ପ୍ରେମ ସଂପର୍କରୁ ଫୁଟିଥିଲା ଗୁଳି, ଏବେ ପ୍ରେମିକକୁ ବାନ୍ଧିଲା ପୋଲିସ...ବଡ଼ଭାଇ ଫେରାର

NEWS7
when-baba-vanga-predicted-donald-trumps-life-would-be-in-danger

ମୋହନା ୦୭।୦୧ : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସଂପର୍କରେ ଗୁଳିକାଣ୍ଡ ଘଟଣା । ପୋଲିସ ଅଭିଯୁକ୍ତ ପ୍ରେମିକ ଲାଜାର ପ୍ରଧାନଙ୍କୁ ଗିରଫ କରିବା ସହ ତା ନିକଟରୁ ଏକ ମାଉଜର ଜବତ କରିଛି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ଛାନ୍ଭିନ୍ କରୁଛି ।

ଖବର ଅନୁଯାୟୀ, ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସଂପର୍କକୁ ନେଇ ଗୁଳିକାଣ୍ଡ ହୋଇଥିଲା । ଅଭିଯୁକ୍ତ ପ୍ରେମିକା ଲାଜାର ପ୍ରଧାନ ଓ ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଝିଅର ସଂପର୍କୀୟ ଭାଇ ଅନିଲ କରାଡ଼ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ଘଟଣାର ଛାନ୍ଭିନ୍ ଆରମ୍ଭ କରିଥିଲା ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ୨ଟି ଖୋକା ଜବତ କରିଛି । ଏହାସହିତ ଘଟଣାରେ ଅଧିକ ଛାନ୍ଭିନ୍ ଜାରି ରଖିଛି । ସେପଟେ ପୋଲିସ ଘଟଣାରେ ତଦନ୍ତ କରି ଅଭିଯୁକ୍ତ ଲାଜାର ପ୍ରଧାନକୁ ଗିରଫ କରିଥିବା ବେଳେ ବଡ଼ଭାଇ ସନ୍ତୋଷ ପ୍ରଧାନ ଫେରାର ଅଛନ୍ତି । ଅଭିଯୁକ୍ତ ଲାଜାର ପ୍ରଧାନ ନିକଟରୁ ଏକ ମାଉଜର ମଧ୍ୟ ଜବତ ହୋଇଛି। ଲାଜାର ଏହି ମାଉଜରକୁ ୧୫ ହଜାର ଟଙ୍କାରେ ରାଜ୍ୟ ବାହାରୁ କିଣିଥିବା ପୋଲିସ ଆଗରେ ସ୍ୱୀକାର କରିଛି।