ନୂଆଦିଲ୍ଲୀ: ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ୧୭ ବର୍ଷ ଲଢ଼ିବାକୁ ପଡ଼ିଲା। ୨୨ ଦିନ ଜେଲରେ ରହିବାକୁ ପଡ଼ିଲା। ଶେଷରେ ନ୍ୟାୟ ମିଳିଲା। କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ। ଗୋଟିଏ ଅକ୍ଷର ଭୁଲ ତାଳମେଳ ଯୋଗୁଁ ତାଙ୍କୁ ବିନା କାରଣରେ ଦଣ୍ଡ ଭୋଗିବାକୁ ପଡିଲା। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମୈନପୁର ଅଞ୍ଚଳରେ। ମାମଲାଟି ସହର ପୋଲିସ ଷ୍ଟେସନ ଅଞ୍ଚଳର। ଯେଉଁଠାରେ ରାଜବୀର ନାମକ ଜଣେ ବ୍ୟକ୍ତିଙ୍କୁ ରାଜବୀର ଭାବି ଜେଲ ପଠାଇ ଦିଆଯାଇଥିଲା।
ସମ୍ପୂର୍ଣ୍ଣ ମାମଲାଟି ୨୦୦୭ ମସିହା ସହିତ ଜଡିତ। ଯେତେବେଳେ ସିଟି ପୋଲିସ ଷ୍ଟେସନରେ ପଞ୍ଜିକୃତ ଏକ ମାମଲାରେ ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଓମପ୍ରକାଶ ଅଭିଯୁକ୍ତଙ୍କ ନାମ ରାମବୀର ବଦଳରେ ଭୁଲବଶତଃ ରାଜବୀର ଲେଖି ଦେଇଥିଲେ। ଗୋଟିଏ ଅକ୍ଷରର ଏହି ଭୁଲ ରାଜବୀରଙ୍କ ଜୀବନକୁ ଅନ୍ଧାରକୁ ଠେଲି ଦେଇଥିଲା। ରାଜବୀର ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଲଗାତାର ୧୭ ବର୍ଷ ଧରି କୋର୍ଟ ଲଢ଼ିଥିଲେ। ଶେଷରେ କୋର୍ଟ ତାଙ୍କ ଆବେଦନରେ ରାଜି ହୋଇ ତାଙ୍କୁ ସମ୍ମାନର ସହିତ ମୁକ୍ତ କରିଥିଲେ। ଏହି ଗମ୍ଭୀର ଭୁଲକୁ ଦୃଷ୍ଟିରେ ରଖି, କୋର୍ଟ ପୋଲିସମାନଙ୍କ ଉପରେ କଠୋର ଟିପ୍ପଣୀ ଦେଇଥିଲେ। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।
କୋର୍ଟ ମୈନପୁରୀ ଏସପିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସିଟି ଥାନାରେ ନିଯୁକ୍ତ ଇନ୍ସପେକ୍ଟର ଓମପ୍ରକାଶ ଏବଂ ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ ବିଭାଗୀୟ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ମାମଲାର ତଦନ୍ତ ଦାନାହାର ପୋଲିସ ଷ୍ଟେସନକୁ ଦିଆଯାଇଛି। ଏହି ଘଟଣା ପୋଲିସ କାର୍ଯ୍ୟରେ ଏକ ବଡ଼ ଅବହେଳାର ଉଦାହରଣ ଭାବରେ ଉଭା ହୋଇଛି। ଯାହା ଦର୍ଶାଉଛି ଯେ ଏକ ଛୋଟ ଭୁଲ କିପରି ଜଣଙ୍କ ଜୀବନକୁ ନଷ୍ଟ କରିପାରେ। ରାଜବୀର ୧୭ ବର୍ଷ ସଂଘର୍ଷ କରି ବିତାଇଥିଲେ। ଯେତେବେଳେ ଦୋଷୀମାନେ ଏପର୍ଯ୍ୟନ୍ତ ଦଣ୍ଡ ପାଇନାହାଁନ୍ତି।