LIVE TV

କଲେଜ ଯାଉଥିବା ଡିୟୁର ଛାତ୍ରୀଙ୍କୁ ଏସିଡ୍‌ ଆଟାକ୍‌ , ୩ ଯୁବକ ଆକ୍ରମଣ କରି ଫେରାର

NEWS7
when-1st-time-gandhi-ji-photo-printed-in-indian-currency

ନୂଆଦିଲ୍ଲୀ : ଦିଲ୍ଲୀ ୟୁନିଭର୍ସିଟିର ଜଣେ ଛାତ୍ରୀଙ୍କ ଉପରେ ଏସିଡ୍‌ ଆଟାକ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ପୀଡ଼ିତା ଉତ୍ତର-ପଶ୍ଚିମ ଦିଲ୍ଲୀ ସ୍ଥିତ ଲକ୍ଷ୍ମୀବାଇ କଲେଜ୍‌ର ଛାତ୍ରୀ ଥିବା କୁହାଯାଉଛି। ଘଟଣା ସକାଳ ସମୟ ପାଖାପାଖି ୧୦ଟାର , ଯେଉଁଠି କଲେଜ ପରିସର ଠାରୁ କିଛି ହିଁ ଦୂରରେ ପୀଡ଼ିତାଙ୍କ ଉପରେ ଏସିଡ୍‌ ଫିଙ୍ଗା ଯାଇଥିଲା।

ପୀଡିତାଙ୍କ କହିବା ଅନୁସାରେ, ସେ ରବିବାର ସକାଳେ ଏକ୍ସଟ୍ରା କ୍ଲାସ ପାଇଁ କଲେଜ ଯାଇଥିଲେ। ଜଣେ ବ୍ୟକ୍ତି ତାଙ୍କ ବନ୍ଧୁମାନଙ୍କ ସହ ସେଠାକୁ ଆସିଲେ ଏବଂ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ସେ ତାଙ୍କ ମୁହଁକୁ ଢାଙ୍କିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଦୁଇ ହାତରେ ଆଘାତ ଲାଗିଥିଲା।

ପୀଡିତା ଘଟଣା ବିଷୟରେ କହିଛନ୍ତି ଯେ, ସେ ଦ୍ଵିତୀୟ ବର୍ଷର ଛାତ୍ରୀ ଏବଂ ଅଶୋକ ବିହାରର ଲକ୍ଷ୍ମୀବାଇ କଲେଜକୁ ଏକ୍ସଟ୍ରା କ୍ଲାସ ପାଇଁ ଯାଇ ଥିଲେ । ସେତେବେଳେ ତାଙ୍କ ପରିଚିତ ମୁକୁନ୍ଦପୁରର ବାସିନ୍ଦା ଜିତେନ୍ଦ୍ର ତାଙ୍କ ବନ୍ଧୁ ଇଶାନ ଅରମାନଙ୍କ ସହ ଏକ ମୋଟରସାଇକେଲରେ ଆସିଲେ। ଅଭିଯୋଗ ଅନୁସାରେ, ଅରମାନକୁ ଏକ ବୋତଲ ଦେଇଥିଲେ ଶାନ, ଯିଏ ତାଙ୍କ( ପୀଡ଼ିତା) ଉପରେ ଏସିଡ୍ ଫିଙ୍ଗିଥିଲେ। ପୀଡିତା ତାଙ୍କ ମୁହଁକୁ ଢାଙ୍କିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଦୁଇ ହାତରେ ଆଘାତ ଲାଗିଥିଲା।ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୀଡିତା ଆହୁରି କହିଛନ୍ତି ଯେ, ଜିତେନ୍ଦ୍ର ତାଙ୍କ ପିଛା କରୁଥିଲେ ଏବଂ ପ୍ରାୟ ମାସେ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇ ଥିଲା।

କ୍ରାଇମ୍‌ ଟିମ୍‌ ଏବଂ FSL ଟିମ୍‌ ଘଟଣାସ୍ଥଳଯାଞ୍ଚ କରିଛନ୍ତି। ପୀଡିତାଙ୍କ ବୟାନ ଆଘାତ ଆଧାରରେ, ଭାରତୀୟ ଦଣ୍ଡ ସଂହିତାର ସମ୍ୱନ୍ଧିତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।