ଟି-୨୦ ପାଇଁ ଓ୍ଵେଷ୍ଟଇଣ୍ଡିଜ ଦଳ ଘୋଷିତ, ବିସ୍ଫୋରକ ବ୍ୟାଟରରେ ଭର୍ତ୍ତି ସାଇ ହୋପଙ୍କ ଟିମ୍

NEWS7
when-is-mahashtami-and-navami-of-chaitra-navratri

ନୂଆଦିଲ୍ଲୀ: କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜ ଆଗାମୀ ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ଦଳ ଘୋଷଣା କରିଛି। ଘୋଷିତ ୧୫ ଜଣିଆ ଦଳରେ ଅନୁଭବୀ ଓ୍ଵିକେଟ୍ କିପର ବ୍ୟାଟର ସାଇ ହୋପଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ସାଇ ହୋପଙ୍କ ଏହି ଟିମରେ ଯୁବ ଓ ଅନୁଭବୀ ଖେଳାଳିଙ୍କ ଉତ୍ତମ ମିଶ୍ରଣ ଦେଖିବାକୁ ମିଳିଛି।

ଓ୍ଵେଷ୍ଟଇଣ୍ଡିଜର ଏହି ଦଳରେ ବିସ୍ଫୋରକ ବ୍ୟାଟର ଓ ମ୍ୟାଚ୍ ବିଜେତା ଅଲରାଉଣ୍ଡର ଭର୍ତ୍ତି ହୋଇ ରହିଛନ୍ତି। ବ୍ୟାଟିଂ କ୍ରମକୁ ମଜବୁତ କରିବା ପାଇଁ ଦଳରେ ସିମରନ ହେଟମାୟର, ବ୍ରେଣ୍ଡନ କିଙ୍ଗ ଓ ଜନସନ ଚାର୍ଲ୍ସଙ୍କ ପରି ଅନୁଭଭୀ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଏହା ସହିତ ଟି-୨୦ ଫର୍ମାଟ୍ ପାଇଁ ମାହିର ରୋଭମ୍ୟାନ ପାଓ୍ଵେଲ ଓ ଶରଫେନ ରୋଦରଫୋର୍ଡଙ୍କୁ ସୁଯୋଗ ଦିଆଯାଇଛି। ଦଳରେ ଜାସନ ହୋଲଡର, ରୋଷ୍ଟନ ଚେଜ୍ ଓ ରୋମାରିଓ ଶେଫର୍ଡଙ୍କ ରୂପେ ବିଶ୍ଵସ୍ତରୀୟ ଅଲରାଉଣ୍ଡର ରହିଛନ୍ତି। ମାଥ୍ୟୁ ଫୋର୍ଡଙ୍କ ଉପସ୍ଥିତି ବ୍ୟାଟିଂ କ୍ରମକୁ ଆହୁରି ଗଭୀର କରିଛି।

ବୋଲିଂ ବିଭାଗରେ ଓ୍ଵେଷ୍ଟଇଣ୍ଡିଜ ବିବିଧତା ଏବଂ ଗତି ଉପରେ ବିଶେଷ ଧ୍ୟାନ ଦେଇଛି। ଦ୍ରୁତ ବୋଲିଂରେ ଶରମ ଯୋଶେଫ ଓ ଜେଡନ ସିଲ୍ସଙ୍କ ପରି ଯୁବ ବୋଲରଙ୍କୁ ଟି-୨୦ ବିଶ୍ଵକପରେ ସ୍ଥାନ ମିଳିଛି। ସ୍ପିନ ବିଭାଗରେ ଅକିଲ ହୁସେନ ଓ ଗୁଡାକେଶ ମୋତିଙ୍କ ଯୋଡ଼ିଙ୍କୁ ସୁଯୋଗ ମିଳିଛି। ଏହା ବାଦ୍ କ୍ଵେଣ୍ଟିନ ସ୍ୟାମ୍ପସନଙ୍କୁ ମଧ୍ୟ ୧୫ ଜଣିଆ ଦଳରେ ସାମିଲ୍ କରାଯାଇଛି। ସେ ବୋଲିଂରେ ଦଳକୁ ଭଲ ବିକଳ୍ପ ପ୍ରଦାନ କରିବେ।

ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ବାଂଲାଦେଶର ପୂରା ଦଳ

ସାଇ ହୋପ(ଅଧିନାୟକ), ସିମରନ ହେଟମାୟର, ଜନସନ ଚାର୍ଲ୍ସ, ରୋଷ୍ଟନ ଚେଜ୍, ମାଥ୍ୟୁ ଫୋର୍ଡ, ଜାସନ ହୋଲଡର, ଅକିଲ ହୁସେନ, ଶମର ଯୋଶେଫ, ବ୍ରେଣ୍ଡନ କିଙ୍ଗ, ଗୁଡାକେଶ ମୋତି, ରୋଭମ୍ୟାନ ପାଓ୍ଵେଲ, ଶରପେନ ରଦରଫୋର୍ଡ, କ୍ଵେଣ୍ଟିନ ସ୍ୟାମ୍ପସନ, ଜେଡନ ସିଲ୍ସ ଓ ରୋମାରିଓ ସେଫର୍ଡ।