ନୂଆଦିଲ୍ଲୀ : ଇରାନ ପରମାଣୁ ବୋମା ତିଆରି କରୁଥିବା ଅଭିଯୋଗ କରି ଇସ୍ରାଏଲ ତା ଉପରେ ଆକ୍ରମଣ କରି ଦେଇଛି। ଇସ୍ରାଏଲର କହିବାନୁସାରେ ,ସେ ଇରାନକୁ କୌଣସି ବି ସ୍ଥିତିରେ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବ ନାହିଁ। ଇସ୍ରାଏଲର ଏହି ଭୟରେ ଆମେରିକା ମଧ୍ୟ ଏହାସହ ରହିବାର ଦେଖିବାକୁ ମିଳୁଛି। ଇରାନକୁ ନେଇ ଇସ୍ରାଏଲର ଏହି ଭୟ ନୂଆ ନୁହେଁ। ଇସ୍ରାଏଲ ଏହା ପୂର୍ବରୁ ମଧ୍ୟ ଇରାନ ଉପରେ ଏମିତି ଅଭିଯୋଗ ଲଗାଇ ସାରିଛି। କିନ୍ତୁ ତା ପାଖରେ ଦୁନିଆକୁ ଦେଖାଇବା ପାଇଁ ଅଧିକ କିଛି ପ୍ରମାଣ ନଥିଲା। ଇରାନ ଲଗାତାର ଏହି ଅଭିଯୋଗ ଗୁଡ଼ିକୁ ଭିତ୍ତିହୀନ କହି ଆସୁଛି। କିନ୍ତୁ ୨୦୧୮ ମସିବାରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏକ ଅପରେସନ ମାଧ୍ୟମରେ କିଛି ଏମିତି କରିଛି ଯେ, ନେତନ୍ୟାହୁ ମଞ୍ଚରେ ଠିଆ ହୋଇ ଦୁନିଆ ସାମ୍ନାରେ ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମର ବ୍ଲୁ ପ୍ରିଣ୍ଟ ରଖିଛନ୍ତି।
ଏହି କାହାଣୀର ଆରମ୍ଭ ୨୦୧୫ରେ ଆମେରିକୀୟ ଓବାମା ପ୍ରଶାସନ ଦ୍ୱାରା ଇରାନ ସହ କରାଯାଇ ଥିବା ଏକ ମିଳିତ ବ୍ୟାପକ କାର୍ଯ୍ୟ ଯୋଜନା ଚୁକ୍ତି ମାଧ୍ୟମରେ ହୋଇଥିଲା। ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଏହି ଚୁକ୍ତି ପରେ ଅନ୍ତରାଷ୍ଟ୍ରୀୟ ପରମାଣୁ ଏଜେନ୍ସିକୁ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ଥାନ ଗସ୍ତ କରିବାର ଅଧିକାର ମିଳିଥିଲା। ରିପୋର୍ଟସ ମୁତାବିକ୍ ଇରାନୀମାନେ ନିଜର ପରମାଣୁ ଅସ୍ତ୍ର ସହ ଜଡ଼ିତ କାଗଜପତ୍ର ଓ ଅନେକ ବ୍ଲୁ ପ୍ରିଣ୍ଟ ଶୋରାବାଦ ନାମକ ଏକ ସ୍ଥାନରେ ୩୨ ଟି ବାକ୍ସରେ ଭରି ରଖିଛନ୍ତି । ଏହି ସ୍ଥାନ ରାଜଧାନୀ ତେହରାନ ଠାରୁ କେବଳ ୨୩ କିଲୋମିଟର ଦୂରାରେ ଥିଲା। ଲୋକଙ୍କ ଓ ଆଉ କୌଣସି ଦେଶର ସୁରକ୍ଷା ଏଜେନ୍ସିଙ୍କର ଧ୍ୟାନ ଆକର୍ଷଣ ନହେଉ ଏଥିପାଇଁ ସେଠାରେ ଅଧିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା।
