ଗିରଫ ହେବେ କି ୱେଷ୍ଟଇଣ୍ଡିଜ ବୋଲର ଶାମର ଜୋସେଫ ? ଦୁଷ୍କର୍ମ ଅଭିଯୋଗ ଆଣିଲେ ୧୧ ମହିଳା

Published By : Prameya-News7 Bureau | June 28, 2025 IST

News7

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମର ଜୋସେଫଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ତାଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ପ୍ରଲୋଭନର ଅଭିଯୋଗ ଆଣିଛନ୍ତି ୧୧ ମହିଳା। ଗୁୟାନାର କାଇଟିଉର ନ୍ୟୁଜର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। 

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଜୋସେଫ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବାରବାଡୋସ ଟେଷ୍ଟରେ ସେ ୯ଟି ୱିକେଟ ନେଇଥିଲେ। ରକେଟ ବୋଲିଂ କରି ସେ ବେଶ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଜୋସେଫଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ କ୍ରିକେଟ କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।

ରିପୋର୍ଟ ଅନୁସାରେ, ପୀଡିତମାନଙ୍କ ମଧ୍ୟରୁ ଜଣେ ୧୮ ବର୍ଷୀୟା ଯୁବତୀ। ୨୦୨୩ରେ ବର୍ବାଇସର ନ୍ୟୁ ଆମଷ୍ଟରଡାମରେ ତାଙ୍କ ବାସଭବନରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ପରିବାର ଅନୁଯାୟୀ, ଶାମର ତାଙ୍କୁ 'ସାମାଜିକ ସେବା' ବାହାନାରେ ଉଠାଇ ନେଇଥିଲେ। ସେଠାରେ ବଳପୂର୍ବକ ବଳାତ୍କାର କରିଥିଲେ। ମାମଲାକୁ ଚପାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ଖବର ପ୍ରକାଶିତ ହେବା ପରେ, ଅଧିକ ମହିଳା ଆଗକୁ ଆସି ଜୋସେଫ ବିରୋଧରେ ଅଭିଯୋଗ କରିଥିଲେ। ଏପରିକି ସ୍କ୍ରିନସଟ୍, ଭଏସ୍ ନୋଟ୍, ଡାକ୍ତରୀ ମାଇନା ରିପୋର୍ଟ ଏବଂ ଟେକ୍ସଟ୍ ମେସେଜର ପ୍ରମାଣ ଦେଇଥିଲେ। ପୀଡିତାମାନଙ୍କ ମଧ୍ୟରୁ ଜଣେ ଏହା ମଧ୍ୟ ରିପୋର୍ଟ କରିଛନ୍ତି ଯେ ଶାମର ମାମଲା ସମାଧାନ ପାଇଁ ଟଙ୍କା ପ୍ରଦାନ କରିଥିଲେ କିନ୍ତୁ ପରିବାର ମନା କରିଥିଲେ।

ତଥାପି ନୂଆ ଅଭିଯୋଗ ଉପରେ ମାମଲା ରୁଜୁ ହୋଇନାହିଁ। କିନ୍ତୁ ରିପୋର୍ଟରେ ଦାବି କରାଯାଇଛି ଯେ କମ୍ ବୟସର ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶାମରଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ସମୟରେ ଏହି ଅଭିଯୋଗଗୁଡ଼ିକୁ ସାର୍ବଜନୀନ କରାଯାଇଥିଲା।  ୱେଷ୍ଟଇଣ୍ଡିଜ କ୍ରିକେଟ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାପ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.