ଭୋଟ୍ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା; ନନ୍ଦିଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ, ୭ ଆହତ

Published By : Prameya-News7 Bureau | May 23, 2024 IST

କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା । ମେଦନାପୁର ଜିଲ୍ଲା ନନ୍ଦିଗ୍ରାମରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଛାଉଣି ହୋଇଛନ୍ତି । 

ସୂଚନା ଅନୁଯାୟୀ, ଗୁରୁବାର ମେଦିନାପୁର ଜିଲ୍ଲାରେ ଏହି ହିଂସାକାଣ୍ଡ ଘଟିଛି । ନନ୍ଦିଗ୍ରାମରେ  ବିଜେପିକର୍ମୀ ଗଣ୍ଡଗୋଳ କରିଛନ୍ତି ।ଟାୟାର ଜାଳି ରାସ୍ତାରୋକ୍ କରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି । ଏହି ଅଞ୍ଚଳରେ ବୁଧବାର ରାତିରେ ଶସକ ଦଳୀୟ ନେତା ଓ ବିଜେପି କର୍ମୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା ।   ଏଥିରେ ଜଣେ ବିଜେପି ମହିଳାକର୍ମୀଙ୍କ ମୃତ୍ୟୁ ହୋଇଛି । ସେହିପରି ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ତୃଣମୂଳ କଂଗ୍ରେସ ଉପରେ ଦୋଷ ଲଦିଛି ବିଜେପି । ହିଂସାକାଣ୍ଡ ପରେ ଗୁରୁବାର ବିଜେପି କର୍ମୀ ଟାୟାର ଜାଳି ରାସ୍ତାରୋକ୍ କରିଥିଲେ ।  

ସୂଚନା ଅନୁଯାୟୀ, ମେ’ ୨୫ ତାରିଖରେ ପୂର୍ବ ମେଦିନାପୁର ସହିତ ଜଙ୍ଗଲମହଲ ଜିଲ୍ଲାର ୬ ଲୋକସଭା ଆସନରେ ଭୋଟିଂ ହେଉଛି  । ଗୁରୁବାର ନିର୍ବାଚନୀ ପ୍ରଚାରର ଅନ୍ତିମ ଦିନ । ଏହାପୂର୍ବରୁ  ଅର୍ଥାତ୍ ବୁଧବାର ରାତିରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ ରାଜନୈତିକ ମାହୋଲ ଗରମ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.