ବାଲିଯାତ୍ରା ୨୦୨୫
LIVE TV

ସୌରଜଗତର କେନ୍ଦ୍ରରେ କ’ଣ ଅଛି ? ସୂର୍ଯ୍ୟ ନୁହେଁ, ଏକ ଅଦୃଶ୍ୟ ଶକ୍ତି 

NEWS7
western-odisha-artist-will-play-cricket-together

 ନୂଆଦିଲ୍ଲୀ: ଆମ ସୌରଜଗତର କେନ୍ଦ୍ର ସୂର୍ଯ୍ୟ । ଏକଥା ପ୍ରାୟ ପ୍ରତିଟି ମଣିଷକୁ ଜଣାଥିବ । କିନ୍ତୁ ଏବେ ଆଉ ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମ ସୌରମଣ୍ଡଳର ମୁଖ୍ୟ ସୂର୍ଯ୍ୟ ନୁହେଁ । ଯେମିତି ସୂର୍ଯ୍ୟ ଚାରିପାଖରେ ଗ୍ରହ ପରିକ୍ରମା କରୁଛନ୍ତି, ଠିକ୍‌ ସେହି ନିୟମ ସୂର୍ଯ୍ୟ ପାଇଁ ମଧ୍ୟ ଲାଗୁ । ସୌରମଣ୍ଡଳର କେନ୍ଦ୍ର ବୋଲି ବିଶ୍ବାସ କରାଯାଉଥିବା ସୂର୍ଯ୍ୟକୁ କଂଟ୍ରୋଲ୍‌ କରୁଛି ଅଦୃଶ୍ୟ ଶକ୍ତି । ଏନେଇ ଏମିତି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି, ଯାହା ୫୦୦ ବର୍ଷ ପୁରୁଣା ଥିଓରିକୁ ଭୁଲ ପ୍ରମାଣିତ କରିଛି । ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ, ସୂର୍ଯ୍ୟ ଗତି କରୁଛି ଏବଂ ଏହା ସୌରଜଗତର କେନ୍ଦ୍ରରେ ନାହିଁ ।  ଏହା ବ୍ୟାରିସେଣ୍ଟର ନାମରେ ଜଣାଶୁଣା ଏକ ଅଦୃଶ୍ୟ ବିନ୍ଦୁ ଚାରିପାଖରେ ଘୂରୁଛି। ବ୍ୟାରିସେଣ୍ଟର ହେଉଛି ମହାକାଶରେ ଏକ ଅଦୃଶ୍ୟ ବିନ୍ଦୁ ଯେଉଁଠାରେ ସୂର୍ଯ୍ୟ ଏବଂ ଗ୍ରହମାନଙ୍କର ବସ୍ତୁତ୍ୱ ସମାନ ହୋଇଯାଏ। ଏହାର ଗୁରୁତ୍ୱାକର୍ଷଣ ଗ୍ରହ ଏବଂ ସୂର୍ଯ୍ୟକୁ ନିଜ ଆଡ଼କୁ ଟାଣିଥାଏ। ଏହାର ଅର୍ଥ ହେଉଛି ସୂର୍ଯ୍ୟର ମଧ୍ୟ ଏକ କକ୍ଷପଥ ଅଛି। 

ପ୍ରକୃତରେ, ବ୍ୟାରିସେଣ୍ଟର ହେଉଛି ଏକ ବିନ୍ଦୁ ଯେଉଁଠାରେ ଏକ ସିଷ୍ଟମରେ ଦୁଇଟି ବସ୍ତୁର ଗୁରୁତ୍ୱାକର୍ଷଣ ଶକ୍ତି ସମାନ। ଏହା ସେତେବେଳେ ଗଠିତ ହୁଏ ଯେତେବେଳେ ଦୁଇ କିମ୍ବା ଅଧିକ ବସ୍ତୁ ଗୁରୁତ୍ୱାକର୍ଷଣ ଭାବରେ ଏକତ୍ର ବନ୍ଧା ଯାଇଥାଏ। ଏହା ସର୍ବାଧିକ ବସ୍ତୁତ୍ୱ ଥିବା ବସ୍ତୁ ନିକଟରେ ଅବସ୍ଥିତ। ଯଦିଓ ସୂର୍ଯ୍ୟ ସୌରମଣ୍ଡଳର ସବୁଠାରୁ ଭାରୀ ବସ୍ତୁ । କିନ୍ତୁ ଏହା ଜରୁରୀ ନୁହେଁ ଯେ, ଏହା କେନ୍ଦ୍ରରେ ଥିବ ।  ସୂର୍ଯ୍ୟ ମଧ୍ୟ ଦୋହଲିଥାଏ ଏବଂ ଏହିପରି ଭାବରେ ବ୍ୟାରିସେଣ୍ଟର ଅସ୍ତିତ୍ୱ ଆବିଷ୍କାର ହୋଇଛି । ଏହା ସେତେବେଳେ ଘଟେ ଯେତେବେଳେ ବୃହସ୍ପତି ଏବଂ ଶନି ପରି ବିଶାଳ ଗ୍ରହର ଆକର୍ଷଣ ଯୋଗୁଁ ବ୍ୟାରିସେଣ୍ଟର ଗତି ହୁଏ। ଯେତେବେଳେ ଦୁଇ ଗ୍ରହ ଏକ ନିର୍ଦ୍ଦିଷ୍ଟ ଉପାୟରେ ସଂଲଗ୍ନ ହୁଅନ୍ତି, ସେମାନେ ବ୍ୟାରିସେଣ୍ଟରକୁ ବାହାରକୁ ଟାଣନ୍ତି ।  ଫଳରେ ସୂର୍ଯ୍ୟ ଟିକେ ଦୋହଲିଯାଏ। 

