ଫେବୃଆରୀ ୧୦ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
wheat-exports-to-remain-closed-till-prices-fall-in-domestic-market-and-supply-increases-fci-chief

ମେଷ- ଦିନଟି ସାମାନ୍ୟ କଷ୍ଟକର ରହିପାରେ। ମୂଲ୍ୟବାନ ଦ୍ରବ୍ୟ ହଜିଯିବା ବା ଚୋରି ଭୟ ରହିଛି। ମାନସିକ ଦୁଶ୍ଚିନ୍ତା ଯୋଗୁ ରାତିରେ ଅନିଦ୍ରା ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଏକାଗ୍ରତା ରଖିବାକୁ ସଂଘର୍ଷ କରିବେ। ନିଜର ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ।

ବୃଷ- ଦିନଟି ପ୍ରେମମୟ ରହିବ ଏବଂ ଦାମ୍ପତ୍ୟ ଜୀବନରେ ପ୍ରୀତି ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ ଏବଂ ସେମାନଙ୍କର ପରିଶ୍ରମର ମୂଲ୍ୟ ମିଳିବ। ବନ୍ଧୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବା ସହ ମନ ପ୍ରସନ୍ନ ରହିବ।

ମିଥୁନ- ପତ୍ନୀଙ୍କ ସହଯୋଗରେ ଆଗକୁ ବଢ଼ିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉଦର ପୀଡ଼ା ବା ପେଟ ଜନିତ ସମସ୍ୟା ଦେଇ ଗତି କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ବିଷୟ ଶିଖିବାରେ ଆଗ୍ରହ ଦେଖାଇବେ। ଖାଦ୍ୟପେୟରେ ସଂଯମତା ରକ୍ଷା କରନ୍ତୁ।

କର୍କଟ- ସାମାଜିକ ସ୍ତରରେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ କୌଣସି କଥାକୁ ନେଇ ଅପବାଦ ମିଳିବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ା ପ୍ରତି ଅନାଗ୍ରହ ଦେଖାଇ ପାରନ୍ତି। କାହାରି ସହ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ- ଆର୍ଥିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ ଏବଂ ହଠାତ୍ ଅର୍ଥ ଲାଭ ହେବାର ଯୋଗ ଅଛି। ଏହି ରାଶିର ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବା ଉଚିତ୍। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳାଫଳ ପାଇବେ। ଆପଣଙ୍କର ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ।

କନ୍ୟା- କୌଣସି ଆତ୍ମୀୟଙ୍କ ଠାରୁ ଖୁସି ଖବର ମିଳିପାରେ ଯାହା ମନକୁ ଶାନ୍ତି ଦେବ।ଏହି ରାଶିର ମହିଳାମାନଙ୍କୁ ଆଜି ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ପୂରଣ କରିବା ଦିଗରେ ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା- ଚନ୍ଦ୍ରଙ୍କ ସ୍ଥିତି ଯୋଗୁ କୌଣସି ପୈତୃକ ବା ସ୍ଥାବର ସମ୍ପତ୍ତି ଲାଭ ହେବାର ସୁଯୋଗ ମିଳିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଉଲ୍ଲେଖନୀୟ ଉନ୍ନତି କରିବେ। ବ୍ୟବସାୟିକ କ୍ଷେତ୍ରରେ ନୂତନ ନିବେଶ ପାଇଁ ଦିନଟି ବହୁତ ଶୁଭ ଅଟେ।

ବିଛା- ନିଜ ରାଶିରେ ଚନ୍ଦ୍ର ଥିବାରୁ ମନ ପ୍ରଫୁଲ୍ଲ ରହିବ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବିପଦ ବା ବାଧା ଆସିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

ଧନୁ- ଆର୍ଥିକ ଦିଗଟି ମଜଭତ ରହିବ ଏବଂ ବିଭିନ୍ନ ମାର୍ଗରୁ ଧନ ଲାଭ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ସୁଯୋଗ ପାଇପାରନ୍ତି। ପରିବାରରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ ଏବଂ ଦିନଟି ଶାନ୍ତିରେ କଟିବ।

ମକର- ଘାତବାର ରହିଛି, ତେଣୁ ଯାନବାହନ ଚଳାଚଳ ଓ କାର୍ଯ୍ୟ କ୍ଷେତ୍ରରେ ବିଶେଷ ସତର୍କ ରୁହନ୍ତୁ। ଏହି ରାଶିର ମହିଳାମାନେ ସତର୍କ ରହିବା ଆବଶ୍ୟକ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ସାମାନ୍ୟ ଫଳ ପାଇବେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

କୁମ୍ଭ- ଏକ ଅତ୍ୟନ୍ତ ଖୁସିର ଦିନ ହେବ ଏବଂ ଚତୁର୍ଦ୍ଦିଗରୁ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଆନନ୍ଦ ଅନୁଭବ କରିବେ ଏବଂ ନୂତନ ଜ୍ଞାନ ପାଇବେ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଯିବ।

ମୀନ- କର୍ମରେ ଖୁସି ବା କାର୍ଯ୍ୟକ୍ଷେତ୍ରରେ ସଫଳତା ଯୋଗୁ ଆତ୍ମସନ୍ତୋଷ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ପ୍ରତିଭା ପାଇଁ ପୁରସ୍କୃତ ହୋଇପାରନ୍ତି। ପାରିବାରିକ ସୁଖ ଶାନ୍ତି ବଜାୟ ରହିବ ଏବଂ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682