SCଙ୍କ ନିଷ୍ପତ୍ତିରେ ବେରୋଜଗାର ପଶ୍ଚିମବଙ୍ଗ ଶିକ୍ଷକଙ୍କ ଦିଲ୍ଲୀ ଯାତ୍ରା

Published By : Prameya-News7 Bureau | April 14, 2025 IST

କୋଲକାତା: ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ଚାକିରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଚାଲି ଯାଇଛି। ଏହାକୁ ନେଇ ରାଜ୍ୟରେ ବିରୋଧ ତୀବ୍ରତର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିବା କଥା ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ଵୀକାର କରାଯାଇ ପାରିବ ନାହିଁ। କିନ୍ତୁ ସେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିର ସମ୍ମାନ କରନ୍ତି। ମାତ୍ର କୌଣସି ଶିକ୍ଷକଙ୍କ ଚାକିରି ହରାଇବାକୁ ଦେବେନି। ଏହା ମଧ୍ୟରେ ବେରୋଜଗାର ଶିକ୍ଷକଙ୍କ ଏକ ବର୍ଗ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହି ଶିକ୍ଷକମାନଙ୍କ କହିବା କଥା ସେମାନେ ଦିଲ୍ଲୀ ପର୍ଯ୍ୟନ୍ତ ନିଜର ସ୍ଵର ପହଞ୍ଚାଇବାକୁ ଚାହାନ୍ତି। ଏପ୍ରିଲ ୧୬ରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବାକୁ ଯୋଜନା କରିଛନ୍ତି ଏହି ସବୁ ଶିକ୍ଷକ। 

ଡିଜର୍ଭିଙ୍ଗ ଟିଚର୍ସ ରାଇଟ୍ସ ଫୋରମର ମୁଖପାତ୍ର ମେହବୁବା ମଣ୍ଡଳ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଚାକିରି ହରାଇଥିବା ଶିକ୍ଷକଙ୍କ ମଧ୍ୟରୁ ୭୦ ଜଣ ଦୁଇଟି ବସରେ କୋଲକାତାର ଏସପ୍ଲାନେଡରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ୨୬ ହଜାର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ। ମଣ୍ଡଳ କହିଛନ୍ତି, ଆମର ବିରୋଧ ସେହି ଯୋଗ୍ୟ ଶିକ୍ଷକଙ୍କ ଚାକିରିରୁ ବାହାର କରାଯିବା ବିରୋଧରେ ରହିଛି। ଏହି ସବୁ ଯୋଗ୍ୟ ଶିକ୍ଷକ ୨୦୧୬ରେ ଏସଏସସି ନିଯୁକ୍ତି ପରୀକ୍ଷାରେ ପାସ୍ କରିଥିଲେ। ଏହା ସତ୍ତ୍ଵେ ଯୋଗ୍ୟ ଶିକ୍ଷକଙ୍କୁ ସେହି ଦୁର୍ନୀତଗ୍ରସ୍ତ ଶିକ୍ଷକଙ୍କ ସହ ଯୋଡ଼ି ଦିଆଗଲା। 

Also read: ତହବୁର ରାଣାକୁ ହୋଇପାରେ ଫାଶୀ, ମୃତ୍ୟୁଦଣ୍ଡ ନିଷ୍ପତ୍ତି ନେବାରେ ନ୍ୟାୟପାଳିକା ସମ୍ମୁଖରେ ନାହିଁ କୌଣସି ବାଧା

ସୁପ୍ରିମକୋର୍ଟ ପୂରା ପ୍ରକ୍ରିୟାକୁ  ହିଁ ଭ୍ରଷ୍ଟ ଘୋଷିତ କରି ଦେଲେ। ବରଖାସ୍ତ କର୍ମଚାରୀଙ୍କୁ ସ୍ଵେଚ୍ଛାକୃତ ଭାବେ କାମ କରିବାକୁ ଅନୁମତି ଦେବା ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବହୁତ କମ ଶିକ୍ଷକ ସ୍ଵୀକାର କରିଛନ୍ତି। ମଣ୍ଡଳ କହିଛନ୍ତି, ଆମେ ରାଜଧାନୀରେ ଲୋକଙ୍କ ସାମ୍ନାରେ ନିଜର ପକ୍ଷ ରଖିବୁ। ଆମକୁ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ସମର୍ଥନ ପ୍ରାପ୍ତ ହୋଇଛି। ଜନ୍ତର ମନ୍ତରରେ ତିନି ଘଣ୍ଟା ଧାରଣା ଦେବେ। ସେଥିପାଇଁ ସଂପର୍କିତ ଅଧିକାରୀଙ୍କ ଅନୁମତି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.