ଇରାନ ପ୍ରଶାସନ ଏହି ପ୍ରୋଗ୍ରାମକୁ ଖୁବ୍ ଗୋପନୀୟ ରଖିବାକୁ ଚେଷ୍ଟା କରିଥିଲା ,କିନ୍ତୁ କୌଣସି ଉପାୟରେ ମୋସାଦକୁ ଏହି ସୂଚନା ମିଳି ଯାଇଥିଲା। ତତ୍କାଳୀନ ମୋସାଦ ନିର୍ଦ୍ଦେଶକ ଯୋସି କୋହେନ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକାଠି ଇରାନର ନ୍ୟୁକ୍ଲିୟର ପ୍ରୋଜେକ୍ଟ ବିଷୟରେ ତଥ୍ୟ ଏକତ୍ର କରିବାର ମିଶନ ଆରମ୍ଭ କରି ଦେଇଥିଲେ। ମୋସାଦର ଏଜେଣ୍ଟଙ୍କ ଏକ ଛୋଟିଆ ଟିମ୍କୁ ଏହି ସୂଚନା ଦିଆ ଯାଇଥିଲା। ମାସ ମାସର ପ୍ରୟାସ ଓ ରିସର୍ଚ୍ଚ ପରେ ସେମାନେ ୩୧ ଅକ୍ଟୋବର ୨୦୧୮ର ତାରିଖକୁ ମିଶନ ପାଇଁ ବାଛି ଥିଲେ। ଏଜେଣ୍ଟ୍ସର ଟିମ୍ ସେଠାରେ ପହଞ୍ଚି ଥିଲା। ତାଙ୍କ ପାଖରେ ଏହି ମିଶନକୁ ପୂରା କରିବା ପାଇଁ ୬ଘଣ୍ଟା ୨୯ ମିନିଟ୍ର ମୋଟ ସମୟ ଥିଲା। ଏହି ସମୟରେ ସେ ବାକ୍ସ( ସେଫ୍ସ) ଗୁଡ଼ିକୁ ତରଳାଇ ୫୦,୦୦୦ ହଜାର ପୃଷ୍ଠାର ଫାଇଲ ଓ ୧୬୩ଟି ସିଡି ଚୋରାଇ ନେଇଥିଲେ , ଏହି ସବୁରେ ଇରାନର ପରମାଣୁ କାର୍ଯ୍ୟକ୍ରମ ସଂପର୍କିତ ବ୍ଲୁ ପ୍ରିଣ୍ଟ,ଫଟୋ , ଟେକ୍ନୋଲଜି ଓ ପୂରା କାର୍ଯ୍ୟକ୍ରମର ରୂପରେଖ ଥିଲା।
କମ୍ ସମୟ କାରଣରୁ ଏଜେଣ୍ଟମାନେ ସବୁ ବାକ୍ସକୁ (ସେଫ୍ସ) ଖୋଲିବାରେ ସଫଳ ହୋଇ ପାରି ନଥିଲେ , କିନ୍ତୁ ଯେତିକି ବି ସେମାନେ ଖୋଲିଥିଲେ , ସେଥିରୁ ଅନେକ ତଥ୍ୟ ସେମାନଙ୍କ ହାତରେ ଲାଗିଥିଲା। ନିଜର ଆବଶ୍ୟକତା ସହ ଜଡ଼ିତ ଜିନିଷ ସେଠାରୁ ଉଠାଇ ଇସ୍ରାଏଲୀୟ ଏଜେଣ୍ଟ ମାନେ ତୁରନ୍ତ ସେଠାରୁ ବାହାରି ଯାଇ ଥିଲେ। ଯେତେବେଳେ ଇରାନୀ ପ୍ରଶାସନକୁ ଏହି କଥାର ସୂଚନା ମିଳିଲା , ସେତେବେଳକୁ ଖୁବ୍ ବିଳମ୍ୱ ହୋଇ ସାରିଥିଲା।
ଉକ୍ତ ଘଟଣାର ଠିକ୍ ତିନି ମାସ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କଳା ଫୋଲଡରର ଫାଇଲ ଓ ଡିସ୍କରୁ ଦୁନିଆକୁ ଦେଖାଇ ଇସ୍ରାଏଲ ଉପରେ ମିଛ କହିବାର ଅଭିଯୋଗ ଲଗାଇ ଥିଲେ। ଏହି ଖୁଲାସା ପରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଇରାନ ସହ ନିଜର ୨୦୧୫ର ଚୁକ୍ତିରୁ ବାହାରିବାକୁ ନିଷ୍ପତ୍ତି ନେଲେ।