ପ୍ରଥମେ ଆପଣ ଖାଆନ୍ତୁ ... ; ରାକ୍ଷୀ ବାନ୍ଧିବାକୁ ଆସିଥିବା କୁନି ଝିଅର ଜିଦିରେ ସିଏମ ଯୋଗୀ ଖାଇଲେ ମିଠେଇ

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟତଃ ପିଲାମାନଙ୍କ ସହ ମଜା କରିବା ଓ ସେମାନଙ୍କୁ ଚକୋଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ ବାଣ୍ଟୁ ଥିବାର ଦେଖାଯାଏ। ଗତ ଦିନରେ ଜଣେ କୁନି ଝିଅର ଅନୁରୋଧ ପରେ ସ୍କୁଲରେ ଆଡମିଶନ ମାମଲା ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଯୋଗୀଙ୍କ ନିର୍ଦ୍ଦେଶରେ ଝିଅକୁ ଏକ ବଡ଼ ଘରୋଇ ସ୍କୁଲରେ ଆଡମିସନ ମିଳିଥିଲା। ଶୁକ୍ରବାର ଲକ୍ଷ୍ନୌରେ ଆୟୋଜିତ ଏକ ସମାରୋହ ବେଳେ ସିଏମ୍ ଯୋଗୀଙ୍କ ସେହି ରୂପ ଦେଖୁବାକୁ ମିଳିଛି। କୁନି ଝିଅଟିର ଗୋଟିଏ ଜିଦି ଆଗରେ ସିଏମ୍‌ ଯୋଗୀଙ୍କୁ ବାଧ୍ୟ ହେବାକୁ ପଡ଼ିଥିଲା। ଜଣେ କୁନି ଝିଅ ଯୋଗୀଙ୍କୁ ମିଠେଇ ଖାଇବାକୁ ବାଧ୍ୟ କରି ଦେଇ ଥିଲେ।

ଝିଅଟି ସିଏମ୍‌ ଯୋଗୀଙ୍କୁ ରାକ୍ଷୀ ବାନ୍ଧିବାକୁ ଆସି ଥିଲେ। ରାକ୍ଷୀ ସହ ମିଠେଇ ମଧ୍ୟ ନେଇ ଆସି ଥିଲେ। ରାକ୍ଷୀ ବାନ୍ଧିବା ପରେ ସିଏ ଯୋଗୀ ଝିଅକୁ ମିଠେଇ ଖୁଆଇବାକୁ ଚେଷ୍ଟା କରୁଥିବା ବେଳେ କୁନି ଝିଅଟି କହି ଦେଇଥିଲା ଆପଣ ପ୍ରଥମେ ଖାଆନ୍ତୁ। ଏହାପରେ ସିଏମ ଯୋଗୀ ପ୍ରଥମେ ହସି ଥିଲେ ଏବଂ ଝିଅଟିକୁ ମିଠେଇ ଖୁଆଇବାକୁ ଚେଷ୍ଟା କରି ଥିଲେ। ହେଲେ ସେହି କୁନି ଝିଅଟି ମାନି ନଥିଲା। ମିଠେଇ ଖାଇ ନଥିଲା। କହିଲା ପ୍ରଥମେ ଆପଣ ଖାଆନ୍ତୁ। କୁନି ପିଲାଟିର ଜିଦି ଆଗରେ ହାର ମାନିଗଲେ ଯୋଗୀ , ତାର ଇଚ୍ଛା ପୂରଣ ପୂର୍ବକ ମିଠେଇ ଖାଇ ତାକୁ ଖୁସି କରାଇ ଥିଲେ। ସିଏମ୍ ଯୋଗୀ ଏହି ସମୟରେ କୁନି କୁନି ଝିଅ ମାନଙ୍କୁ ଚକୋଲେଟର ପ୍ୟାକେଟ୍‌ ଓ ଟଙ୍କା ମଧ୍ୟ ଦେଇ ଥିଲେ।

ସିଏମ୍ ଯୋଗୀ କାକୋରି ଆକ୍ସନ ଶତାବ୍ଦୀ ସମାପନ ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ସହ ସେଠାରେ ପହଞ୍ଚି ଥିଲେ। ଏହି ସମୟରେ ଯୋଗୀ ପୁଣି ଥରେ ଲୋକଙ୍କୁ ବିଦେଶୀ ବଦଳରେ ସ୍ୱଦେଶୀ ଜିନିଷ କିଣିବାକୁ ଅପିଲ କରି ଥିଲେ। କହିଥିଲେ ଯେ, ବିଦେଶୀ ବସ୍ତୁ କିଣିଲେ ଟଙ୍କା ଆତଙ୍କବାଦ ଓ ନକ୍ସଲବାଦକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର ହେବ। ସିଏମ ଯୋଗୀ କହିଛନ୍ତି ଯେ , ଆଗାମୀ ରକ୍ଷା ବନ୍ଧନ , ଜନ୍ମଷ୍ଟମୀ , ଦିପାବଳୀ  ଓ ଅନ୍ୟ ଉତ୍ସବର ଅବସରରେ କେବଳ ସ୍ୱଦେଶୀ ଜିନିଷ ହିଁ କିଣନ୍ତୁ। ଏହା ମଧ୍ୟ କହିଛନ୍ତି ଯେ, ସ୍ୱଦେଶୀ ଜିନିଷ ମହଙ୍ଗା ହେଉପଛେ ,ଏହାକୁ କିଣିଲେ ଦେଶର ଅର୍ଥବ୍ୟବସ୍ଥା ମଜବୁତ ହେବ ଏବଂ କାରିଗରଙ୍କୁ ସାହାଯ୍ୟ ମିଳିବ।


କହିଛନ୍ତି କି, ଏହା ଆମର ସହିଦ ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ସୁଯୋଗ। ୧୫ ଅଗଷ୍ଟରେ ପ୍ରତି ଘରେ ତିରଙ୍ଗା ପତାକା ହେବା ଉଚିତ। ଆମକୁ ବଳିଦାନ ପ୍ରତି କୃତଜ୍ଞ ରହିବା ସହ ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଗ୍ରହଣ କର ଆନ୍ଦୋଳନକୁ ମଧ୍ୟ ଆଗକୁ ବଢାଇବାର ଅଛି। ମହାତ୍ମା ଗାନ୍ଧୀ ଯେଉଁ ମନ୍ତ୍ର ଦେଇଛନ୍ତି , ତା ଉପରେ ଆମକୁ ଚାଲି କେବଳ ସ୍ୱଦେଶୀ ଗ୍ରହଣ କରିବାକୁ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.