ବାହାଘର ପୂର୍ବରୁ 20 ଲକ୍ଷ ସହ ବ୍ରେଜା କାର୍ ମିଗିଲା ବର, କନିଆର ଉତ୍ତର ଶୁଣି ଖାଲି ହାତରେ ଫେରିଲା ବାରାତ୍

NEWS7
weather-update-in-next-four-days

ବରେଲି : ବାହାଘର ପାଇଁ ସମସ୍ତେ ଥିଲେ ଖୁସି। ଭୋଜି ଭାତରେ ସମସ୍ତେ ଥିଲେ ମସଗୁଲ୍। ବ୍ୟାଣ୍ଡ୍ - ବାଜା ରୋଷଣୀ ନେଇ ପହଞ୍ଚିଲେ ବର। ହାତ ଗଣ୍ଠିକୁ ଥିଲା କିଛି ସମୟ ବାକି। ବିବାହ ରୀତିନୀତି ପୂର୍ବରୁ, ବର ଏକ ବ୍ରିଜା କାର ଏବଂ 20 ଲକ୍ଷ ଯୌତୁକ ଦାବି କଲେ। ସେ କହିଥିଲେ ଯଦି ଏସବୁ ନ ମିଳେ ସେ ସାତଫେରା ନେବେନି ବୋଲି ରୋକ ଠୋକ ମନା କରିଦେଲେ। ଏହା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ପୋଲିସ ପହଞ୍ଚିଥିଲା। କିନ୍ତୁ କନିଆଁ ବାହା ହେବାକୁ ରୋକଠୋକ ମନା କରିଦେଲେ।

ଅନ୍ୟପଟେ ଯଉତୁକ ନେବା ଅଭିଯୋଗରେ ବର ଏବଂ ତାଙ୍କ ଭାଇଙ୍କୁ ଅଟକ ରଖିଛି ପୋଲିସ୍। ପୋଲିସ ଅନୁଯାୟୀ, କ୍ୟାଣ୍ଟନମେଣ୍ଟର ସଦର ବଜାରର ଜଣେ ବ୍ୟକ୍ତି ତାଙ୍କ ଝିଅର ବାହାଘର ଆଠ ମାସ ପୂର୍ବରୁ ପ୍ରେମ ନଗରର ଜଣେ ଯୁବକଙ୍କ ସହ ଠିକ୍ କରିଥିଲେ। ଦମ୍ପତିଙ୍କ ନିର୍ବନ୍ଧ ମେ ମାସରେ ହୋଇଥିଲା, ଝିଅଘର ଲୋକେ ପ୍ରାୟ ₹3 ଲକ୍ଷ ଖର୍ଚ୍ଚ କରିଥିଲା। ଏମିତି କି ବାହାଘର ଖର୍ଚ୍ଚ ବ୍ୟତୀତ, ବରକୁ ଏକ ସୁନା ମୁଦି, ଏକ ଚେନ୍ ଏବଂ ₹5 ଲକ୍ଷ ନଗଦ ମଧ୍ୟ ଦିଆଯାଇଥିଲା। ବିବାହ ଶୁକ୍ରବାର ଦିନ ସ୍ଥିର ହୋଇଥିଲା। ବର, ବାଜା ରୋଷଣୀ ସହ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ପୂର୍ବରୁ, ବର ପକ୍ଷ ଏକ ବ୍ରେଜା କାର ଏବଂ ଯୌତୁକ ଭାବରେ ₹20 ଲକ୍ଷ ଦାବି କରିଥିଲେ। ସେମାନଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିବା ସତ୍ତ୍ୱେ , ବର ପକ୍ଷ ଶୁଣିଥିଲେ।

ପରେ ଏ ବାବଦରେ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ବର ଏବଂ ତାଙ୍କ ସଂପର୍କୀୟଙ୍କୁ ଅଟକ ରଖିଥିଲା। ସେପଟେ କନିଆ କିନ୍ତୁ ବାହା ହେବାକୁ ମନା କରିଦେଇଛନ୍ତି।