ନାସା ଏବଂ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକ ପୂର୍ବରୁ ଏହି ଗତି ଦେଖିଛନ୍ତି । କିନ୍ତୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅଧିକ ଗବେଷଣା ବ୍ୟାରିସେଣ୍ଟର ବିଷୟରେ ଅଧିକ ସ୍ପଷ୍ଟତା ପ୍ରଦାନ କରିଛି। ଏହି ଆବିଷ୍କାର ପ୍ରାୟ ୫୦୦ ବର୍ଷ ପୁରୁଣା ତତ୍ତ୍ୱକୁ ଭୁଲ ପ୍ରମାଣିତ କରିଛି । ପୁରୁଣା ତତ୍ତ୍ବ ଅନୁସାରେ, ସୂର୍ଯ୍ୟ ସୌରମଣ୍ଡଳର କେନ୍ଦ୍ରରେ ଅଛି । ୧୫୪୩ ମସିହା ପର୍ଯ୍ୟନ୍ତ, ଜ୍ୟୋତିର୍ବିଜ୍ଞାନୀମାନେ ବିଶ୍ୱାସ କରୁଥିଲେ ଯେ ପୃଥିବୀ ସୌରମଣ୍ଡଳର କେନ୍ଦ୍ରରେ ଅଛି। ସେହି ବର୍ଷ, ପୋଲାଣ୍ଡ ଜ୍ୟୋତିର୍ବିଜ୍ଞାନୀ କୋପର୍ନିକସ୍ ପ୍ରମାଣ କରିଥିଲେ ଯେ, ସୂର୍ଯ୍ୟ ସୌରମଣ୍ଡଳର କେନ୍ଦ୍ରରେ ଅଛି ଏବଂ ସମସ୍ତ ଗ୍ରହ ଏହା ଚାରିପାଖରେ ଘୂରୁଛନ୍ତି।

ସମୟ ବିତିବା ସହିତ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଫଳରେ ବ୍ୟାରିସେଣ୍ଟରର ଅସ୍ତିତ୍ୱ ସଂପର୍କରେ ଜଣାପଡ଼ିଲା । ସୌରମଣ୍ଡଳର କେନ୍ଦ୍ର ସୂର୍ଯ୍ୟକୁ ଦୋହଲାଇବାର ଶକ୍ତି ରହିଛି ବ୍ୟାରିସେଣ୍ଟର ପାଖରେ । ତେଣୁ ସୂର୍ଯ୍ୟଠୁ ମଧ୍ୟ ଆଉ କିଛି ଅଧିକ ଶକ୍ତିଶାଳୀ ରହିଛି । ଏହି ଅଦୃଶ୍ୟ ଶକ୍ତିର ସନ୍ଧାନ ମିଳିବା ପରେ ଆମ ସୌରମଣ୍ଡଳର ଜଟିଳତାକୁ ନେଇ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । 

ମହାକାଶ ଯାତ୍ରାକୁ ନେଇ ମଣିଷ ସବୁବେଳେ ଆଗ୍ରହ ପ୍ରକାଶ କରିଆସିଛି । ତେଣୁ ଏହି ତଥ୍ୟ ଏବେ ମହକାଶ ଗବେଷଣାକୁ ଆହୁରି ବଳ ଦେବ । ଆମର ସୌରମଣ୍ଡଳ କିପରି କାର୍ଯ୍ୟ କରେ ତାହା ବୁଝିବା ପାଇଁ ଏବ ଭବିଷ୍ୟତର ମହାକାଶ ମିଶନ ପାଇଁ ଏହି ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।