ଭୁବନେଶ୍ଵର: ଶିକ୍ଷା ଅନୁସନ୍ଧାନ ଆୟୋଜନ କରୁଛି ତୃତୀୟ IEEE କାର୍ଯ୍ୟକ୍ରମ । ADVANCE IN POWER,SIGNAL AND INFORMATION TECHNOLOGY ବା ଶକ୍ତି, ସଙ୍କେତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ବିଷୟ ବସ୍ତୁକୁ ନେଇ "APSIT 2025" ଆଲୋଚନା ଚକ୍ର ଆରମ୍ଭ ହୋଇଛି । ଯାହାକି ୨୩ ରୁ ୨୫ ତାରିଖ ୩ ଦିନ ଯାଏଁ ITER ବଂଶୁରୀ ହଲ୍ରେ ଆୟୋଜିତ ହେଉଛି ।
କେବେ ସୁଧୁରିବ ଓଡ଼ିଶାରେ ବିଜୁଳି ସମସ୍ୟା ! ଆଗାମୀ ୧୦ ବର୍ଷରେ କେଉଁ କେଉଁ ସମସ୍ୟା ଦେଖା ଦେବ ? ସମାଧାନ ପାଇଁ କଣ ରହିଛି ବାଟ ! ଏ ସମସ୍ତ ଦିଗ ଉପରେ ଆଲୋଚନା ପାଇଁ ଶିକ୍ଷା ଓ ଅନୁସନ୍ଧାନ ଆରମ୍ଭ କରିଛି ନୂଆ ପ୍ରୟାସ । IEEE ବିଭାଗ ଆୟୋଜନ କରୁଛି ୩ ୟ ଆନ୍ତର୍ଜାତୀୟ ସମ୍ମିଳନୀ APSIT 2025" । ୩ ଦିନିଆ ସମ୍ମିଳନୀରେ ଶକ୍ତି, ସଙ୍କେତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ବିଷୟ ବସ୍ତୁକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଛି । ମୁଖ୍ୟ ସମସ୍ୟା ଏବେବି ଓଡ଼ିଶାରେ ପ୍ରବଳ ବର୍ଷା ଓ ଗରମ ସତ୍ତ୍ବେ ଘରେ ଘରେ ବିଜୁଳି ପହଞ୍ଚି ପାରିନି। ଯାହାର ମୁଖ୍ୟ କାରଣ ହେଲା ହାଇଡ୍ରୋ ପାଓ୍ଵାର ପ୍ରୋଜେକ୍ଟ ସର୍ବାଧିକ ଦକ୍ଷତାରେ କାର୍ଯ୍ୟ କରୁନି ।
ଅନ୍ୟପଟେ ଥର୍ମାଲ ପାଓ୍ଵାର ପ୍ରୋଜେକ୍ଟକୁ ଆମେ ସର୍ବାଧିକ ଦକ୍ଷତାର କାର୍ଯ୍ୟ କରାଇ ପାରିବା ନାହିଁ। ଏଥିପାଇଁ ଓଡ଼ିଶାକୁ ସୋଲାର ଶକ୍ତି ଏବଂ ପବନ ଶକ୍ତି ପହଞ୍ଚାଇବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି ସଭିଏଁ । କେଉଁ ନୂତନ ଟେକ୍ନୋଲୋଜି ମାଧ୍ୟମରେ ରାଜ୍ୟର ଲୋକଙ୍କୁ ବିଜୁଳି ମିଳି ପାରିବ ସେନେଇ ଶିକ୍ଷା ଓ ଅନୁସନ୍ଧାନ ନୂତନ ରିସର୍ଚ୍ଚ ପଦକ୍ଷେପ ନେଇଛି । ଯେଉଁଥିରେ ଭିସି, ଫାକଲ୍ଟି ଏବଂ ଏକ୍ସପର୍ଟକୁ ଏକାଠି କରିଛି ସୋଆ ।
ସୋଲାରରେ ବ୍ୟାଟ୍ରରି ଟେକ୍ନୋଲୋଜି ହେଉ ଅବା ଷ୍ଟୋରେଜ ଟେକ୍ନୋଲୋଜି ଏହାକୁ ବ୍ୟବହାର କରି କିଭଳି ଅନେକ ସମସ୍ୟାକୁ ଦୂର କରି ହେବ ସେନେଇ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ସୋଆ ଭିସି । କେବଳ ଶିକ୍ଷା ଓ ସ୍ବାସ୍ଥ୍ୟ ନୁହେଁ ବରଂ ଅନେକ ଆନ୍ତର୍ଜାତୀୟ କନଫରେନ୍ସ ଆୟୋଜନ କରି ମୌଳିକ ସମସ୍ୟାର ସମାଧାନ ପାଇଁ ଭାଗୀଦାର ହେଉଛି ଶିକ୍ଷା ଓ ଅନୁସନ୍ଧାନ ।
ମାନବଜାତି ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟର ବାହାରର ୩ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସାମିଲ୍ ହୋଇଛନ୍ତି । ଯେଉଁମାନେ ଶକ୍ତି, ସଙ୍କେତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ଆଉ କଣ ନୂତନତ୍ବ ସାମିଲ୍ କରାଯାଇ ବିଭିନ୍ନ ସମସ୍ୟାକୁ ସୁଧାରି ହେବ ସେନେଇ ନିଜର ମତ ରଖିଛନ୍ତି।
କନଫରେନ୍ସର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଏନ୍.ପି ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ. ଏସ. ଆର୍ ସାମନ୍ତରାୟ, ଏମ. କେ ବଡ଼ପଣ୍ଡାଙ୍କ ସମେତ ସୋଆ ଭିସି ଉପସ୍ଥିତ ଥିଲେ। ଏଥିସହ ପ୍ରଫେସର ଡ. ଏସ. କେ ମେହେର, ଆଇଟିଆର ଡିନ ପି. ମିଶ୍ର, ଅର୍ଗାନାଇଜିଂ ଚେୟାର,ପ୍ରଫେସର ଡ. ମନୋହର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।