାକିସ୍ତାନ ମଧ୍ୟ ବଦଳରେ ତାର ବାୟୁସୀମା ବନ୍ଦ କରିଥିଲା । ତଥାପି ପାକିସ୍ତାନ ବାୟୁସୀମାରେ ଉଡ଼ାଣ ପ୍ରତିବନ୍ଧକ ଯୋଗୁଁ ଭାରତ କ୍ଷତିର ସମ୍ମୁଖୀନ ହେଉଛି ।  ଅନ୍ୟ ଦେଶମାନଙ୍କରେ ପହଞ୍ଚିବା ପାଇଁ ମଧ୍ୟ ଅଧିକ ସମୟ ନେଉଛି। ଅନ୍ୟପକ୍ଷରେ ବିଦେଶୀ ବିମାନ କମ୍ପାନୀଗୁଡ଼ିକ ସ୍ୱେଚ୍ଛାକୃତ ଭାବରେ ପାକିସ୍ତାନର ବାୟୁସୀମା ଭିତରକୁ ଯିବାକୁ ଏଡ଼ାଉଛନ୍ତି। ଉଦାହରଣ ସ୍ୱରୂପ ଲୁଫ୍ଥାନସା ଗ୍ରୁପ୍ ପରବର୍ତ୍ତୀ ଅପଡେଟ୍ ପର୍ଯ୍ୟନ୍ତ ଏହି ରୁଟ୍ର ବ୍ୟବହାର କରୁନାହିଁ। 

ଏହାବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏୟାର ଫ୍ରାନ୍ସ ମଧ୍ୟ ପରବର୍ତ୍ତୀ ଅପଡେଟ୍ ପର୍ଯ୍ୟନ୍ତ ପାକିସ୍ତାନ ବାୟୁସୀମା ଉପରେ ଉଡ଼ାଣ ବନ୍ଦ କରିଦେଇଛି। ସେହିପରି ବ୍ରିଟିଶ ଏୟାରୱେଜ୍, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏବଂ ଏମିରେଟ୍ସ ମଧ୍ୟ ପାକିସ୍ତାନ ବାୟୁସୀମା ଉପରେ ଉଡ଼ାଣକୁ ଏଡ଼ାଉଛନ୍ତି । ସେମାନେ ଅନ୍ୟ ରୁଟ୍ ବ୍ୟବହାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.