ଉପକୂଳ ଓଡ଼ିଶାରେ ପାରଦ ଉପରମୁହାଁ, ରାତି ତାପମାତ୍ରା ଆହୁରି ୩ ଡିଗ୍ରୀ ବଢିବ

NEWS7
weather-update-in-odisha-67

ଭୁବନେଶ୍ୱର ୧୬/୦୨: ଉପକୂଳ ଓଡ଼ିଶାରେ ପାରଦ ଉପରମୁହାଁ ହୋଇଛି । ପଶ୍ଚିମ ଓଡ଼ିଶାରେ ବି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି । ତେବେ ରାତି ତାପମାତ୍ରା ଆହୁରି ବଢ଼ିବ । ଆସନ୍ତା ୩ ଦିନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ସୋମବାର ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ ।

ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ଡିଗ୍ରୀ ରହିପାରେ । କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ମଙ୍ଗଳବାର ଫୁଲବାଣୀରେ ୧୧, ରାଉରକେଲାରେ ୧୨, ନବରଙ୍ଗପୁର ଓ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରହିପାରେ ।ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୮ ଡିଗ୍ରୀ ରହିଥିଲା ।

ସିମିଳିଗୁଡ଼ାରେ ୯.୮, ଦାରିଙ୍ଗବାଡ଼ିରେ ୧୧.୫, ଫୁଲବାଣୀରେ ୧୧.୮ ଓ ରାଉରକେଲାରେ ରାତି ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା । ବୁଧବାର(୧୮ ତାରିଖରେ) ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସେପଟେ ଦିନ ତାପମାତ୍ରା ବି ଉପରମୁହାଁ ହେଉଛି । ଝାରସୁଗୁଡ଼ାରେ ସର୍ବାଧିକ ୩୬ ଡିଗ୍ରୀ ରେକର୍ଡ ହୋଇଥିଲା । ସମ୍ବଲପୁରରେ ୩୪.୫ ଡିଗ୍ରୀ, ଭୁବନେଶ୍ୱର ଓ ପାରଳାଖେମୁଣ୍ଡିରେ ୩୩.୬ ଡିଗ୍ରୀ ରହିଥିଲା ।