ନୂଆଦିଲ୍ଲୀ ୨୮।୦୭; ସାଧାରଣତଃ ଆମ୍ଵା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଦୋସରି , ବାଇଗଣପଲ୍ଲୀ, ଚୌସା, ହାପୁସ୍ ଭଳି ଅନେକ ଭେରାଇଟିର ଆମ୍ଵ ମିଳିଥାଏ । କିନ୍ତୁ ଆପଣ ଲେଙ୍ଗେଡା ଆମ୍ଵ ବିଷୟରେ ଶୁଣିଛନ୍ତି କି ? ନାଁ ଟା ଶୁଣିଲେ ଆପଣଙ୍କୁ ଅଜବ ଲାଗୁଥିବ । ହେଲେ ଏହାର ସ୍ଵାଦ ଖୁବ୍ ବଢିଆ । ତେବେ ଆସନ୍ତୁ ଜାଣିବା ଏହି ଆମ୍ବକୁ ଏପରି ନାମ କାହିଁକି ଦିଆଗଲା?
କୁହାଯାଏ କି ଲେଙ୍ଗେଡା ଆମ୍ଵର କନେକସନ ଉତ୍ତର ପ୍ରଦେଶର ବାରଣାସୀ ସହ ଯୋଡି ହୋଇଛି। ବନାରସରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ରହୁଥିଲେ । ସେ ତାଙ୍କ ଘରର ଅଗଣାରେ ଏକ ଆମ୍ଵ ଗଛ ଲଗାଇଥିଲା। ସେହି ଆମ୍ଵର ସ୍ଵାଦ ଓ ବାସନା ଖୁବ୍ ଭିନ୍ନ ଥିଲା। ଯେତେବେଳେ ଲୋକମାନେ ଏହାର ସ୍ଵାଦ ଛାଖିଥିଲେ ତା’ର ନାମ ଲେଙ୍ଗେଡା ଦେଇଥିଲେ। । ଏହି ଆମ୍ଵର ଚୋପା ପତଳା ଓ ସବୁଜ ରଙ୍ଗର।
ହେଲେ ଏହାର ସ୍ଵାଦ ଯେତିକି ମିଠା ତାଠାରୁ ଅଧିକ ଏହା ବାସନା ଲୋକଙ୍କୁ ପାଗଳ କରିଦିଏ । ଏହି ଆମ୍ଵ ଅନ୍ୟ ଆମ୍ଵ ତୁଳନାରେ ଭିନ୍ନ । କହିବାକୁ ଗଲେ ଲେଙ୍ଗେଡା ଆମ୍ଵର କୌଣସି ବୈଜ୍ଞାନିକ ସଂଯୋଗ ନାହିଁ। ଏହି ଆମ୍ଵଟି ବିଶେଷକରି ଉତ୍ତରପ୍ରଦେଶ -ବିହାର ବ୍ୟତୀତ ଉତ୍ତରାଖଣ୍ଡରେ ମିଳିଥାଏ ।