ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ ଏହି ସମୟରେ ଗୁରୁତର ରୋଗ ଯୋଗୁଁ ହସ୍ପିଟାଲରେ। ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣର ପୋଷ୍ଟ କରି, ସେ କହିଛନ୍ତି ଯେ, ସରକାର କୌଣସି ପ୍ରକାରରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ, ମୁଁ ବଞ୍ଚେ ବା ନବଞ୍ଚେ , କିନ୍ତୁ ଏକ ସତ କହିବାକୁ ଚାହୁଁଛି। ସେ କହିଛନ୍ତି , ଯଦି ମୋ ପାଖରେ ଆଜି ଧନ ସଂପତ୍ତି ଥାନ୍ତା ତ କୌଣସି ଏକ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା କରାଇ ଥାନ୍ତି।
ସତ୍ୟପାଲ ମଲିକ୍ ନିଜର ପୋଷ୍ଟରେ ଲେଖିଛନ୍ତି, ମୁଁ ଗତ ପାଖାପାଖି ମାସେ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଛି। କିଡନୀ ସମସ୍ୟାରେ ପୀଡ଼ିତ। ଗତକାଲି ସକାଳୁ ମୁଁ ଠିକ୍ ଥିଲି, କିନ୍ତୁ ଆଜି ପୁଣି ଥରେ ମୋତେ ଆଇସିୟୁରେ ସିଫ୍ଟ କରିବାକୁ ପଡ଼ିଲା। ମୋ ସ୍ଥିତି ବହୁତ ଗୁରୁତର ହେବାକୁ ଯାଉଛି। ମୁଁ ରହେ ବା ନରହେ ଏଥିପାଇଁ ନିଜର ଦେଶବାସୀଙ୍କୁ ସତ କହିବାକୁ ଚାହୁଁଛି। ସେ ଆହୁରି ଲେଖିଛନ୍ତି, ଯେବେ ଗଭର୍ଣ୍ଣର ପଦରେ ଥିଲି ତ ଏହି ସମୟରେ ମୋତେ ୧୫୦-୧୫୦ କୋଟି ଟଙ୍କାର ଲାଞ୍ଚ ପ୍ରସ୍ତାବ ଦିଆଯାଇ ଥିଲା। କିନ୍ତୁ ମୋର ରାଜନୀତିକ ଗୁରୁ କୃଷକ ମସିହା ସ୍ୱର୍ଗୀୟ ଚୌଧୁରୀ ଚରଣସିଂହ ଜୀଙ୍କ ପରି ସଚ୍ଚୋଟତାର ସହ କାମ କରୁଥିଲି ଏବଂ କେବେ ବି ମୋର ବିଶ୍ୱାସକୁ ହଲେଇ ପାରି ନ ଥିଲେ। ଯେବେ ମୁଁ ଗଭର୍ଣ୍ଣର ଥିଲି ଏହି ସମୟରେ କୃଷକ ଆନ୍ଦୋଳନ ମଧ୍ୟ ଚଲାଉ ଥିଲି, ମୁଁ ରାଜନୀତିକ ଲୋଭ ଲାଳସା ବିନା ପଦରେ ରହି କୃଷକଙ୍କ ଦାବିକୁ ଉଠାଇଲି। ଏହାପରେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ଜନ୍ତରମନ୍ତରରୁ ନେଇ ଇଣ୍ଡିଆ ଗେଟ୍ ଯାଏ ତାଙ୍କ ପ୍ରତି ଲଢେଇରେ ତାଙ୍କ ସହ ରହିଥିଲି।
ପୁଲୱାମା ହମଲାକୁ ନେଇ ପୂର୍ବତନ ରାଜ୍ୟପାଳ କହିଛନ୍ତି, ପୁଲୱାମା ହମଲାରେ ସହିଦ ବୀର ଯବାନଙ୍କ ମାମଲା ଉଠାଇ ଥିଲି , ଯାହାର ଆଜି ଯାଏ ଏହି ସରକାର କୌଣସି ଯାଞ୍ଚ କଲେ ନାହିଁ। ସରକାର ମୋତେ ସିବିଆଇର ଭୟ ଦେଖାଇ ମିଛ ଚାର୍ଜସିଟ୍ରେ ଫସାଇବାର ବାହାନା ଖୋଜୁଛନ୍ତି। ଯେଉଁ ମାମଲାରେ ମୋତେ ଫସାଇବାକୁ ଚାହାନ୍ତି, ଏହି ଟେଣ୍ଡରକୁ ମୁଁ ନିଜେ ବାତିଲ କରି ଥିଲି, ମୁଁ ନିଜେ ପ୍ରଧାନମନ୍ତ୍ରୀ ଜୀଙ୍କୁ କହିଥିଲି ଏହି ମାମଲାରେ ଦୁର୍ନୀତି ଅଛି ଏବଂ ତାଙ୍କୁ କହିବା ପରେ ମୁଁ ନିଜେ ଏହି ଟେଣ୍ଡରକୁ ବାତିଲି କରି ଥିଲି, ମୋର ସ୍ଥାନାନ୍ତର ପରେ ଅନ୍ୟ କାହାର ଦସ୍ତଖତରେ ଏହି ଟେଣ୍ଡର ହେଲା। ମୁଁ ସରକାରଙ୍କୁ ଓ ସରକାରୀ ଏଜେନ୍ସିକୁ କହିବାକୁ ଚାହୁଁଛି ଯେ, ମୁଁ କୃଷକ ସମାଜରୁ ଆସିଛି, ନାଁ ମୁଁ ଡରିଯିବି ନା ହିଁ ମୁଣ୍ଡ ନୁଆଁଇବି।